SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

National Sports Awards 2025:ଖେଳାଳିଙ୍କୁ ଅର୍ଜୁନ ଓ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

National Sports Awards 2025: ଭାରତୀୟ କ୍ରୀଡାବିତ୍ ଙ୍କ ପାଇଁ ଆଜି ଏକ ବିଶେଷ ଦିନ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ବଛା ବଛା ଖେଳାଳୀମାନଙ୍କୁ ଅର୍ଜୁନ ପୁରସ୍କାର ଓ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। ତେବେ, ଆସନ୍ତୁ ସମ୍ପୂର୍ଣ୍ଣ ତାଲିକା ଉପରେ ନଜର ପକାଇବା।...

Written By Narmada Behera Edited By Narmada Behera
Published: Nov 13, 2026, 09:02 PM IST | Updated: Nov 13, 2026, 09:06 PM IST
Image Credit: Representative - Social Media
Join

National Sports Awards 2025: ଭାରତୀୟ କ୍ରୀଡାବିତ୍ ଙ୍କ ପାଇଁ ଆଜି ଏକ ବିଶେଷ ଦିନ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ବଛା ବଛା ଖେଳାଳୀମାନଙ୍କୁ ଅର୍ଜୁନ ପୁରସ୍କାର ଓ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। ତେବେ, ଆସନ୍ତୁ ସମ୍ପୂର୍ଣ୍ଣ ତାଲିକା ଉପରେ ନଜର ପକାଇବା।...

୨୦୨୫ ବର୍ଷ କ୍ରୀଡା ପାଇଁ ମୋଟ୍ ୧୭ ଜଣଙ୍କୁ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡାବିତ ତେଜସ୍ୱିନ ଶଙ୍କର ଏବଂ ପ୍ରିୟଙ୍କା ଗୋସ୍ୱାମୀ, ଚେସ୍ ଖେଳାଳି ଦିବ୍ୟ ଜିତେନ୍ଦ୍ର ଦେଶମୁଖ,ହକି ଖେଳାଳି ରାଜକୁମାର ପାଲ ଏବଂ କବାଡି ଖେଳାଳି ପୂଜାଙ୍କ ମଧ୍ୟରେ ରାଷ୍ଟ୍ରପତି ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେହିପରି, ପ୍ରବୀଣ ଭାରତୀୟ ଫୁଟବଲ୍ ଖେଳାଳି ଯିଶାଇୟ ଅରୁମୈନୟଗମ ଅର୍ଜୁନ ପୁରସ୍କାର (ଜୀବନକାଳ) ପାଇଛନ୍ତି।ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ଏବଂ ଏହା ସହ ରାଷ୍ଟ୍ରପତି ତେନଜିଂ ନୋର୍ଗେ ଜାତୀୟ ସାହସିକ ପୁରସ୍କାର ୨୦୨୪ ମଧ୍ୟ ପ୍ରଦାନ କରିଛନ୍ତି।

ଏହାଛଡ଼ା ୫ ଜଣଙ୍କୁ  ପ୍ରଶିକ୍ଷକ(କୋଚ୍)ଙ୍କୁ 'ଦ୍ରୋଣାଚାର୍ଯ୍ୟ ପୁରସ୍କାର'ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ର ସିଂହ ଯାଦବ ଏବଂ ବୀରେନ୍ଦର କୁମାରଙ୍କୁ ଜୀବନବ୍ୟାପୀ ବର୍ଗ ପ୍ରଦାନ କରାଯାଇଥିବା ବେଳେ ପରବୀର ସିଂହ, ଛୋଟେ ଲାଲ ଯାଦବ ଏବଂ ନେହା ନନ୍ଦକୁମାର ଚଭନଙ୍କୁ ନିୟମିତ ବର୍ଗରେ 'ଦ୍ରୋଣାଚାର୍ଯ୍ୟ ପୁରସ୍କାର' ମିଳିଛି। ସେହିପରି,ବଲଜିତ କୌର ଏବଂ ରିମୋ ସାହାଙ୍କ ସମେତ ଚାରି ଜଣଙ୍କୁ ତାନଜିଂ ନୋର୍ଗେ ଜାତୀୟ ସାହସିକ ପୁରସ୍କାର ୨୦୨୪ରେ ସମ୍ମାନିତ କରାଯାଇଥିଲା। ଏବଂ ପୁନେର ଆର୍ମି ପାରାଅଲିମ୍ପିକ୍ ନୋଡକୁ କ୍ରୀଡାର ପ୍ରୋତ୍ସାହନ ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଥିଲା। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES