SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Jual Oram: ରାଜନେତାରୁ ଅଭିନେତା...!ମଞ୍ଚରେ ନୂଆ ଅବତାରରେ ଆସିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

Jual Oram: ରାଜନେତାରୁ ଅଭିନେତା ସାଜିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଜୁଏଲ୍ ଓରାମ୍ ଙ୍କୁ ନୂଆ ରୂପରେ ଦେଖିବାରୁ ପାଇବେ ଦର୍ଶକ। ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

Written By Narmada Behera Edited By Narmada Behera
Published: Oct 12, 2026, 08:07 PM IST | Updated: Oct 12, 2026, 08:10 PM IST
Image Credit: Jual Oram: ରାଜନେତାରୁ ଅଭିନେତା...!ମଞ୍ଚରେ ନୂଆ ଅବତାରରେ ଆସିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
Join

Jual Oram: ରାଜନେତାରୁ ଅଭିନେତା ସାଜିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଜୁଏଲ୍ ଓରାମ୍ ଙ୍କୁ ନୂଆ ରୂପରେ ଦେଖିବାରୁ ପାଇବେ ଦର୍ଶକ।  ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ଏଥର ଜୁଏଲ୍ ନିଭାଇବେ ରାମାୟଣର ଗୁରୁତ୍ୱପୂର୍ଣ୍ଣ ଚରିତ୍ର ନିଷାଦ ରାଜାଙ୍କ ଭୂମିକା। ଯାହାକୁ ଦର୍ଶକ ବେଶ୍ ଉପଭୋଗ କରିବେ।

 

 

ସୂଚନା ଅନୁସାରେ, ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରସିଦ୍ଧ ଲବ-କୁଶ ରାମଲୀଳା କମିଟି ପକ୍ଷରୁ ପ୍ରତିବର୍ଷ ରାମଲୀଳା ଆୟୋଜିତ ହୋଇଥାଏ। ଏଥିରେ ବହୁ କଳାକାର ଅଭିନୟ କରି ଦର୍ଶକଙ୍କ ମନ କିଣି ଥାଆନ୍ତି। ହେଲେ, ଏଥର  ଜୁଏଲଙ୍କୁ ଅଭିନୟ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆଉ ଏଥିରେ ହେଳା ନକରି ସେ ବି ରାଜି ହୋଇଯାଇଥିଲେ।

 

 ନିଜ ମନ୍ତ୍ରଣାଳୟ ଦେଶର ଜନଜାତିଙ୍କର କଲ୍ୟାଣ କରିବା ହୋଇଥିବା ବେଳେ ରାମଲୀଳାରେ ଶବର ରାଜା ନିଷାଦଙ୍କ ଭୂମିକା ତାଙ୍କୁ ପ୍ରଭାବିତ କରେ। ଆଉ କେନ୍ଦ୍ରମନ୍ତ୍ରୀ ରାମଲୀଳାରେ ଅଭିନୟ କରିବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି କମିଟିର ସଭାପତି ଅର୍ଜୁନ କୁମାର।  ସେପଟେ,ନିଷାଦ ଭୂମିକାରେ ଅଭିନୟ କରିବା ନେଇ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଜୁଏଲ ଓରାମ। ନବରାତ୍ରୀ ସହିତ ଦିଲ୍ଲୀ ସମେତ ଉତ୍ତର ଭାରତରେ ରାମଲୀଳାର ପରମ୍ପରା ଥିବା ବେଳେ ଏଥର ମଞ୍ଚ ଦୁଲୁକାଇବେ କେନ୍ଦ୍ରମନ୍ତ୍ରୀ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES