Pm Narendra Modi: ବସ୍ତରରେ ଯବାନଙ୍କ ସହ ପଏମ୍ ମୋଦୀ ପାଳିଲେ ଦୀପାବଳି, କହିଲେ....
Pm Narendra Modi: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ଦେଶବ୍ୟାପୀ ଉତ୍ସାବର ମାହୋଲ୍ ଦେଖିବାକୁ ମିଳିଛି। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୋଦୀ ଦେଶର ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ବଜାୟୀ ରଖିଛନ୍ତି।
Pm Narendra Modi: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ଦେଶବ୍ୟାପୀ ଉତ୍ସାବର ମାହୋଲ୍ ଦେଖିବାକୁ ମିଳିଛି। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୋଦୀ ଦେଶର ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ବଜାୟୀ ରଖିଛନ୍ତି। ୨୦୧୪ ରେ ଏହି ପରମ୍ପରା ମୋଦୀ ଆରମ୍ଭ କରିଥିଲେ। ମୋଦୀ ଏକ୍ସରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ଶନିବାର ଦିନ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ, ଦୀପାବଳି ସମସ୍ତଙ୍କ ପାଇଁ ଶୁଭ, ଶାନ୍ତି ଓ ସମୃଦ୍ଧି ଆଣୁ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ ଭାବରେ ବର୍ଣ୍ଣନା କରାଯାଇଥିଲା।
ଚଳିତ ଥର ଛତିଶଗଡ଼ ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପିଏମ୍ ମୋଦୀ। ସେ ଏହି ଅବସରରେ କହିଛନ୍ତି ଯେ,
ନକ୍ସଲ ପ୍ରଭାବିତ ବସ୍ତର ଏବେ ଉନ୍ନତି ପଥରେ ଆଗଉଛି। ଏହି ଉନ୍ନତି ପଛରେ ବୀର ଯବାନଙ୍କ ହାତ ରହିଛି। ଏହି ବସ୍ତର ହେଉଛି ସେହି ଅଞ୍ଚଳ ଯାହା ଦିନେ ନକ୍ସଲଙ୍କ ଗଡ଼ ଥିଲା। ସୁରକ୍ଷା ବାହିନୀଙ୍କ ତ୍ୟାଗ ଓ ବଳିଦାନ ଓ ଦେଶପ୍ରତି ଥିବା ସମର୍ପଣକୁ ସମ୍ମାନ ଜଣାଉଛି।
କେଉଁ ମସିହାରେ କେଉଁ ଆର୍ମି କ୍ୟାମ୍ପରେ ଭାରତୀୟ ସେନାଙ୍କ ସହ ମୋଦୀ ପାଳିଥିଲେ ଦୀପାବଳି ନଜର ପକାନ୍ତୁ:
-୨୦୧୪ ମସିହାରେ ସିଆଚେନ୍ ବେସ୍ କ୍ୟାମ୍ପରେ ସୈନିକମାନଙ୍କ ସହ ଦୀପାବଳି ପାଳନ କରି ଏହି ପରମ୍ପରା ଆରମ୍ଭ କରିଥିଲେ।
-୨୦୧୫ରେ ଅମୃତସର ନିକଟବର୍ତ୍ତୀ ପଞ୍ଜାବ ସେକ୍ଟର।
-୨୦୧୬ରେ ହିମାଚଳ ପ୍ରଦେଶର ଚୀନ ସୀମା ନିକଟରେ ସୁମଦୋହ ।
- ୨୦୧୭ରେ ଜମ୍ମୁ ଏବଂ କାଶ୍ମୀରର ଗୁରେଜ ସେକ୍ଟରରେ।
-୨୦୧୮ ମସିହାରେ ଉତ୍ତରାଖଣ୍ଡର ହର୍ଷିଲ।
୨୦୧୯ ମସିହାରେ ଏଲଓସି ନିକଟବର୍ତ୍ତୀ ରଜୌରିରେ ସୌନ୍ୟମାନଙ୍କ ସହ ଦୀପାବଳି ପୋଳନ କରିଥିଲେ।
୨୦୨୦ ମସିହାରେ ରାଜସ୍ଥାନର ଲୋଙ୍ଗେୱାଲା ।
୨୦୨୧ ମସିହାରେ ଜମ୍ମୁ ଏବଂ କାଶ୍ମୀରର ନୌଶେରା।
୨୦୨୨ ମସିହାରେ କାର୍ଗିଲ୍।