Abhijeet Dipke Update: CJP ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ୍, ଜାଣନ୍ତୁ କାହିଁକି?
Abhijeet Dipke Update: CJP ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ୍, ଜାଣନ୍ତୁ କାହିଁକି?
Abhijit Deepak Update: କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ପହଞ୍ଚିଛି ଦିଲ୍ଲୀ ପୋଲିସ୍। ସିପିଜେର ତ୍ରିରଙ୍ଗା ରାଲି ପୂର୍ବରୁ ଦୀପକେଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ପହଞ୍ଚିଛି ପୋଲିସ୍। ଆଜି ସନ୍ଧ୍ୟାରେ ଦିଲ୍ଲୀର କନର୍ଡ଼ ପ୍ୟାଲେସ୍ (Delhi's Connaught Place)ରେ ତ୍ରିରଙ୍ଗା ଯାତ୍ରାର ଡାକରା ଦେଇଛି ଦଳ । ଏ-ନେଇ ଦିଲ୍ଲୀ ପୋଲିସ୍ ଦିଲ୍ଲୀ ପୋଲିସ୍ ତାଙ୍କ ବାସଭବନ ରେ ପହଞ୍ଚିଥିବା ସୂଚନା ମିଳିଛି। ଆନ୍ଦୋଳନ ପୂର୍ବରୁ ତାଙ୍କ ବାସଭବନରେ ପହଞ୍ଚି ଅଟକ ରଖିଛି। ଅଭିଜିତ୍ ଦିଲ୍ଲୀର ଝଣ୍ତେଓ୍ବାଲାନ୍ ସ୍ଥିତ ଏକ ଘରେ ରହୁଛନ୍ତି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦିଲ୍ଲୀ ପୋଲିସ୍ ତ୍ରିରଙ୍ଗା ଯାତ୍ରା ପାଇଁ ଅନୁମତି ଦେଇନାହିଁ। ତେଣୁ ଅଭିଜିତ୍ ଙ୍କ ଏହି ଯାତ୍ରାକୁ ପୋଲିସ୍ ବିରୋଧ କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ତାଙ୍କୁ ଆନ୍ଦୋଳନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।
ସୂଚନା ଯୋଗ୍ୟ, କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଦିର୍ଘ ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ, ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରିବାକୁ ଆସିଥିବା ବେଳେ ପୋଲିସ୍ ତାଙ୍କୁ ଅଟକ ରଖିଥିଲା। ଦିଲ୍ଲୀ ବିମାନ ବନ୍ଦର ଭିତରେ ପଶି ପୋଲିସ୍ ବିମାନ ମଧ୍ୟରୁ ତାଙ୍କୁ ତାଙ୍କୁ ଉଠାଇ ନେଇଥିଲା। ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଅଭଜିତ୍ , ସୌରଭ୍ ଓ ଆଶୁତୋଷ ରାଙ୍କା ସହ ପୋଲିସ୍ ର ପାଟିତୁଣ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ, ପୋଲିସ୍ ଏ ସମସ୍ତଙ୍କୁ ଥାନାକୁ ନେଇ ଯାଇଥିବା ବେଳେ ଏହାରି ଭିତରେ ଏକ ଦୁଃଖଦ ଖବର ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ ତାଙ୍କର ଜେଜେମାଙ୍କର ଦେହାନ୍ତ ଘଟିଥିଲା। ଏନେଇ ତାଙ୍କୁ ପୋଲିସ୍ କର୍ମୀ ମାନେ ଏହି ସମୟରେ ତାଙ୍କ ଘର ଲୋକ ସହ କଥା କିମ୍ବା ନିଜ ଓକିଲ ସହ ପରାମର୍ଶ କରିବାକୁ ଫୋନ୍ ଦେଇ ନଥିବା କହିଥିଲେ ଅଭିଜିତ୍। ହେଲେ, ପୋଲିସ୍ ଏହି ଅଭିଯୋଗକୁ ଖଣ୍ତନ କରିଥିଲା। ଏନେଇ ଦିଲ୍ଲୀ ପୋଲିସ୍ ପକ୍ଷରୁ ଏକ ପ୍ରେସମିଟ୍ ବି କରାଯାଇ ସଫେଇ ଦିଆଯାଇଥିଲା