Rahul Gandhi: ବାପା ରାଜୀବଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ
ଏହି ଆଲୋଚନାରେ ରାହୁଲ ଗାନ୍ଧୀ ନିଜ ପିଲାଦିନ ଓ ବାପା ରାଜୀବ ଗାନ୍ଧୀଙ୍କ ସହ ବିତାଇଥିବା ମୁହୂର୍ତ୍ତ ବିଷୟରେ କହିଛନ୍ତି। ବିଶେଷକରି ରାଜୀବ ଗାନ୍ଧୀଙ୍କ ସୁରକ୍ଷା ପ୍ରତ୍ୟାହାର ଘଟଣା ଏବଂ ୨୦୦୪ ମସିହାରେ ନିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ମଧ୍ୟ ଆଲୋଚନା ହୋଇଛି।
Rahul Gandhi: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କ ସହ ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନଜର ଆସିଛନ୍ତି। ତିନିଜଣ ଏକାଠି ବସି ପରିବାରର ପୁରୁଣା ସ୍ମୃତି, ପିଲାଦିନର ଅନୁଭୂତି ଏବଂ ରାଜନୈତିକ ଜୀବନର ବିଭିନ୍ନ ଘଟଣାକୁ ମନେ ପକାଇଥିବା ଦେଖିବାକୁ ମିଳିଛି।
ଏହି ଆଲୋଚନାରେ ରାହୁଲ ଗାନ୍ଧୀ ନିଜ ପିଲାଦିନ ଓ ବାପା ରାଜୀବ ଗାନ୍ଧୀଙ୍କ ସହ ବିତାଇଥିବା ମୁହୂର୍ତ୍ତ ବିଷୟରେ କହିଛନ୍ତି। ବିଶେଷକରି ରାଜୀବ ଗାନ୍ଧୀଙ୍କ ସୁରକ୍ଷା ପ୍ରତ୍ୟାହାର ଘଟଣା ଏବଂ ୨୦୦୪ ମସିହାରେ ନିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ମଧ୍ୟ ଆଲୋଚନା ହୋଇଛି।\
୫୦୦ରୁ ଅଧିକ ପୃଷ୍ଠାର ବହିରେ ବି ରହିଯାଇଛି ଅନେକ କଥା:
ରାହୁଲ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ପୁସ୍ତକରେ ୫୦୦ରୁ ଅଧିକ ପୃଷ୍ଠା ରହିଥିଲେ ମଧ୍ୟ ଅନେକ ବ୍ୟକ୍ତିଗତ କଥା ସେଥିରେ ସ୍ଥାନ ପାଇନାହିଁ। ତେଣୁ ସେ ଓ ପ୍ରିୟଙ୍କା ନିଜ ମା’ଙ୍କ ସହ ବସି ସେହି ଅକୁହା କଥା ଏବଂ ପୁରୁଣା ଅନୁଭୂତି ଉପରେ ଆଲୋଚନା କରିଛନ୍ତି। ରାହୁଲଙ୍କ କହିବା ଅନୁସାରେ, ଏହି ସ୍ମୃତିଗୁଡ଼ିକୁ ମନେ ପକାଇବା ସମୟରେ ପରିବାରରେ ଥିବା ଖୁସି, ହସ ଏବଂ ଅତୀତର ଦୁଃଖଦ ମୁହୂର୍ତ୍ତ ପୁଣିଥରେ ଜୀବନ୍ତ ହୋଇଉଠିଥିଲା।
ALSO READ: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
ମା’ଙ୍କ ଜୀବନକୁ ଭଲପାଇବା ଓ ଦୁଃଖର ଯାତ୍ରା କହିଲେ ରାହୁଲ:
ରାହୁଲ ଗାନ୍ଧୀ ନିଜ ପୋଷ୍ଟରେ ମା’ ସୋନିଆ ଗାନ୍ଧୀଙ୍କ ଜୀବନ ସଂଘର୍ଷକୁ ମନେ ପକାଇଛନ୍ତି। ତାଙ୍କ ମା’ଙ୍କ ଜୀବନ ଅପାର ଭଲପାଇବା ସହ ଅନେକ ଦୁଃଖଦ ଘଟଣାରେ ଭରି ରହିଥିଲେ ମଧ୍ୟ ସେ ସବୁ ପରିସ୍ଥିତିର ସାମ୍ନା ସାହସ ଓ ଗାରିମାର ସହ କରିଛନ୍ତି ବୋଲି ରାହୁଲ କହିଛନ୍ତି। ଏଥିପାଇଁ ସେ ନିଜ ମା’ଙ୍କୁ ନେଇ ଗର୍ବିତ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।
ନଭେମ୍ବର ୧୦ରେ ରିଲିଜ୍ ହୋଇଥିଲା ସୋନିଆଙ୍କ ପୁସ୍ତକ:
ସୂଚନାଯୋଗ୍ୟ, ନଭେମ୍ବର ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ ପ୍ରକାଶ ପାଇଥିଲା। ଏହି ପୁସ୍ତକରେ ଇଟାଲୀରୁ ଭାରତ ଆସିବା, ରାଜୀବ ଗାନ୍ଧୀଙ୍କ ସହ ପ୍ରେମ ଓ ବିବାହ, ପରିବାରର ଜୀବନ ଏବଂ ଭାରତୀୟ ରାଜନୀତିରେ ତାଙ୍କର ଦୀର୍ଘ ଅନୁଭୂତି ସମ୍ପର୍କରେ ଅନେକ କଥା ଉଲ୍ଲେଖ ରହିଛି। ଏହି ପୁସ୍ତକକୁ HarperCollins India ପ୍ରକାଶ କରିଛି। ଏହି ଭିଡିଓ ମାଧ୍ୟମରେ ଗାନ୍ଧୀ ପରିବାରର ଅନେକ ବ୍ୟକ୍ତିଗତ ସ୍ମୃତି ଓ ଅକୁହା କାହାଣୀ ସାମ୍ନାକୁ ଆସିଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଛି।