• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଓଡ଼ିଆ ଜାତିର ଅସୀମ ପରାକାଷ୍ଠା ସ୍ମରଣର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 24, 2026, 14:39 IST|Updated: Nov 24, 2026, 14:49 IST
joinshare
ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ
Image Credit: Social Media

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

2

ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

3

Rahul Gandhi: ବାପା ରାଜୀବଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

4

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

5

'ଆସନ୍ତାକାଲି ସୁଦ୍ଧା ଅଗ୍ରଗତି ନହେଲେ ମୁହଁ ଖୋଲିବି': ଭୁବନେଶ୍ୱର ବାର୍‌ ଘଟଣାରେ ଅଭିନେତ୍ରୀଙ୍କ ଚେତାବନୀ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ପାରାଦୀପ: ବନ୍ଦର ନଗରୀ ପାରାଦୀପର ବୋଇତ ବନ୍ଦାଣ ଉତ୍ସବରେ ସମ୍ବୋଧନ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇ ପୂର୍ବ ପିଢ଼ିଙ୍କୁ ପ୍ରଶଂସା କରିଛନ୍ତି । ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଓଡ଼ିଆ ଜାତିର ଅସୀମ ପରାକାଷ୍ଠା ସ୍ମରଣର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଆ ଜାତିର ଏହା ଥିଲା ସାଂସ୍କୃତିକ ଦିଗ୍‌ବିଜୟ । ବେପାର, ବଣିଜ କରି ସେଦିନର କଳିଙ୍ଗକୁ ସାଧବ ପୁଅ ବିକଶିତ କରୁଥିଲେ କିନ୍ତୁ ଆଜି ଓଡ଼ିଆ ଥକି ଯାଇଛି, ପୂର୍ବ ଗୌରବ ଭୁଲି ଯାଇଛି । ସେହି ଅତୀତର ସାହସକୁ ଦେଖାଇବାର ସମୟ ଆସିଛି । ଆଜି ବୋଇତ ବନ୍ଦାଣ ଓଡ଼ିଶାରେ ସୀମିତ ନାହିଁ, ସାରା ବିଶ୍ବରେ ପାଳନ ହେଉଛି । ସାଧବ ପୁଅ ଯାହା ସ୍ବପ୍ନ ଦେଖିଥିଲେ ଆମ ସରକାର ସେହି ଦିଗରେ ଆଗେଇ ଚାଲିଛି । ଅଢ଼େଇ ବର୍ଷ ଶାସନରେ ଆମେ ଧୀରେ ଧୀରେ ସବୁ କ୍ଷେତ୍ରରେ ଅଗ୍ରସର ହେଉଛୁ । ପ୍ରାଚୀନ ବାଣିଜ୍ୟ ପରମ୍ପରାକୁ ଆଧୁନିକତାର ଛୁଙ୍କ ଦେଇଛୁ । ଆଜି ପୂର୍ବ ଭାରତର ସବୁଠାରୁ ବଡ଼ ଶିଳ୍ପ ହବ୍‌ ହେବାକୁ ଓଡ଼ିଶାକୁ ଗଢ଼ି ତୋଳିଛୁ । ୨୩ ଲକ୍ଷ ୫୦ ହଜାର କୋଟିର ନିବେଶ ପ୍ରତିଶ୍ରୁତି ଆଣିଛୁ ଯାହା ଫଳରେ ସମୃଦ୍ଧ ହେବ ଓଡ଼ିଶା ।

ପାରାଦ୍ବୀପରେ ଆୟୋଜିତ ପବିତ୍ର ‘ବୋଇତ ବନ୍ଦାଣ ଉତ୍ସବ’ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ପ୍ରାଚୀନ କଳିଙ୍ଗର ଅଢ଼େଇ ହଜାର ବର୍ଷର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅମାନଙ୍କ ସାହସିକତାକୁ ସ୍ମରଣ କରିଛନ୍ତି। ଓଡ଼ିଶାର ଏହି ଗୌରବମୟ ସାମୁଦ୍ରିକ ଐତିହ୍ୟକୁ ଉଜ୍ଜୀବିତ ରଖିବା ସହ ପାରାଦ୍ବୀପ ବନ୍ଦରକୁ ରାଜ୍ୟର ଅର୍ଥନୈତିକ ପ୍ରଗତିର ମୁଖଶାଳା ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି।

— CMO Odisha (@CMO_Odisha) November 24, 2026

 

ଆଜି ପାରାଦ୍ବୀପଠାରେ ଆୟୋଜିତ 'କଳିଙ୍ଗ ବାଲିଯାତ୍ରା-୨୦୨୬'କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ମହୋତ୍ସବ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାଧବ ପୁଅମାନଙ୍କ ଅଦମ୍ୟ ସାହସ ଓ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଜୀବନ୍ତ ପ୍ରତୀକ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବାକୁ ପ୍ଲାଷ୍ଟିକ୍ ପରିବର୍ତ୍ତେ ପାରମ୍ପରିକ କଦଳୀ ପାଟୁଆ ଡଙ୍ଗା ଭସାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

— CMO Odisha (@CMO_Odisha) November 23, 2026

 Also Read- Farmers Death: ଚାଷ କରୁଥିବା ସମୟରେ ଦୁର୍ଭାଗ୍ୟଜନକ ଭାବେ ଗଲା ଚାଷୀଙ୍କ ଜୀବନ

Also Read- Rahu Ketu Gochar 2026: ରାହୁ-କେତୁଙ୍କ ବଡ ପ୍ରଭାବ, ୫ ରାଶିକୁ ମିଳିବ ଲାଭ

Add Zee News as a Preferred Source
TAGS:
Odia News