SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Shreyas Iyer: ଶ୍ରେୟସ ଆୟରଙ୍କ ଜଲୱା! ବିଶ୍ୱର ସବୁ ଅଧିନାୟକଙ୍କୁ ପଛରେ ପକାଇ ରଚିଲେ ନୂଆ ରେକର୍ଡ

ଶ୍ରେୟସଙ୍କ ଟସ୍ ବିଜୟର ଫାଇଦା ଭାରତୀୟ ଦଳକୁ ମଧ୍ୟ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଚାଲିଥିବା ଟି-୨୦ ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ଭାରତୀୟ ବୋଲରମାନେ ପ୍ରତିପକ୍ଷ ଦଳକୁ ନିୟନ୍ତ୍ରଣରେ ରଖିଥିବା ବେଳେ ବ୍ୟାଟରମାନେ ସହଜରେ ଲକ୍ଷ୍ୟ ହାସଲ କରିଥିଲେ।

Written By Priyambada Rana Edited By Priyambada Rana
Published: Oct 30, 2026, 05:46 PM IST | Updated: Oct 30, 2026, 05:49 PM IST
Image Credit: Shreyas Iyer: ଶ୍ରେୟସ ଆୟରଙ୍କ ଜଲୱା! ବିଶ୍ୱର ସବୁ ଅଧିନାୟକଙ୍କୁ ପଛରେ ପକାଇ ରଚିଲେ ନୂଆ ରେକର୍ଡ
Join

Shreyas Iyer World Record: କ୍ରିକେଟ୍ ପଡ଼ିଆରେ ଭାଗ୍ୟର ସାଥ୍ ମିଳିବା ମଧ୍ୟ ଜଣେ ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଉ ଏବେ ଭାରତୀୟ ଅଧିନାୟକ ଶ୍ରେୟସ ଆୟରଙ୍କ କ୍ଷେତ୍ରରେ ଠିକ୍ ଏମିତି ଦେଖିବାକୁ ମିଳୁଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଟସ୍ ଜିତିବାରେ ଶ୍ରେୟସଙ୍କ ଭାଗ୍ୟ ଜୋରଦାର ଚମକୁଛି। ଲଗାତାର ଟସ୍ ଜିତି ସେ କ୍ରିକେଟ୍ ଜଗତରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।

ପ୍ରଥମ ୨୫ ମ୍ୟାଚ୍‌ରେ ୧୯ ଥର ଟସ୍ ବିଜୟ:
ଶ୍ରେୟସ ଆୟର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜର ପ୍ରଥମ ୨୫ଟି ଅଧିନାୟକତ୍ୱ ମ୍ୟାଚ୍‌ରୁ ୧୯ଟିରେ ଟସ୍ ଜିତିଛନ୍ତି। ଏହି ରେକର୍ଡ ସହ ସେ ବିଶ୍ୱର ଅନ୍ୟ ଅଧିନାୟକମାନଙ୍କୁ ପଛରେ ପକାଇଛନ୍ତି।

ଏହା ପୂର୍ବରୁ ପାକିସ୍ତାନର ସଲମାନ ଅଲି ଆଗା ଏବଂ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଡାରେନ୍ ସାମି ନିଜର ପ୍ରଥମ ୨୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୭ ଥର ଲେଖାଏଁ ଟସ୍ ଜିତିଥିଲେ। ଏବେ ଶ୍ରେୟସ ୧୯ ଥର ଟସ୍ ଜିତି ଏହି ଦୁଇ ଅଧିନାୟକଙ୍କୁ ପଛରେ ପକାଇ ଦେଇଛନ୍ତି।

ଧୋନିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଲେ:
କେବଳ ଏତିକି ନୁହେଁ, ଲଗାତାର ଟସ୍ ଜିତିବା କ୍ଷେତ୍ରରେ ମଧ୍ୟ ଶ୍ରେୟସ ଏକ ନୂଆ ରେକର୍ଡ କରିଛନ୍ତି। ସେ ଲଗାତାର ୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଟସ୍ ଜିତିଛନ୍ତି। ଏହା ସହ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି। ଧୋନି ଲଗାତାର ୭ଟି ଟି-୨୦ ମ୍ୟାଚ୍‌ରେ ଟସ୍ ଜିତିଥିଲେ।

ଟସ୍ ବିଜୟ ସହ ଟିମ୍ ଇଣ୍ଡିଆର ବିଜୟ ଅଭିଯାନ:
ଶ୍ରେୟସଙ୍କ ଟସ୍ ବିଜୟର ଫାଇଦା ଭାରତୀୟ ଦଳକୁ ମଧ୍ୟ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଚାଲିଥିବା ଟି-୨୦ ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ଭାରତୀୟ ବୋଲରମାନେ ପ୍ରତିପକ୍ଷ ଦଳକୁ ନିୟନ୍ତ୍ରଣରେ ରଖିଥିବା ବେଳେ ବ୍ୟାଟରମାନେ ସହଜରେ ଲକ୍ଷ୍ୟ ହାସଲ କରିଥିଲେ।

ଏବେ ଶ୍ରେୟସ ଆୟରଙ୍କ ନାମରେ ଟି-୨୦ ଅଧିନାୟକତ୍ୱର ପ୍ରଥମ ୨୫ ମ୍ୟାଚ୍‌ରେ ସର୍ବାଧିକ ଟସ୍ ବିଜୟ ଏବଂ ଲଗାତାର ୮ଟି ମ୍ୟାଚ୍‌ରେ ଟସ୍ ଜିତିବାର ରେକର୍ଡ ଯୋଡ଼ି ହୋଇଛି। ତେବେ ଆଗାମୀ ମ୍ୟାଚ୍‌ରେ ମଧ୍ୟ ତାଙ୍କର ଏହି ଟସ୍ ବିଜୟ ଧାରା ଜାରି ରହୁଛି କି ନାହିଁ, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES