SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ୨ CRPF ଯବାନ ଆହତ

ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି। ଏଠାରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରାଯାଇଛି । ଆକ୍ରମଣକୁ ପରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 11, 2026, 05:11 PM IST | Updated: Nov 11, 2026, 05:23 PM IST
Image Credit: Jammu Kashmir Kulgam News
Join

Terrorist Attack: ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଛି  ଯେଉଁଥିରେ ୨ ଜଣ ସୈନିକ ଆହତ ହୋଇଛନ୍ତି। ଏହି ଆକ୍ରମଣ CRPF ର ପାଟ୍ରୋଲିଂ ସମୟରେ ହୋଇଥିଲା। ସେନାର ନାକା ଟିମ୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ । ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି।

କୁଲଗାମ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ଏକ ନାକା ପଏଣ୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଅଜଣା ବାଇକ୍ ଆରୋହୀ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ, ଯେଉଁଥିରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ୨ ଜଣ ଯବାନ ଆହତ ହୋଇଛନ୍ତି। ଏହି ଘଟଣା ମଧ୍ୟାହ୍ନ ପ୍ରାୟ ୨ଟା ୧୫ ମିନିଟ୍ ସମୟରେ ଘଟିଥିବା କୁହାଯାଉଛି। ଆକ୍ରମଣକାରୀମାନେ CRPF ଯବାନଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣ ପରେ CRPF ଯବାନମାନେ ପାଲଟା ଜବାବ ଦେବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ଏଥିସହିତ କ୍ୱିକ୍ ରିଆକ୍ସନ୍ ଟିମ୍ (QRTs) କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା।

ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଚାରିପଟୁ ଘେରି ଯାଇ ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆତଙ୍କବାଦୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଖୋଜିବା କାମ ଜାରି ରହିଛି। ଆହତ ଯବାନମାନଙ୍କ ମଧ୍ୟରେ ଆସାମର ରାକେଶ ଦାସ, ପଶ୍ଚିମବଙ୍ଗର ସନ୍ତୋଷ ଚନ୍ଦ୍ରୁ ଏବଂ ମଧ୍ୟପ୍ରଦେଶର ସୋମବୀର ସିଂହ ଥିବା ଜଣାପଡ଼ିଛି। ରାକେଶ ଦାସଙ୍କ ଗୋଡ଼ରେ ଗୁଳି ବାଜିଛି, ସନ୍ତୋଷ ଚନ୍ଦ୍ରୁଙ୍କ ପେଟ ଏବଂ ମେରୁଦଣ୍ଡରେ ଗୁଳି ବାଜିଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେହିପରି ସୋମବୀର ସିଂହଙ୍କ ବାମ ହାତରେ ଗୁଳି ବାଜିଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଆପଣଙ୍କୁ କହିରଖୁଛୁ ଯେ, ଗତ ମାସରେ ଛତିଶଗଡ଼ର ସୁକମା ଜିଲ୍ଲାର ଅଲାର୍ମଦେଗୁ କ୍ୟାମ୍ପରେ ବଳକା ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିବା ସମୟରେ ଏକ IED ବିସ୍ଫୋରଣ ଘଟି CRPF ର ୪ ଜଣ ଯବାନ ଆହତ ହୋଇଥିଲେ। ଏହି ଆହତ ଯବାନମାନେ CRPF ର ୫୦ତମ ବାଟାଲିୟନର 'ଆମ୍ୟୁନିସନ ଟେକ୍ନିସିଆନ ଟିମ୍' (ATT) ର ସଦସ୍ୟ ଥିଲେ। କୋଣ୍ଟା ରେଞ୍ଜ ଅଧୀନରେ ଆସୁଥିବା ପିଡ଼ମେଲ, ଡବ୍ବାକୋଣ୍ଟା, କୋଲାଇଗୁଡା ଏବଂ ଅଲାର୍ମଦେଗୁ ଭଳି କ୍ୟାମ୍ପଗୁଡ଼ିକର ଯାଞ୍ଚ କରିବା ଏବଂ ସେଠାରେ ରଖାଯାଇଥିବା ଖରାପ କିମ୍ବା ବଳକା ବିସ୍ଫୋରକକୁ ସୁରକ୍ଷିତ ଭାବେ ନଷ୍ଟ କରିବା ଦାୟିତ୍ୱ ଏହି ଟିମ୍‌କୁ ଦିଆଯାଇଥିଲା। ଟିମ୍ ଯେତେବେଳେ ବିସ୍ଫୋରକଗୁଡ଼ିକୁ ନଷ୍ଟ କରିବା ପ୍ରକ୍ରିୟାରେ ଥିଲା, ସେତିକିବେଳେ ହଠାତ୍ ଏକ ବିସ୍ଫୋରକ କିମ୍ବା ବୋମାର ଏକ ଅଂଶ ଫାଟି ଯାଇଥିଲା, ଯାହାଫଳରେ ୪ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନମାନଙ୍କ ମଧ୍ୟରେ ASI ଏମ୍ କେ ତିୱାରୀ, ASI ଅନୀଶ ଖାନ୍, ଇନ୍ସପେକ୍ଟର ଅମରନାଥ ମିଶ୍ର ଏବଂ ହେଡ୍ କନଷ୍ଟେବଳ କୁଲଦୀପ ରାଜ ଥିବା ନେଇ ଚିହ୍ନଟ କରାଯାଇଥିଲା। ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ କୋଣ୍ଟାର ସରକାରୀ ହସ୍ପିଟାଲକୁ ନିଆଯାଇଥିଲା।

Also Read- ବନ୍ୟା ପ୍ରଭାବିତ ପରିବାରକୁ ମିଳିବ ୫୦ କେଜି ଚାଉଳ ଏବଂ ଅଢେଇ ହଜାର ଟଙ୍କା

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES