SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

BSF Jawans: BSF ଯବାନଙ୍କ ଉପରେ ଆକ୍ରମଣ, ପ୍ରଶ୍ନ ଘେରରେ ମୁଖ୍ୟମନ୍ତ୍ରୀ, ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ...

ସୂଚନା ଅନୁଯାୟୀ, ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ BSF ଯବାନମାନେ ମାଡ଼ ମାରିଥିବା ଅଭିଯୋଗକୁ ନେଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଚୋରାଚାଲାଣ କାର୍ଯ୍ୟରେ ଜଡ଼ିତ ଥିବା ସନ୍ଦେହରେ BSF ଯବାନମାନେ ତାଙ୍କୁ ମାଡ଼ ମାରିଥିବା ଗ୍ରାମବାସୀଙ୍କ ଅଭିଯୋଗ ରହିଛି।

Written By Priyambada Rana Edited By Priyambada Rana
Published: Nov 04, 2026, 04:02 PM IST | Updated: Nov 04, 2026, 04:14 PM IST
Image Credit: BSF Jawans: BSF ଯବାନଙ୍କ ଉପରେ ଆକ୍ରମଣ, ୩ ମହିଳାଙ୍କ ସମେତ ୧୦ ଗିରଫ
Join

BSF Jawans: ଭାରତ-ବାଂଲାଦେଶ ସୀମାନ୍ତରେ ସୁରକ୍ଷା ଦାୟିତ୍ୱରେ ଥିବା BSF ଯବାନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ତ୍ରିପୁରାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତ୍ରିପୁରାର ସେପାହିଜଲା ଜିଲ୍ଲା ଅନ୍ତର୍ଗତ ଅଶାବାରୀ ଗାଁରେ BSF ଯବାନଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ବନ୍ଧୁକ ଛଡ଼ାଇ ନେବାକୁ ଉଦ୍ୟମ ହୋଇଥିବା ଅଭିଯୋଗରେ ୩ ଜଣ ମହିଳାଙ୍କ ସମେତ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଆକ୍ରମଣରେ ଜଣେ କମ୍ପାନୀ କମାଣ୍ଡରଙ୍କ ସମେତ ୩ ଜଣ BSF ଯବାନ ଆହତ ହୋଇଛନ୍ତି।

ରାସ୍ତା ଅବରୋଧ ବେଳେ ଉତ୍ତେଜନା, ଯବାନଙ୍କୁ ଆକ୍ରମଣ:
ସୂଚନା ଅନୁଯାୟୀ, ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ BSF ଯବାନମାନେ ମାଡ଼ ମାରିଥିବା ଅଭିଯୋଗକୁ ନେଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଚୋରାଚାଲାଣ କାର୍ଯ୍ୟରେ ଜଡ଼ିତ ଥିବା ସନ୍ଦେହରେ BSF ଯବାନମାନେ ତାଙ୍କୁ ମାଡ଼ ମାରିଥିବା ଗ୍ରାମବାସୀଙ୍କ ଅଭିଯୋଗ ରହିଛି।

ଏହି ସମୟରେ ୩ ଜଣ BSF ଯବାନ ଥିବା ଏକ ଗାଡ଼ି ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଲୋକମାନେ ଯବାନଙ୍କ ଗାଡ଼ିକୁ ଘେରିଯାଇ ଠେଙ୍ଗା ଓ ବାଉଁଶ ବାଡ଼ିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଯବାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ମଧ୍ୟ ଉଦ୍ୟମ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

୩ ମହିଳାଙ୍କ ସମେତ ୧୦ ଗିରଫ, କୋର୍ଟଙ୍କ ବଡ଼ ନିଷ୍ପତ୍ତି:
ଏହି ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟରେ ହାଜର କରିଥିଲା। ସେମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ଅଭିଯୁକ୍ତଙ୍କୁ କୋର୍ଟ ୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଥିବା ବେଳେ ୩ ଜଣ ମହିଳା ଅଭିଯୁକ୍ତଙ୍କୁ ୧୦ ଦିନିଆ ନ୍ୟାୟିକ ହାଜତକୁ ପଠାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିନ୍ଦା, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ:
BSF ଯବାନଙ୍କ ଉପରେ ଏଭଳି ଆକ୍ରମଣକୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା କଡ଼ା ନିନ୍ଦା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଅଶାବାରୀରେ ଦୁର୍ବୃତ୍ତମାନଙ୍କ ଦ୍ୱାରା ସାହସୀ BSF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ସୁରକ୍ଷା ବାହିନୀ ଉପରେ ହିଂସାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ।

ଏଥିସହ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କ ସମ୍ମାନ ଓ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି।

ଉଭୟ ପକ୍ଷରୁ ଅଭିଯୋଗ, ପୋଲିସର ତଦନ୍ତ ଜାରି:
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ କାଲାମଚୌରା ଥାନାରେ BSF ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପୃଥକ୍ ଅଭିଯୋଗ ଦାଖଲ ହୋଇଛି। ସୋନାମୁରା ସବ୍‌-ଡିଭିଜନାଲ୍ ପୋଲିସ ଅଧିକାରୀ (SDPO) ଅଭିଜିତ ଦାସ କହିଛନ୍ତି ଯେ, ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

ଆହତ BSF ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ପ୍ରକୃତ କାରଣ, ଆକ୍ରମଣରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଏବଂ ସମ୍ପୂର୍ଣ୍ଣ ଘଟଣାକ୍ରମ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ଅଶାବାରୀ ଗାଁରେ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡ଼ିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES