SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Written By Priyambada Rana Edited By Priyambada Rana
Published: Nov 04, 2026, 09:53 PM IST | Updated: Nov 04, 2026, 09:54 PM IST
Image Credit: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Join

1.Kotia Dispute: ଆସନ୍ତାକାଲି କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ! ହେଲେ, ତାହା ପୂର୍ବରୁ ଆସିଛି ଏକ ବଡ଼ ଅପଡେଟ୍।  କୋଟିଆରେ ଆନ୍ଧ୍ର ବୁଥ୍ ନେରେଡିବାଲସା ଓ ଉପରସେମ୍ବିରେ ଓଡିଶା ପୋଲିସ୍ ସିଲ୍ କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ନେରେଡିବାଲସାରେ ମତଦାନ କେନ୍ଦ୍ର କରିବେ ନାହିଁ ଆନ୍ଧ୍ର ବୋଲି ସୂଚନା ଦେଇଛନ୍ତି ପାର୍ବତୀପୁରମ ଏଡିଏମ୍ ଆର୍‌. ମାଧବୀ। ଏନେଇ କୋରାପୁଟ୍ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ହେବା ପରେ ଆନ୍ଧ୍ର ସରକାର  ଏହି ନିସ୍ପତ୍ତି ନେଇଛନ୍ତି। ସେପଟେ,  ଓଡ଼ିଶା ପୋଲିସ ଆନ୍ଧ୍ର ଚେକ୍ ପୋଷ୍ଟକୁ ନିଜ କବଜ୍ଜାକୁ ନେଇଥିବା ଜଣାପଡିଛି।

2.School Holiday: ବାତ୍ୟା ଅର୍ଣ୍ଣବ ଯାଇଛି ସତ ହେଲେ ଦୁଃଖ ଦେଇ ଯାଇଛି।  ଲୋକେଙ୍କ ଘରେ ପାଣି କମିଛି ସତ ହେଲେ ଦୁର୍ଦ୍ଦଶା ବଢିଛି। ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ବିଶେଷ ଭାବରେ ଗଜପତି ଓ ଗଜପତି ଉପରେ ପଡିଛି।ମରାମତି ଓ ସଫେଇ କାର୍ଯ୍ୟ ପାଇଁ ସ୍କୁଲ ଓ ଅଙ୍ଗନବାଡି ଛୁଟି କରାଯାଇଥିବା ଜଣାପଡିଛି। ଏ-ନେଇ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ୍ କୁ ୭ ତାରିଖ ଯାଏଁ ଘୋଷଣା ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଜିଲ୍ଲାରେ ବନ୍ୟା ପ୍ରଭାବରେ ମୋଟ୍  ୪୯୮ ସ୍କୁଲ ଓ ୧୦୩୨ ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି।

3.Rahul Gandhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଖୋଲା ଡିବେଟ୍ ପାଇଁ ଆହ୍ୱାନ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବିଦେଶୀ ଶକ୍ତି ସହ କାହାର ସମ୍ପର୍କ ରହିଛି ଏବଂ ଦେଶଦ୍ରୋହୀ କିଏ, ସେନେଇ ସାର୍ବଜନୀନ ମଞ୍ଚରେ ଖୋଲାଖୋଲି ବିତର୍କ କରିବାକୁ ସେ ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏନେଇ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ ଜଣାଇଛନ୍ତି।

4.College Professor: ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟସ୍ଥଳର ସ୍ଥାନ, ନିଜ ଜିଲ୍ଲାଠାରୁ ଦୂରତା ଏବଂ ପୋଷ୍ଟିଂ ଅଞ୍ଚଳକୁ ଆଧାର କରି ଅଧ୍ୟକ୍ଷମାନଙ୍କୁ ମାସକୁ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ।

5.Vigilance Raid:ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଲାଞ୍ଚ ମାମଲାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ସନ୍ତନୁ ନାଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ କୋର୍ଟ। ୨୦୨୬ ନଭେମ୍ବର ୪ ତାରିଖରେ ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୩ ବର୍ଷ ସରଳ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

6.Bhubaneswar Crime:  ଦୀପାବଳି ପୂର୍ବରୁ ରାଜଧାନୀରେ ଦୁଇଟି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ତାଙ୍କ କେୟାରଟେକର୍ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି। ଅନ୍ୟପଟେ, କେଳୁଚରଣ ପାର୍କରେ ଜଣେ ଯୁବକଙ୍କ କଟା ଗୋଡ଼ ପଡ଼ିଥିବା ଖବର ସାମ୍ନାକୁ ଆସିଛି। ଦୁଇଟି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଓ ଆତଙ୍କ ଖେଳିଯାଇଥିବା ବେଳେ, ଘଟଣାଗୁଡ଼ିକର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବା ବାକି ରହିଛି।

7.Relief for Cyclone Arnab: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ୧୦୭ କୋଟିରୁ ଅଧିକ ଟଙ୍କା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ପ୍ୟାକେଜ୍ ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ପରିବାରଗୁଡ଼ିକୁ ନଗଦ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର SDRFରୁ ମୋଟ ୧୦୭ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମଞ୍ଜୁର ହୋଇଛି। ଗଞ୍ଜାମର ୪ ଲକ୍ଷ ୨୯ ହଜାର ୭୮୨ଟି ଏବଂ କୋରାପୁଟର ୧,୦୫୧ଟି ପ୍ରଭାବିତ ପରିବାରକୁ ପରିବାର ପିଛା ୨,୫୦୦ ଟଙ୍କା ହାରରେ ନଗଦ ଅନୁଗ୍ରହ ସହାୟତା ଦିଆଯିବ।

8.Donald Trump: ଆମେରିକାରେ ନିର୍ବାଚନୀ ବିପର୍ଯ୍ୟୟ ପରେ ଇରାନର ବଡ଼ ବୟାନ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ବିପର୍ଯ୍ୟୟ ପରେ ଇରାନ ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ମତ ରଖିଛନ୍ତି ଯେ, ଆମେରିକାବାସୀ ନିର୍ବାଚନ ମାଧ୍ୟମରେ ଯୁଦ୍ଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ଆମେରିକାବାସୀଙ୍କ ସ୍ପଷ୍ଟ ଜନମତ ବୋଲି କହିବା ସହ ଇରାନ ଏହି ଜନମତକୁ ସମର୍ଥନ କରୁଛି ବୋଲି ସେ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି।

9.5 crore extortion threat: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଓ ତୁଷାର କପୁରଙ୍କୁ ଧମକ ଦେଇ ଟଙ୍କା ଆଦାୟ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟ IT ଇଞ୍ଜିନିୟରଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତଙ୍କ ନାମ ବୈଭବ ମିଶ୍ର। ସେ ବେଙ୍ଗାଲୁରୁରେ ରହି IT ଇଞ୍ଜିନିୟର ଭାବେ କାମ କରୁଥିଲେ।

10.India vs New Zealand:  ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ୫ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟର ମୁଖ୍ୟ ନାୟକ ସାଜିଥିଲେ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି। ତାଙ୍କର ଆକର୍ଷଣୀୟ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଡିଏଲ୍‌ଏସ୍‌ (DLS) ପଦ୍ଧତିରେ ମିଳିଥିବା ୧୪୩ ରନ୍‌ର ଟାର୍ଗେଟ୍‌କୁ ମାତ୍ର ୨୨.୪ ଓଭରରେ ହାସଲ କରିନେଇଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍‌ର ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES