SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Written By Priyambada Rana Edited By Priyambada Rana
Published: Nov 09, 2026, 10:27 AM IST | Updated: Nov 09, 2026, 10:28 AM IST
Image Credit: Representative - AI
Join

1.Cuttuck Fire Incident: କଟକରେ ଘଟିଛି ଏକ ଛାତିଥରା ଅଗ୍ନିକାଣ୍ଡ। ଏକ ତିନି ମହଲା କୋଠାରେ ଭୟଙ୍କର ନିଆଁ ଲାଗିବା ଫଳରେ ଜଣେ ୬ ବର୍ଷର ନିଷ୍ପାପ ଶିଶୁପୁତ୍ରର ଜୀବନ ଚାଲିଯାଇଛି। ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଶିଶୁଟିକୁ ଚିକିତ୍ସା ପାଇଁ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

2.Police Public Clash: ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାକୁ ନେଇ ପୋଲିସ-ଜନତା ମୁହାଁମୁହିଁ, କଟକ ନୟାସଡ଼କରେ ଉତ୍ତେଜନା। କଟକ ନୟାସଡ଼କ ଅଞ୍ଚଳରେ ବାଣ ଫୁଟାକୁ ନେଇ ପୋଲିସ ଓ ସାଧାରଣ ଜନତା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିବା ପରେ ମଧ୍ୟ ବାଣ ଫୁଟାଯାଉଥିବାରୁ ପୋଲିସ ପକ୍ଷରୁ ଏହାକୁ ବନ୍ଦ କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକଙ୍କ ସହ ପୋଲିସର ବଚସା ହୋଇଥିଲା।

3.ATM: ଏଟିଏମ୍‌ରେ ଲୋକଙ୍କୁ ଟାର୍ଗେଟ୍ କରି ଲୁଟ୍ କରୁଥିଲେ, ଆଉ ସେହି ଟଙ୍କାରେ ସ୍ତ୍ରୀଙ୍କ ପାଇଁ କିଣୁଥିଲେ ଦାମୀ ଉପହାର। ଏଭଳି ଏକ ଅଜବ ସଉକ୍ ଥିବା ଏଟିଏମ୍ ଲୁଟେରାଙ୍କ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଯାଜପୁର, କଟକ ଓ ଭୁବନେଶ୍ୱରର ବିଭିନ୍ନ ଏଟିଏମ୍ କାଉଣ୍ଟରରେ ଲୁଟେରାମାନେ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ଏଟିଏମ୍‌ରେ ଟଙ୍କା ଉଠାଇବାକୁ ଆସୁଥିବା ଲୋକଙ୍କୁ ଚତୁରତାର ସହ ଠକି ଟଙ୍କା ଲୁଟ୍ କରୁଥିଲେ। ଲୁଟ୍ ଟଙ୍କାକୁ ନିଜର ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ସହ ସ୍ତ୍ରୀଙ୍କୁ ଦାମୀ ଉପହାର ଦେବାରେ ଖର୍ଚ୍ଚ କରୁଥିବା ଜଣାପଡ଼ିଛି।

4.Delhi Air Pollution Crisis: ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ବଢ଼ିଛି ଚିନ୍ତା। ବାଣ ଫୁଟାଇବା ଓ ପାଣିପାଗର ପରିବର୍ତ୍ତନ ମଧ୍ୟରେ ରାଜଧାନୀର ବାୟୁମଣ୍ଡଳ ଅତ୍ୟନ୍ତ ପ୍ରଦୂଷିତ ହୋଇପଡ଼ିଛି। କେତେକ ଅନୌପଚାରିକ ରିପୋର୍ଟରେ AQI ୮୨୫ରୁ ଅଧିକ ହୋଇଥିବା ଦାବିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସକାଳୁ ସକାଳୁ ଦିଲ୍ଲୀର ଅନେକ ଅଞ୍ଚଳ ଘନ ଧୂଆଁ ଓ କୁହୁଡ଼ିର ଚାଦରରେ ଢାଙ୍କି ହୋଇ ରହିଥିବାରୁ ରାସ୍ତାଘାଟରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।

5.Accident: ଉତ୍ତରପ୍ରଦେଶର ମୁଜାଫରନଗରରେ ଦୀପାବଳି ରାତିରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ହୁଣ୍ଡାଇ ଅରା କାର୍ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିବା ପରେ ଗାଡ଼ିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ଓ ଶିଶୁଙ୍କ ସମେତ କାର୍‌ରେ ଥିବା ସମସ୍ତ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି।

6.Diwali Accidents: ଦୀପାବଳିର ଖୁସି ଭିତରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର। ବାଣ ଫୁଟାଇବା ବେଳେ କେଉଁଠି ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି ତ ଆଉ କେଉଁଠି ଦୀପ ନିଆଁରେ ଜଳି ଯାଇଛନ୍ତି ଯୁବତୀ। ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ନୟାଗଡ଼ରୁ ଏଭଳି ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ କାହାର ହାତରେ ଗୁରୁତର ଆଘାତ ଲାଗିଛି ତ ଆଉ କାହାର ଗୋଡ଼ରେ। ଅନ୍ୟ କେତେକଙ୍କ ଶରୀରରେ ବାଣ ଫୁଟି ଆଘାତ ଲାଗିଛି। ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ କରାଯାଇଛି।

7.Kali Puja: ଐତିହାସିକ କାଳୀପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭଦ୍ରକ ସହର। ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଉତ୍ସବର ମାହୋଲ। ଚଳିତ ବର୍ଷ ୯ ଦିନ ଧରି ୧୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ କାଳୀ। ମଧ୍ୟରାତ୍ରିରୁ ମା’ଙ୍କ ଜୀବନ୍ୟାସ ପରେ ଆରମ୍ଭ ହୋଇଛି ବିଧିବଦ୍ଧ ପୂଜାର୍ଚ୍ଚନା। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି।

8.Niali Accident: ନିଆଳିରେ ଚାଞ୍ଚଲ୍ୟ। ନିଜ ଅଟୋରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫୁଲନଖରା-ନିଆଳି ରାସ୍ତାର କୁରାଙ୍ଗ ଉର୍ଦ୍ଦୁ ସ୍କୁଲ ନିକଟରେ ଏହି ଅଘଟଣ ଘଟିଛି। ଘରଠାରୁ ଅଳ୍ପ ଦୂରରେ ଥିବା ଅଟୋର ମିରରରେ ଯୁବକଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଘଟଣାକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି। ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

9.Ramayana Box Office Collection:  ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ର ମାତ୍ର ୪ ଦିନ ମଧ୍ୟରେ ଫିଲ୍ମଟି ୫୦୦ କୋଟି ଟଙ୍କାର କ୍ଲବ୍‌ରେ ପ୍ରବେଶ କରିବାକୁ ପ୍ରସ୍ତୁତ ବୋଲି ଦାବି କରାଯାଉଛି। ଫିଲ୍ମର କାହାଣୀ, କଳାକାରଙ୍କ ଅଭିନୟ ଓ ଭବ୍ୟ ସିନେମାଟିକ୍ ଦୃଶ୍ୟକୁ ଦର୍ଶକଙ୍କ ପ୍ରଶଂସା ମିଳୁଛି। ରିଲିଜ୍ ପୂର୍ବରୁ ମଧ୍ୟ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲା।

10.India Under-19 Cricket Team: ଏସିସି ପୁରୁଷ ଅଣ୍ଡର-୧୯ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତେବେ ଏହି ପରାଜୟ ସତ୍ତ୍ୱେ ଭାରତର ସେମିଫାଇନାଲ ଆଶା ଶେଷ ହୋଇନାହିଁ। ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତୀୟ ଦଳକୁ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ଦମ୍‌ଦାର ପ୍ରଦର୍ଶନ କରିବାକୁ ପଡ଼ିବ। ଏବେ ଦଳ ପାଇଁ କମ୍‌ବ୍ୟାକ୍ କରିବା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ତେବେ ସେମିଫାଇନାଲ ଯୋଗ୍ୟତାର ସମୀକରଣ ଦଳର ପରବର୍ତ୍ତୀ ପ୍ରଦର୍ଶନ ଉପରେ ନିର୍ଭର କରିବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES