SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Written By Priyambada Rana Edited By Priyambada Rana
Published: Oct 30, 2026, 09:59 PM IST | Updated: Oct 30, 2026, 10:02 PM IST
Image Credit: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Join

1.Census 2027: ଦେଶରେ ୨୦୨୭ ମସିହାରେ ହେବାକୁ ଥିବା ଜନଗଣନାକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ମହାରେଜିଷ୍ଟ୍ରାର ଏବଂ ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ୩୦ ଅକ୍ଟୋବର ୨୦୨୬ରେ ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ, ଜନଗଣନା ପ୍ରକ୍ରିୟା ୨୫ ଜାନୁଆରୀ ୨୦୨୭ରୁ ଆରମ୍ଭ ହୋଇ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଚାଲିବ।

2.CM Mohan Majhi: ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସନ୍ତାକାଲି ଯିବେ ମୁଖ୍ୟମନ୍ତ୍ରୀ। ଗସ୍ତ ସମୟରେ ସେ ଆକାଶମାର୍ଗରୁ ଉଭୟ ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ମଧ୍ୟ ଗସ୍ତ କରି ବନ୍ୟାଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ଥିତି ସମୀକ୍ଷା କରିବେ। ଏହି ଗସ୍ତରେ ପ୍ରଭାବିତ ଅଞ୍ଚଳର ସ୍ଥିତି ଏବଂ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ।

3.Temple Damage: କୋରାପୁଟ ଜିଲ୍ଲାର ସୁନାବେଡ଼ା-୧ ସ୍ଥିତ ଜଗନ୍ନାଥ ମନ୍ଦିରରେ ଲଗାଣ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି। ବର୍ଷାର ପ୍ରଭାବରେ ମନ୍ଦିରର ଦଧିନଉତି ଓ ଅଁଳାଶ୍ରୀ ଭାଙ୍ଗିଯାଇଥିବା ବେଳେ କାନ୍ଥରୁ ଇଟା ଖସିଛି। ଏଥିସହ ମନ୍ଦିର ଛାତର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ କୌଣସି ଶ୍ରଦ୍ଧାଳୁ ଆହତ ହୋଇନଥିବା ସୂଚନା ମିଳିଛି।

4.Inderpal Singh Walia: ଭାରତୀୟ ବାୟୁସେନାର ନୂତନ ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଏୟାର ମାର୍ଶାଲ ଇନ୍ଦରପାଲ ସିଂ ୱାଲିଆ। ଆସନ୍ତା ରବିବାର ସେ ଏହି ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟରତ ଅଛନ୍ତି। ୪୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ଥିବା ୱାଲିଆ ମିଗ୍, ଜାଗୁଆର ଓ SU-30 MKI ଭଳି ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ରଖିଛନ୍ତି।

5.Cyclone Crash: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ରାସ୍ତା ଧୋଇ ହୋଇଯାଇଛି ତ ଆଉ କେଉଁଠି ଲୋକେ ଜଳବନ୍ଦୀ ହୋଇଛନ୍ତି। କ୍ଷୟକ୍ଷତିର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଏସଆରସି ଉପସ୍ଥିତ ଥିଲେ। ଗଞ୍ଜାମର ଧରାକୋଟ, ଆସିକା, ଭଞ୍ଜନଗର ଓ ବ୍ରହ୍ମପୁର ସମେତ ଗଜପତି ଓ କନ୍ଧମାଳର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଏବଂ ରାସ୍ତାଘାଟର ସ୍ଥିତି ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି।

6.Helicopter Crash: ଉତ୍ତରାଖଣ୍ଡରେ ଘଟିଛି ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା। ବଦ୍ରିନାଥରୁ ଫାଟା ଫେରୁଥିବା ଏକ ହେଲିକପ୍ଟର ଚମୋଲି ଜିଲ୍ଲାର ଯୋଶୀମଠ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ଏହି ହେଲିକପ୍ଟରରେ ପାଇଲଟ୍‌ଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କେତେ ଜଣ ଆହତ କିମ୍ବା ମୃତାହତ ହୋଇଛନ୍ତି, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ଅନୁଯାୟୀ, 'ଟ୍ରାନ୍ସ ଭାରତ ଏଭିଏସନ୍' କମ୍ପାନୀର ଏହି ହେଲିକପ୍ଟରଟି ବଦ୍ରିନାଥରୁ ଫାଟା ଅଭିମୁଖେ ଫେରୁଥିଲା। ତେବେ ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ନିଖୋଜ ହୋଇଯାଇଥିଲା। ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ତୁରନ୍ତ ଏହାର ତଲାସୀ ଆରମ୍ଭ କରାଯାଇଥିଲା।

7.Odisha Crime: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା। ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ (Chemistry) ବିଭାଗର ମୁଖ୍ୟ ତଥା ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରାମାଡ଼ ହୋଇଛି। ଜଣେ ଅବସରପ୍ରାପ୍ତ ସଫେଇ କର୍ମଚାରୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ପ୍ରଫେସର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବୁର୍ଲାସ୍ଥିତ ଭୀମସାରରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି।

8.New Mobile Rules: ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆସୁଛି ଏକ ନୂଆ ସୁବିଧା। ଏଣିକି ଅଜଣା ନମ୍ବରରୁ ଫୋନ୍ ଆସିଲେ ଆଉ କଲ୍ କିଏ କରୁଛନ୍ତି ଜାଣିବା ପାଇଁ ଚିନ୍ତା କରିବାକୁ ପଡ଼ିବନି। ନଭେମ୍ବର ୧ ତାରିଖରୁ ମୋବାଇଲ୍‌ରେ ଲାଗୁ ହେବାକୁ ଯାଉଛି ନୂଆ କଲର ନେମ୍ ପ୍ରେଜେଣ୍ଟେସନ୍ (CNAP) ସେବା। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଅଜଣା ନମ୍ବରରୁ କଲ୍ ଆସିଲେ ମଧ୍ୟ ମୋବାଇଲ୍ ସ୍କ୍ରିନ୍‌ରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଦେଖାଯିବ। ଏନେଇ ଦୂରସଂଚାର ବିଭାଗ (DoT) ପକ୍ଷରୁ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଫେକ୍ କଲ୍, ସାଇବର ଠକେଇ ଏବଂ ଅଜଣା ନମ୍ବରରୁ ହେଉଥିବା ଠକାମି ରୋକିବା ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।

9.Manisha Bhanwala: ଭାରତୀୟ କୁସ୍ତିରେ ନୂଆ ଇତିହାସ ରଚିଛନ୍ତି ମନୀଷା ଭନୱାଲା। ବିଶ୍ୱ କୁସ୍ତି ଚାମ୍ପିୟନସିପର ୫୯ କେଜି ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସେ। ଫାଇନାଲ ମୁକାବିଲାରେ ଆମେରିକାର ଆବିଗେଲ ଏଲିଜାବେଥଙ୍କୁ ୮-୬ ପଏଣ୍ଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଦୀର୍ଘ ୩୯ ବର୍ଷ ପରେ ମହିଳା ବର୍ଗରେ ଭାରତକୁ ସ୍ୱର୍ଣ୍ଣ ଦେଇଥିବା ମନୀଷା, ୧୬ ବର୍ଷ ପରେ ଦେଶ ପାଇଁ ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଶେଷ ଥର ପାଇଁ ୨୦୧୦ରେ ସୁଶୀଲ କୁମାର ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।

10.Shreyas Iyer World Record: କ୍ରିକେଟ୍ ପଡ଼ିଆରେ ଭାଗ୍ୟର ସାଥ୍ ମିଳିବା ମଧ୍ୟ ଜଣେ ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଉ ଏବେ ଭାରତୀୟ ଅଧିନାୟକ ଶ୍ରେୟସ ଆୟରଙ୍କ କ୍ଷେତ୍ରରେ ଠିକ୍ ଏମିତି ଦେଖିବାକୁ ମିଳୁଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଟସ୍ ଜିତିବାରେ ଶ୍ରେୟସଙ୍କ ଭାଗ୍ୟ ଜୋରଦାର ଚମକୁଛି। ଲଗାତାର ଟସ୍ ଜିତି ସେ କ୍ରିକେଟ୍ ଜଗତରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES