SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Written By Priyambada Rana Edited By Priyambada Rana
Published: Oct 31, 2026, 10:02 PM IST | Updated: Oct 31, 2026, 10:04 PM IST
Image Credit: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Join

1.Cyclone Alert: ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚିନ୍ତା ବଢ଼ିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘନୀଭୂତ ଲଘୁଚାପ କ୍ଷେତ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ କରାଯାଇଛି।

2.Cyclone Murassu: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ଼ ଅପଡେଟ୍‌ ଆସିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ନଭେମ୍ବର ୧ ତାରିଖରେ ବାତ୍ୟା ଏବଂ ୨ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇପାରେ। ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୩ ତାରିଖ ସକାଳେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ନେଲୁର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

3.Heavy Rain Alert: ନଭେମ୍ବର ଆରମ୍ଭରୁ ଓଡ଼ିଶାର ପାଣିପାଗରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ରାଜ୍ୟର ଏକାଧିକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଏବଂ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ଝଟକା ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD), ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏଥିସହ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ନଭେମ୍ବର ୧ ତାରିଖରୁ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ଘଡ଼ଘଡ଼ି ଏବଂ ଝଟକା ପବନ ବହିବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ପାଣିପାଗର ପ୍ରଭାବ ଅଧିକ ରହିପାରେ।

4.BDA Ekamra Residency: ଭୁବନେଶ୍ୱରରେ ନିଜର ଏକ ସୁନ୍ଦର ଘର କିଣିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର। ସୁବୁଦ୍ଧିପୁରସ୍ଥିତ ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପରେ ଫ୍ଲାଟ୍ ପାଇଁ ଅନଲାଇନ୍ ଆବେଦନର ସମୟସୀମାକୁ ଆଉ ଏକ ମାସ ବଢ଼ାଇଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA)। ପୂର୍ବରୁ ଆବେଦନର ଶେଷ ତାରିଖ ଅକ୍ଟୋବର ୩୧ ରହିଥିବାବେଳେ ଏବେ ଏହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ଇଚ୍ଛୁକ ଗ୍ରାହକମାନେ ଆବେଦନ କରିବା ପାଇଁ ଅଧିକ ଏକ ମାସ ସମୟ ପାଇବେ।

5.Government Offices: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ରବିବାର ସରକାରୀ ଛୁଟି ବାତିଲ୍ କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରବିବାର ଖୋଲା ରହିବ। ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ ଅବମାନନା କରି ଅନୁପସ୍ଥିତ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ବାତ୍ୟା ମୁକାବିଲା ଓ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନିକ ପ୍ରସ୍ତୁତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

5.Ganjam: ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ରବିବାର ସରକାରୀ ଛୁଟି ବାତିଲ୍ କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ସହ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରବିବାର ଖୋଲା ରହିବ। ଏଥିସହ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ରବିବାର କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ବିନା ଅନୁମତିରେ ଅନୁପସ୍ଥିତ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଓ ରିଲିଫ୍ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଶାସନ ଏହି ପଦକ୍ଷେପ ନେଇଛି।

6.Ganjam School: ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏନେଇ ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବନ୍ୟା ପରିସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ନଭେମ୍ବର ୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ।

7.Kotia Issue: କୋଟିଆ ବିବାଦ ମଧ୍ୟରେ ଏବେ ମାଲକାନଗିରିର ସୀମାନ୍ତ ଗାଁ ଜୁମଡ଼ାଙ୍ଗ ଓ ଦୋରାଗୁଡ଼ାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଧୂଳିପୁଟ ପଞ୍ଚାୟତର ଏହି ଦୁଇ ଗାଁର ଲୋକେ ଓଡ଼ିଶାରେ ବସବାସ କରୁଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଭୋଟ୍ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ପାଖରେ ଆନ୍ଧ୍ର ସରକାରଙ୍କ ଆଧାର କାର୍ଡ ଥିବା ସହ ସୀମାନ୍ତରେ ଆନ୍ଧ୍ର ପକ୍ଷରୁ ମେଡିକାଲ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। ଏହି କାରଣରୁ ଦୋରାଗୁଡ଼ା ଗ୍ରାମବାସୀ ଆନ୍ଧ୍ରର ମୋଚିମପୁରକୁ ଯାଇ ଭୋଟ୍ ଦେବାକୁ ଆଗ୍ରହୀ ଥିବା ଜଣାପଡ଼ିଛି।

8.Azam Khan: ପୂର୍ବତନ ସାଂସଦ ଆଜମ ଖାନ୍‌ଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ରାମପୁର ଜେଲରୁ ମୁକୁଳିବା ପରେ ପରେ ତାଙ୍କୁ ଗିରଫ କରାଯାଇଛି। ୨୦୧୯ ମସିହାର ଏକ ମନି ଲଣ୍ଡରିଂ ମାମଲାରେ ED ଏହି ପଦକ୍ଷେପ ନେଇଛି। ଆସନ୍ତାକାଲି ଆଜମ ଖାନ୍‌ଙ୍କୁ କୋର୍ଟରେ ହାଜର କରାଯିବ।

9.Andhra Pradesh Chainsaw Horror: ଆନ୍ଧ୍ରପ୍ରଦେଶର ଏକ ସ୍କୁଲ୍‌ରେ ଘଟିଛି ଅତ୍ୟନ୍ତ ଭୟାନକ ଘଟଣା। ପାଠପଢ଼ା ଚାଲିଥିବା ସମୟରେ ଶ୍ରେଣୀଗୃହ ଭିତରକୁ ଚେନ୍‌ସ (ବିଦ୍ୟୁତ୍‌ଚାଳିତ କରତ) ଧରି ପଶି ଜଣେ ବ୍ୟକ୍ତି ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଛି। ଏଥିରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ରାପ୍ତାଡୁସ୍ଥିତ ଜିଲ୍ଲା ପରିଷଦ ହାଇସ୍କୁଲ୍‌ରେ ଘଟିଛି।

10.Delhi Traffic Advisory: ନଭେମ୍ବର ୧ ତାରିଖ ରବିବାର ଦିନ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ହେବାକୁ ଥିବା ରାଲିକୁ ନେଇ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି। SIR ପ୍ରକ୍ରିୟାରେ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଏହି ରାଲି ଆୟୋଜନ କରାଯାଉଛି। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ଯୋଗଦାନ ଆଶା କରାଯାଉଥିବାରୁ ମଧ୍ୟ ଦିଲ୍ଲୀର ଅନେକ ପ୍ରମୁଖ ରାସ୍ତାରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଯାତାୟାତ ନିୟନ୍ତ୍ରଣ କରାଯିବ। ଆବଶ୍ୟକ ପଡ଼ିଲେ ଯାନବାହନ ଚଳାଚଳ ପାଇଁ ବିକଳ୍ପ ରାସ୍ତା ମଧ୍ୟ ଲାଗୁ କରାଯିବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES