SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Bilkis Bano Case: ବିଲକିସ୍ ବାନୋ ମାମଲାରେ ବଡ଼ ରାୟ, ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଦୋଷୀଙ୍କୁ ମିଳିଲା ଜାମିନ...

ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପ୍ରସନ୍ନା ବି. ବରାଲେଙ୍କ ଖଣ୍ଡପୀଠ ଅକ୍ଟୋବର ୨୮ ତାରିଖରେ ଏହି ଆଦେଶ ଦେଇଛନ୍ତି। ଜାମିନ ପାଇଥିବା ଦୁଇ ଦୋଷୀ ହେଉଛନ୍ତି ବିପିନଚନ୍ଦ୍ର କହ୍ନୈୟାଲାଲ ଯୋଶୀ ଏବଂ ପ୍ରଦୀପ ରମଣଲାଲ ମୋଧିଆ। ଏହି ଦୁଇଜଣ ୧୧ ଜଣ ଦୋଷୀଙ୍କ ମଧ୍ୟରେ ସାମିଲ ଥିଲେ, ଯେଉଁମାନଙ୍କର ଆଗୁଆ ମୁକ୍ତିକୁ ୨୦୨୪ ଜାନୁଆରୀରେ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ।

Written By Priyambada Rana Edited By Priyambada Rana
Published: Nov 16, 2026, 15:44 IST | Updated: Nov 16, 2026, 15:49 IST
Image Credit: Bilkis Bano Case: ବିଲକିସ୍ ବାନୋ ମାମଲାରେ ବଡ଼ ରାୟ
Join

Bilkis Bano Case: ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ତାଙ୍କ ପରିବାରକୁ ହତ୍ୟା ମାମଲାରେ ଦୁଇ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଉଭୟଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ସହ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୧୭ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିବା ଏବଂ ଜଣେ ଦୋଷୀଙ୍କ ଗୁରୁତର ଶାରୀରିକ ଦିବ୍ୟାଙ୍ଗତାକୁ ଜାମିନ ପ୍ରଦାନର ଆଧାର ଭାବେ ବିଚାର କରାଯାଇଛି।

ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପ୍ରସନ୍ନା ବି. ବରାଲେଙ୍କ ଖଣ୍ଡପୀଠ ଅକ୍ଟୋବର ୨୮ ତାରିଖରେ ଏହି ଆଦେଶ ଦେଇଛନ୍ତି। ଜାମିନ ପାଇଥିବା ଦୁଇ ଦୋଷୀ ହେଉଛନ୍ତି ବିପିନଚନ୍ଦ୍ର କହ୍ନୈୟାଲାଲ ଯୋଶୀ ଏବଂ ପ୍ରଦୀପ ରମଣଲାଲ ମୋଧିଆ। ଏହି ଦୁଇଜଣ ୧୧ ଜଣ ଦୋଷୀଙ୍କ ମଧ୍ୟରେ ସାମିଲ ଥିଲେ, ଯେଉଁମାନଙ୍କର ଆଗୁଆ ମୁକ୍ତିକୁ ୨୦୨୪ ଜାନୁଆରୀରେ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ।

ଶୁଣାଣି ସମୟରେ ଦୋଷୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଜଣେ ଦୋଷୀଙ୍କ ନାମ ଏଫ୍‌ଆଇଆର୍‌ରେ ନଥିଲା ଏବଂ ଘଟଣାର ପ୍ରାୟ ତିନି ବର୍ଷ ପରେ ତାଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା। ଅନ୍ୟପକ୍ଷରେ ଗୁଜରାଟ ସରକାର ଜାମିନ ଆବେଦନକୁ ବିରୋଧ କରିଥିଲେ।

ତେବେ ଦୁଇ ଦୋଷୀଙ୍କ ଦୋଷସିଦ୍ଧି ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜାମିନର ସର୍ତ୍ତାବଳୀ ସମ୍ପୃକ୍ତ ଟ୍ରାଏଲ୍ କୋର୍ଟ ନିର୍ଦ୍ଧାରଣ କରିବେ। ଅର୍ଥାତ୍ ଜାମିନ ମିଳିଥିଲେ ମଧ୍ୟ ଦୋଷସିଦ୍ଧି ବିରୋଧୀ ଆବେଦନ ଉପରେ ଆଇନଗତ ପ୍ରକ୍ରିୟା ଜାରି ରହିବ।

କ'ଣ ଥିଲା ବିଲକିସ୍ ବାନୋ ମାମଲା?
୨୦୦୨ ମସିହାରେ ଗୋଧ୍ରା ଟ୍ରେନ୍ ଅଗ୍ନିକାଣ୍ଡ ପରେ ଗୁଜରାଟରେ ଭୟାବହ ଦଙ୍ଗା ଘଟିଥିଲା। ଏହି ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଘଟଣା ସମୟରେ ବିଲକିସ୍ ବାନୋଙ୍କୁ ୨୧ ବର୍ଷ ବୟସ ହୋଇଥିବା ବେଳେ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ଏହି ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟଙ୍କ ସଦ୍ୟତମ ଜାମିନ ଆଦେଶ ପୁଣିଥରେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି।
 

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES