SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Diwali 2026: ରାଷ୍ଟ୍ରପତିଙ୍କୁ ସାକ୍ଷାତକରି ଦୀପାବଳିର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ

Diwali 2026: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ସବୁଠି ସେଲିବ୍ରେସନ୍ ର ମାହୋଲ୍ ବି ଲାଗି ରହିଛି। ଏ-ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

Written By Narmada Behera Edited By Narmada Behera
Published: Nov 08, 2026, 08:03 PM IST | Updated: Nov 09, 2026, 02:08 PM IST
Image Credit: Representative - Social Media
Join

Diwali 2026: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ସବୁଠି ସେଲିବ୍ରେସନ୍ ର ମାହୋଲ୍ ବି ଲାଗି ରହିଛି। ଏ-ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

 

 

ଏନେଇ ରାଷ୍ଟ୍ରପତି ଭବନର ଅଫିସିଆଲ୍ 'ଏକ୍ସ'ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।" ତେବେ, ରାଷ୍ଟ୍ରପତି ମଧ୍ୟ ପୂର୍ବରୁ ଦୀପାବଳିର ଶୁଭେଚ୍ଛା ଦେଶବାସୀଙ୍କୁ ଏକ୍ସରେ ଜଣାଇଥିଲେ। ସେ ନିଜ ଏକ୍ସରେ ଲେଖିଥିଲେ ଯେ,ଦୀପାବଳିର ଏହି ପବିତ୍ର ଅବସରରେ, ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।" ଦୀପାବଳିର ଏହି ଉତ୍ସବ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି। କେବଳ ସେତିକି ନୁହେଁ ଏହି ଅବସରରେ ସେ ପାର୍ବଣର ସାଂସ୍କୃତିକ ଓ ଧାର୍ମିକ  ମହତ୍ବ ଉପରେ  ଆଲୋକପାତ କରିଛନ୍ତି।  ଅଧର୍ମ ଉପରେ ଧର୍ମର ବିଜୟ,  ରାମ ଅଯୋଧ୍ୟା ଆସିବା ଦିନ ଦୀପ ଲଗାଯାଇ ତାଙ୍କୁ ସ୍ବାଗତ କରାଯାଇଥିଲା। ସେପଟେ, ରାଷ୍ଟ୍ରପତିଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES