SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

PM Kisan: ଚାଷୀଙ୍କୁ କେବେ ମିଳିବ ୨୪ତମ କିସ୍ତି? ଅନଲାଇନ୍‌ରେ ଯାଞ୍ଚ କରନ୍ତୁ ପେମେଣ୍ଟ ଷ୍ଟାଟସ୍

ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି ଯେ, କିସ୍ତି କେବେ ଆସିବ, ସେନେଇ ସୋସିଆଲ ମିଡିଆରେ ଚାଲୁଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 14, 2026, 02:49 PM IST | Updated: Oct 14, 2026, 02:57 PM IST
Image Credit: PM Kisan
Join

PM Kisan: ଯଦି ଆପଣ ଜଣେ ଚାଷୀ ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ଚାଷୀମାନେ ବର୍ତ୍ତମାନ ଏହି ଅପଡେଟ୍‌କୁ ଅପେକ୍ଷା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ୨୪ତମ କିସ୍ତି କେବେ ଆସିବ। ଏହା ପୂର୍ବରୁ ୨୩ତମ କିସ୍ତିର ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜୁନ୍ ୨୦ ତାରିଖରେ ଜମା କରାଯାଇଥିଲା। ଯଦି ଆପଣ ମଧ୍ୟ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ପାଇଁ ଯୋଗ୍ୟ ଏବଂ ୨୪ତମ କିସ୍ତିକୁ ଅପେକ୍ଷା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ର ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ସାବ୍ୟସ୍ତ ହେଉଛି। ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଏ। ଏହି ସହାୟତା ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁଇ-ଦୁଇ ହଜାର ଟଙ୍କାର ତିନୋଟି କିସ୍ତିରେ ପଠାଯାଇଥାଏ। ଗତ ଜୁନ୍ ୨୦ ରେ ୨୩ତମ କିସ୍ତି ଜାରି ହେବା ପରେ ଏବେ ଚାଷୀମାନେ ୨୪ତମ କିସ୍ତିକୁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି।

ତେବେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ୨୪ତମ କିସ୍ତି ଜାରି କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ। ଯୋଜନା ଅଧୀନରେ ୨୪ତମ କିସ୍ତିର ଟଙ୍କା ଦଶହରା ଆଖପାଖରେ ଏବଂ ଦୀପାବଳି ପୂର୍ବରୁ ଆସିବାର ଆଶା କରାଯାଉଛି। ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି ଯେ, କିସ୍ତି କେବେ ଆସିବ, ସେନେଇ ସୋସିଆଲ ମିଡିଆରେ ଚାଲୁଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଚାଷୀମାନେ ଏଥିପାଇଁ କେବଳ ଅଫିସିଆଲ୍ ୱେବସାଇଟ୍ ଉପରେ ହିଁ ଭରସା କରିବା ଉଚିତ। ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାର୍ଯ୍ୟ ସହିତ ଜଡ଼ିତ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିବା।

ଆସନ୍ତୁ ଜାଣିବା ଅନଲାଇନ୍ ପେମେଣ୍ଟ ଷ୍ଟାଟସ କିପରି ଚେକ୍ କରିବେ?

ଚାଷୀମାନେ ନିଜର ଆବେଦନ ଏବଂ ପେମେଣ୍ଟ ସହ ଜଡ଼ିତ ସ୍ଥିତି ଯାଞ୍ଚ କରିବା ପାଇଁ ଏହି ସହଜ ଷ୍ଟେପ୍ ଗୁଡ଼ିକର ଅନୁସରଣ କରିପାରିବେ
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଭିଜିଟ୍ କରନ୍ତୁ। ଏବେ ହୋମପେଜ୍‌ରେ ଦିଆଯାଇଥିବା 'Know Your Status' ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ନିଜର ପିଏମ୍-କିଷାନ ରେଜିଷ୍ଟ୍ରେଶନ୍ ନମ୍ବର  ପ୍ରବେଶ କରନ୍ତୁ। ଏବେ ସ୍କ୍ରିନ୍‌ରେ ଦେଖାଯାଉଥିବା କ୍ୟାପ୍‌ଚା କୋଡ୍ କୁ ସଠିକ୍ ଭାବେ ଟାଇପ୍ କରନ୍ତୁ। ଏହାପରେ 'Get OTP' ଉପରେ କ୍ଲିକ୍ କରନ୍ତୁ ଏବଂ ମୋବାଇଲ୍‌କୁ ଆସିଥିବା ଓଟିପି (OTP)କୁ ଭରି ଭେରିଫିକେସନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଭେରିଫିକେସନ୍ ସରିବା ମାତ୍ରେ ପୋର୍ଟାଲରେ ଆପଣଙ୍କ ରଜିଷ୍ଟ୍ରେସନ୍ ଏବଂ ପେମେଣ୍ଟର ସମ୍ପୂର୍ଣ୍ଣ ଷ୍ଟାଟସ ଦେଖାଯିବ।

ଯଦି ସରକାରଙ୍କ ତରଫରୁ କିସ୍ତି ଜାରି କରିଦିଆଯାଇଛି ଏବଂ ଟଙ୍କା ଆପଣଙ୍କର ପଞ୍ଜୀକୃତ ବ୍ୟାଙ୍କ ଆକାଉଣ୍ଟକୁ ଆସିନାହିଁ, ତେବେ ପୋର୍ଟାଲକୁ ଯାଇ ପେଣ୍ଡିଂ ମାମଲାର ଯାଞ୍ଚ କରନ୍ତୁ। ଅଫିସିଆଲ୍ ପୋର୍ଟାଲରେ ଦିଆଯାଇଥିବା ସୂଚନା ଅନୁସାରେ ଆପଣଙ୍କୁ ଏହିସବୁ କାମ କରିବାକୁ ପଡ଼ିପାରେ । ନିଜର ରଜିଷ୍ଟ୍ରେସନ ଡିଟେଲ୍ସ ଯାଞ୍ଚ ବା ଭେରିଫାଇ କରନ୍ତୁ। ଇ-କେୱାଇସି (E-KYC) ସୂଚନା ପୁଣିଥରେ ସବ୍‌ମିଟ୍ କରନ୍ତୁ। ଲ୍ୟାଣ୍ଡ ଭେରିଫିକେସନ ବା ଜମି ଯାଞ୍ଚର ତଥ୍ୟ ଚେକ୍ କରନ୍ତୁ। ନିଜ ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ୍ କରନ୍ତୁ। ସମ୍ବନ୍ଧିତ ଆଧିକାରୀକ ଚ୍ୟାନେଲ୍ ମାଧ୍ୟମରେ ଅନ୍ୟ କୌଣସି ସମସ୍ୟାର ସମାଧାନ କରନ୍ତୁ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES