ZEE5ର ଦମଦାର ପ୍ରଦର୍ଶନ, ଜି ଏଣ୍ଟରଟେନମେଣ୍ଟର Q2 ରେଭେନ୍ୟୁ ୨,୨୨୪ କୋଟି
କମ୍ପାନିର ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ତ୍ରୈମାସିକରେ କନ୍ସୋଲିଡେଟେଡ୍ ରେଭେନ୍ୟୁ ପ୍ରାୟ ୨,୨୨୪ କୋଟି ଟଙ୍କା ରହିଛି। ଗତବର୍ଷ ସମାନ ତ୍ରୈମାସିକରେ ଏହା ପ୍ରାୟ ୧,୯୭୦ କୋଟି ଟଙ୍କା ଥିଲା। ଅର୍ଥାତ୍ ରେଭେନ୍ୟୁରେ ପ୍ରାୟ ୧୨.୯ ପ୍ରତିଶତ ବୃଦ୍ଧି ହୋଇଛି।
Zee Entertainment Q2 Results: ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (Zee Entertainment Enterprises Limited) ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (Q2 FY27) ଆର୍ଥିକ ଫଳାଫଳ ଘୋଷଣା କରିଛି। ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ଏହି ତ୍ରୈମାସିକରେ କମ୍ପାନିର ରେଭେନ୍ୟୁରେ ବାର୍ଷିକ ଆଧାରରେ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ହୋଇଛି। ଡିଜିଟାଲ୍ ପ୍ଲାଟଫର୍ମ ZEE5ର ଦମଦାର ପ୍ରଦର୍ଶନ, ସବ୍ସ୍କ୍ରିପସନ୍ ଆୟ ଏବଂ FIFA ବିଶ୍ୱକପ୍ ୨୦୨୬ର ପ୍ରସାରଣ କମ୍ପାନିର ବ୍ୟବସାୟକୁ ଗତି ଦେଇଛି।
ରେଭେନ୍ୟୁ ବଢ଼ିଲା, ନେଟ୍ ପ୍ରଫିଟ୍ରେ ହ୍ରାସ:
କମ୍ପାନିର ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ତ୍ରୈମାସିକରେ କନ୍ସୋଲିଡେଟେଡ୍ ରେଭେନ୍ୟୁ ପ୍ରାୟ ୨,୨୨୪ କୋଟି ଟଙ୍କା ରହିଛି। ଗତବର୍ଷ ସମାନ ତ୍ରୈମାସିକରେ ଏହା ପ୍ରାୟ ୧,୯୭୦ କୋଟି ଟଙ୍କା ଥିଲା। ଅର୍ଥାତ୍ ରେଭେନ୍ୟୁରେ ପ୍ରାୟ ୧୨.୯ ପ୍ରତିଶତ ବୃଦ୍ଧି ହୋଇଛି।
ସବ୍ସ୍କ୍ରିପସନ୍ ଆୟ ମଧ୍ୟ ବଢ଼ିଛି। ଏହା ୧,୦୨୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୧,୩୩୨.୪ କୋଟି ଟଙ୍କାରେ ପହଞ୍ଚିଛି। ତେବେ ରେଭେନ୍ୟୁ ବୃଦ୍ଧି ସତ୍ତ୍ୱେ କମ୍ପାନିର ନେଟ୍ ପ୍ରଫିଟ୍ ଓ EBITDAରେ ହ୍ରାସ ଦେଖିବାକୁ ମିଳିଛି।
କମ୍ପାନିର ଆର୍ଥିକ ଫଳାଫଳ ଅନୁଯାୟୀ, Q2 FY27ରେ ଜି ଏଣ୍ଟରଟେନମେଣ୍ଟର ରେଭେନ୍ୟୁ ଗତବର୍ଷର ସମାନ ତ୍ରୈମାସିକର ୧,୯୭୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨,୨୨୪ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏଥିରେ ୧୨.୯ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ, କମ୍ପାନିର ନେଟ୍ ପ୍ରଫିଟ୍ ୭୭ କୋଟି ଟଙ୍କାରୁ ହ୍ରାସ ପାଇ ୪୮ କୋଟି ଟଙ୍କା ହୋଇଛି, ଯାହା ୩୭.୭ ପ୍ରତିଶତ କମ୍। ସେହିପରି EBITDA ମଧ୍ୟ ପୂର୍ବବର୍ଷର ୧୬୦ କୋଟି ଟଙ୍କା ତୁଳନାରେ ୪୬.୬ ପ୍ରତିଶତ ହ୍ରାସ ପାଇ ୮୫.୫ କୋଟି ଟଙ୍କା ରହିଛି। EBITDA ମାର୍ଜିନ୍ ମଧ୍ୟ ୮.୧ ପ୍ରତିଶତରୁ କମି ୩.୮ ପ୍ରତିଶତ ହୋଇଛି।
EBITDA ମାର୍ଜିନ୍ ୮.୧% ୩.୮%କମ୍ପାନିର ନେଟ୍ ପ୍ରଫିଟ୍ରେ ୩୭.୭ ପ୍ରତିଶତ ହ୍ରାସ ହୋଇ ୪୮ କୋଟି ଟଙ୍କା ରହିଛି। ସେହିପରି EBITDA ୪୬.୬ ପ୍ରତିଶତ କମି ୮୫.୫ କୋଟି ଟଙ୍କାରେ ପହଞ୍ଚିଛି। EBITDA ମାର୍ଜିନ୍ ମଧ୍ୟ ପୂର୍ବବର୍ଷର ୮.୧ ପ୍ରତିଶତରୁ ହ୍ରାସ ପାଇ ୩.୮ ପ୍ରତିଶତ ହୋଇଛି।
ZEE5ର ଆୟରେ ୧୦୧% ବୃଦ୍ଧି:
ଡିଜିଟାଲ୍ ବ୍ୟବସାୟ କ୍ଷେତ୍ରରେ ZEE5 କମ୍ପାନିର ସବୁଠାରୁ ଦ୍ରୁତ ବିକାଶଶୀଳ ବିଭାଗ ଭାବେ ଉଭା ହୋଇଛି। Q2 FY27ରେ ଏହି ପ୍ଲାଟଫର୍ମର ରେଭେନ୍ୟୁ ୬୨୬ କୋଟି ଟଙ୍କା ରହିଛି, ଯାହା ଗତବର୍ଷ ସମାନ ତ୍ରୈମାସିକ ତୁଳନାରେ ୧୦୧ ପ୍ରତିଶତ ଅଧିକ ବୋଲି କମ୍ପାନି ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି।
ଏହି ତ୍ରୈମାସିକରେ ZEE5ରେ ୩୪ଟି ନୂଆ ଶୋ’ ଓ ଫିଲ୍ମ ରିଲିଜ୍ ହୋଇଛି। ଏଥିରେ ୯ଟି ଅରିଜିନାଲ୍ କଣ୍ଟେଣ୍ଟ ରହିଛି। ନୂଆ କାହାଣୀ ଓ ବିଭିନ୍ନ ଭାଷାର କଣ୍ଟେଣ୍ଟ ଜରିଆରେ ଡିଜିଟାଲ୍ ଦର୍ଶକଙ୍କୁ ଆକୃଷ୍ଟ କରିବା ଉପରେ କମ୍ପାନି ଗୁରୁତ୍ୱ ଦେଇଛି।
FIFA ବିଶ୍ୱକପ୍ ପ୍ରସାରଣରୁ ବଡ଼ ସଫଳତା:
କ୍ରୀଡ଼ା ପ୍ରସାରଣ କ୍ଷେତ୍ରରେ ମଧ୍ୟ ଜି ନେଟୱର୍କ ନିଜର ଉପସ୍ଥିତିକୁ ସୁଦୃଢ଼ କରିଛି। FIFA ସହ ହୋଇଥିବା ୨୦୨୬ରୁ ୨୦୩୪ ପର୍ଯ୍ୟନ୍ତ ୮ ବର୍ଷର ସହଭାଗିତା ଅନୁଯାୟୀ, ନେଟୱର୍କ ଆଗାମୀ ବର୍ଷଗୁଡ଼ିକରେ FIFAର ପ୍ରମୁଖ ଇଭେଣ୍ଟ୍ଗୁଡ଼ିକର ପ୍ରସାରଣ ଓ ଷ୍ଟ୍ରିମିଂ କରିବ।
କମ୍ପାନିର ତଥ୍ୟ ଅନୁଯାୟୀ, FIFA ବିଶ୍ୱକପ୍ ୨୦୨୬ରେ ସମସ୍ତ ପ୍ଲାଟଫର୍ମକୁ ମିଶାଇ ପ୍ରାୟ ୫୦ ବିଲିୟନ୍ ମିନିଟ୍ର ମୋଟ୍ ଭ୍ୟୁଇଂ ଟାଇମ୍ ରେକର୍ଡ ହୋଇଛି। ଏଥିରୁ ୮୩ ପ୍ରତିଶତ ଦର୍ଶକଙ୍କ ଦେଖିବା ସମୟ ସିଧାସଳଖ ଲାଇଭ୍ ମ୍ୟାଚ୍ରୁ ଆସିଥିବା କମ୍ପାନି ଦାବି କରିଛି। ଭାରତର ୭୩ ପ୍ରତିଶତ ଦର୍ଶକ FIFA ବିଶ୍ୱକପ୍କୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ZEEକୁ ଏକ ବ୍ରାଣ୍ଡ୍ ଭାବେ ପ୍ରଶଂସା କରିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ଟେଲିଭିଜନ୍ ଓ ମ୍ୟୁଜିକ୍ ବ୍ୟବସାୟରେ ମଧ୍ୟ ଗୁରୁତ୍ୱ:
BARC ତଥ୍ୟ ଅନୁଯାୟୀ, ୨୦୨୬ର ୨୪ତମ ସପ୍ତାହରେ ଜି ନେଟୱର୍କ ୨୦ ପ୍ରତିଶତ ଅଲ୍-ଇଣ୍ଡିଆ ଟିଭି ନେଟୱର୍କ ଶେୟାର ହାସଲ କରିଥିଲା। ଏହା ଗତ ୭ ବର୍ଷ ମଧ୍ୟରେ ନେଟୱର୍କର ସର୍ବାଧିକ ଶେୟାର ବୋଲି କମ୍ପାନି କହିଛି। ଏହି ତ୍ରୈମାସିକରେ ଜି ଟିଭିରେ 'ସା ରେ ଗା ମା ପା' ଓ 'ଦିଲୋଁ କି ରାମଲୀଲା', ଜି ମରାଠୀରେ 'ହୋମ୍ ମିନିଷ୍ଟର' ଏବଂ ଜି ସାର୍ଥକରେ 'ଦାଦାଗିରି ଅନଲିମିଟେଡ୍ S11' ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ସେହିପରି ଜି ମ୍ୟୁଜିକ୍ କମ୍ପାନିର ସବ୍ସ୍କ୍ରାଇବର ସଂଖ୍ୟା ୧୭୯ ନିୟୁତରେ ପହଞ୍ଚିଥିବା ବେଳେ ମୋଟ୍ ଭିଡିଓ ଭ୍ୟୁ ୫୯ ବିଲିୟନ୍ ହୋଇଛି। ଏହି ତ୍ରୈମାସିକରେ ୯ଟି ହିନ୍ଦୀ, ୧୨ଟି ଆଞ୍ଚଳିକ ଏବଂ ୭୩ଟି ସିଙ୍ଗଲ୍ ଓ ଆଲବମ୍ର ଅଧିକାର ଯୋଡ଼ିଛି କମ୍ପାନି। ମୋଟାମୋଟି ଭାବେ ଜି ଏଣ୍ଟରଟେନମେଣ୍ଟର ରେଭେନ୍ୟୁ ଓ ଡିଜିଟାଲ୍ ବ୍ୟବସାୟରେ ବୃଦ୍ଧି ଦେଖାଯାଇଥିବା ବେଳେ ଲାଭ ଓ EBITDA ହ୍ରାସ କମ୍ପାନି ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି।