SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Trains Cancelled:ବାତ୍ୟା ଅର୍ଣ୍ଣବ ପାଇଁ ପୂର୍ବତଟ ରେଳପଥର ୧୪ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା

Trains Cancelled: ବାତ୍ୟା ପାଇଁ ରେଳ ଚଳାଚଳ ପ୍ରଭାବିତ ହେବ। ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଟ୍ରେନ୍ ବାତିଲ୍ କରିଛି ପୂର୍ବତଟ ରେଳପଥ। ଅକ୍ଟୋବର ୨୭ ରୁ ନଭେମ୍ବର ୪ ତାରିଖ ମଧ୍ୟରେ ବିଭିନ୍ନ ଦିନରେ ଏହି ଟ୍ରେନ୍ ଗୁଡିକ ଚଳାଚଳ ନ କରି ବାତିଲ୍ ରହିବ।

Written By Narmada Behera Edited By Narmada Behera
Published: Oct 27, 2026, 08:38 AM IST | Updated: Oct 27, 2026, 08:41 AM IST
Image Credit: Trains Cancelled:ବାତ୍ୟା ଅର୍ଣ୍ଣବ ପାଇଁ ପୂର୍ବତଟ ରେଳପଥର ୧୪ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା
Join

Trains Cancelled: ବାତ୍ୟା ପାଇଁ ରେଳ ଚଳାଚଳ ପ୍ରଭାବିତ ହେବ। ବାତ୍ୟାକୁ ଦୃଷ୍ଟିରେ ରଖି  ୧୪ଟି ଟ୍ରେନ୍ ବାତିଲ୍ କରିଛି ପୂର୍ବତଟ ରେଳପଥ। ଅକ୍ଟୋବର ୨୭ ରୁ  ନଭେମ୍ବର ୪ ତାରିଖ ମଧ୍ୟରେ ବିଭିନ୍ନ ଦିନରେ ଏହି ଟ୍ରେନ୍ ଗୁଡିକ ଚଳାଚଳ ନ କରି ବାତିଲ୍ ରହିବ।  ଏହାସହ କିଛି ଟ୍ରେନ୍ ଯାତ୍ରା ଆଂଶିକ ବାତିଲ୍ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍ ଯାତ୍ରା ଆରମ୍ଭ ସ୍ଥଳରେ ପରିର୍ତ୍ତନ କରାଯାଇଛି। ବିଶେଷକରି, କୋରାପୁଟ୍, ବିଖାଶାପାଟଣା, ଜଗଦଲପୁର, ଭୁବନେଶ୍ବର ଓ ଜୁନାଗଡ ରୋଡକୁ ସଂଯୋଗ  କରୁଥିବା କିଛି ଟ୍ରେନ୍  ଏହା ଦ୍ବାରା ପ୍ରଭାବିତ  ହୋଇଛି। 

ALSO READ: Cyclone Arnab:ଅତି ଭୀଷଣ ବାତ୍ୟା ରୂପ ନେଲା'ଅର୍ଣ୍ଣବ',ପ୍ରଭାବିତ ହେବ ଏହିସବୁ ଜିଲ୍ଲା!

ଯାତ୍ରୀଙ୍କ ସୁରକ୍ଷା ଓ ଅସୁବିଧାକୁ ଏଡାଇବା ପାଇଁ  ରେଳପଥ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେଣୁ ଯାତ୍ରା କରିବା ପୂର୍ବରୁ ନିଜ ଟ୍ରେନ୍ ର ସ୍ଥିତି ଯାଂଚ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।  ସେହିପରି,ବାତ୍ୟା ଯୋଗୁଁ  ଦକ୍ଷିଣ ପୂର୍ବ ରେଳପଥ ପୂର୍ବରୁ ୨୭ ଓ ୨୮ରେ  ୫୩ଟି ଟ୍ରେନ୍ ବାତିଲ୍ ହୋଇଛି।  ବିଶାଖାପାଟଣା-କିରଣ୍ତୁଲ୍ ଏକ୍ସପ୍ରେସ୍, ୨୯ ରୁ ୪ ଯାଏଁ ଉଭୟ ପଟୁ  ବାତିଲ୍ ରହିଛି। ବିଖାଶାପାଟଣା-କୋରାପୁଟ୍   ପାସେଞ୍ଜର ୨୭ ରୁ ୩୦ ଯାଏଁ ବାତିଲ୍, ବିଶାଖାପାଟଣା-କିରଣ୍ତୁଲ୍ ରାସେଞ୍ଜର ୨୭ ରୁ ୩୦ ଯାଏଁ ଉଭୟ ପଟୁ ବାତିଲ୍ ହୋଇଥିବା ବେଳେ  ହୀରାଖଣ୍ତ ଏକ୍ସପ୍ରେସ୍ ୨୭ ରୁ ୩୦ ରାୟଗଡା ପର୍ଯ୍ୟନ୍ତ ଯିବ ବୋଲି ସୂଚନା ମିଳିଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES