SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Governor Reshuffle 2026: ବଦଳିଲେ ଓଡି଼ଶାର ରାଜ୍ୟପାଳ,ବ୍ରଜ ମୋହନ ରାମଙ୍କ ମିଳିଲା ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି

ବଦଳିଲେ ଓଡି଼ଶାର ରାଜ୍ୟପାଳ,ବ୍ରଜ ମୋହନ ରାମଙ୍କ ମିଳିଲା ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି

Written By Narmada Behera Edited By Narmada Behera
Published: Oct 12, 2026, 10:27 PM IST | Updated: Oct 12, 2026, 10:29 PM IST
Image Credit: Governor Reshuffle 2026: ବଦଳିଲେ ଓଡି଼ଶାର ରାଜ୍ୟପାଳ,ବ୍ରଜ ମୋହନ ରାମଙ୍କ ମିଳିଲା ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି
Join

Governor Reshuffle 2026: ବଦଳିଲେ ଓଡ଼ିଶା ରାଜ୍ୟପାଳ।  ବ୍ରଜ ମୋହନ ରାମଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନ ସେ ନେଇଛନ୍ତି। ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ନିଯୁକ୍ତି ନେଇ ମୋହର ମାରିଛନ୍ତି। ସେହିପରି ବାକି ରାଜ୍ୟର ରାଜ୍ୟପାଳ ବି ଅଦଳବଦଳ ହୋଇଛନ୍ତି।  କେରଳମ୍ ର ଓମ୍‌ପ୍ରକାଶ ମାଥୁର,କର୍ଣ୍ଣାଟକର ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ,ସିକିମ ରାଜ୍ୟପାଳ ଦୁଶ୍ୟନ୍ତ ଗୌତମ ଓ ତାମିଲନାଡୁର ରାଜ୍ୟପାଳ ହୋଇଛନ୍ତି ରାଜେନ୍ଦ୍ର ବିଶ୍ୱନାଥ ଆର୍‌ଲେକର।

ବ୍ରଜ ମୋହନ ରାମଙ୍କ ବିଷୟରେ କିଛି ଖାସ୍ କଥା:
ବଜ୍ରମାହନ ରାମ ଝାରଖଣ୍ତର ପଲାମୁ ଅଞ୍ଚଳର ଜଣେ ରାଜନେତା।  ବିଜେପି ସହ ଜଡ଼ିତ ଜଣେ ଅଭିଜ୍ଞ ରାଜନେତା। ସେ ବିଧାୟକ ରହିବା ସହ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।  

ସେ କ୍ରମାଗତ ଭାବରେ ୧୯୯୬,୧୯୯୮,୧୯୯୯ ରେ ପଲାମୁ ଲୋକସଭା  ଆସନରୁ  ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏବଂ ୧୯୯୧ -୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର  ସଦସ୍ୟ ଥିଲେ। କେବଳ ସେତିକି ନୁହେଁ ସେ ଝାରଖଣ୍ତ ଏସସି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭଳି ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ଦାୟିତ୍ବ ସମ୍ଭାଳିଛନ୍ତି।  ସେ ୧୯୫୮ , ଜାନୁଆରୀ ୧ ତାରିଖରେ ଚାନ୍ଦଓ୍ବାରେ ଜନ୍ମ ନେଇଥିଲେ। ସେ ରାଞ୍ଚି ବିଶ୍ବ ବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ୍ କରିଥିଲେ।  ଝାରଖଣ୍ତ ରାଜ୍ୟ ଅଲଗା ହେବା ପୂର୍ବରୁ ସେ ବିହାର ରାଜନୀତି ରେ ସକ୍ରିୟ ଥିଲେ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES