SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: କାହିଁକି ଜୀବନ ହାରିଲେ ଅମ୍ୱାଦୋଳା ଥାନା SI?

Odisha News: କାହିଁକି ଜୀବନ ହାରିଲେ ଅମ୍ୱାଦୋଳା ଥାନା SI?

Written By Narmada Behera Edited By Narmada Behera
Published: Nov 07, 2026, 11:12 PM IST | Updated: Nov 07, 2026, 11:14 PM IST
Image Credit: Representative - Social Media
Join

Odisha News: ପୋଲିସ୍ ଏସଆଇଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଅମ୍ବାଦଳା ଥାନାର ସବ୍-ଇନ୍ସପେକ୍ଟର ଅଶୋକ ପ୍ରଧାନ। ମୃତ୍ୟୁର କାରଣ ଜଣାପଡିନାହିଁ। ଥାନା ପରିସରରେ ଥିବା ସରକାରୀ କ୍ବାର୍ଟସ୍  ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଥାନାର ଜଣେ କର୍ମଚାରୀ ଅଶୋକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରେ ଅନ୍ୟମାନଙ୍କୁ ଜଣାଇଥିଲେ।  ପରେ ଘରର କାବଟ ଭାଙ୍ଗି ତାଙ୍କୁ ସ୍ଥାନୀୟ ହସପିଟାଲ୍ କୁ ନେଇଥିଲେ , ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପାରିବାରିକ କଳହ ଆତ୍ମହତ୍ୟାର କାରଣ ବୋଲି ସନ୍ଦେହ କରାଯାଉଛି। କର୍ମକ୍ଷେତ୍ରରେ ଚାପ  କି ଅନ୍ୟ କୌଣସି କାରଣ ରହିଛି କି ନାହିଁ। ତାହା ଏ ଯାଏଁ ଜଣାପଡିନାହିଁ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ୍ ଏସଆଇଙ୍କ ଘର ଫୁଲବାଣୀ ଜିଲ୍ଲା ବିଗାପଦର ଗାଁରେ ହୋଇଥିବା ଜଣାପଡିଛି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES