Oxygen Cylinder Blast: ରୋଗୀଙ୍କୁ ଅକ୍ସିଜେନ ଦେବାବେଳେ ଅଘଟଣ! ଆମ୍ବୁଲାନ୍ସରେ ନିଆଁ, ଚାଲିଗଲା ରୋଗୀଙ୍କ ଜୀବନ
ଉଦଳା ହସ୍ପିଟାଲ ପରିସରରେ ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ଅକ୍ସିଜେନ ଦିଆଯାଉଥିଲା। ଏହି ସମୟରେ ଅକ୍ସିଜେନ ସିଲିଣ୍ଡର ଫାଟିଯିବା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ହଠାତ୍ ଘଟିଥିବା ଏହି ଅଘଟଣରେ ଆମ୍ବୁଲାନ୍ସଟି ଜଳିଯାଇଥିବାବେଳେ ରୋଗୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା।
Oxygen Cylinder Blast: ମୟୂରଭଞ୍ଜ ଜିଲ୍ଲାର ଉଦଳା ହସ୍ପିଟାଲ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଗୀଙ୍କୁ ଅକ୍ସିଜେନ ଦିଆଯାଉଥିବା ସମୟରେ ଅକ୍ସିଜେନ ସିଲିଣ୍ଡର ଫାଟିଯିବାରୁ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଟେଣ୍ଡାଣ୍ଟ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଉଦଳା ହସ୍ପିଟାଲ ପରିସରରେ ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ଅକ୍ସିଜେନ ଦିଆଯାଉଥିଲା। ଏହି ସମୟରେ ଅକ୍ସିଜେନ ସିଲିଣ୍ଡର ଫାଟିଯିବା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ହଠାତ୍ ଘଟିଥିବା ଏହି ଅଘଟଣରେ ଆମ୍ବୁଲାନ୍ସଟି ଜଳିଯାଇଥିବାବେଳେ ରୋଗୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଏହି ଘଟଣାରେ ଆହତ ହୋଇଥିବା ଆଟେଣ୍ଡାଣ୍ଟ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।
ହସ୍ପିଟାଲ ପରିସରରେ ଏଭଳି ଅଘଟଣ ଘଟିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ତେବେ ଅକ୍ସିଜେନ ସିଲିଣ୍ଡର କେଉଁ କାରଣରୁ ଫାଟିଲା ଏବଂ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ, ସେନେଇ ଅଧିକ ତଥ୍ୟ ମିଳିବା ବାକି ରହିଛି।