Arnab Cyclone: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍! ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ'
Arnab Cyclone: ଅର୍ଣ୍ଣବକୁ ନେଇ ଆସିଲା ବଡ଼ ଅପଡେଟ୍। ଦୁର୍ବଳ ହୋଇ ଗଭୀକ ଅବପାତରେ ପରିଣତ ହୋଇଛି ଅର୍ଣ୍ଣବ। ମାଲକାନଗିରି ଠାରୁ ପ୍ରାୟ ୬୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି। ଯାହା ଘଣ୍ଟାକୁ ୧୫ କିମି ବେଗରେ ଉତ୍ତରକୁ ବଢୁଛି। ଆଗାମୀ କିଛି ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି (ଗୁରୁବାର) ସଂନ୍ଧ୍ୟା ସୁଧା ଲଘୁଚାପରେ ପରିଣତ ହେବ ବୋଲି କହିଛି ପାଣିପାଗ ବିଭାଗ।

ସାଢେ ୬ ଘଣ୍ଟା ଲାଗିଗଲା ଅର୍ଣ୍ଣବ ଲ୍ୟାଣ୍ତଫଲ୍ ପ୍ରକ୍ରିୟା ସାରିବାକୁ। ସ୍ଥଳଭାଗକୁ ପ୍ରବେଶ ପରେ ବି ବହୁ ଅଧିକ ସମୟ ଧରି ରହିଲା ଆନ୍ଧ୍ର ଉପକୂଳରେ। ସିଧା ମାଡ ନ ହେଲେ ବି ଲଗାଣ ବର୍ଷା ,ଅଳ୍ପ ପବନରେ ଦକ୍ଷିଣ ଓ ଉପକୂଳ ଓଡି଼ଶା ପ୍ରଭାବିତ ହୋଇଛି। ବିଶେଷକରି,ଗଞ୍ଜାମ, ରାୟଗଡା, କୋରାପୁଟ୍, ପୁରୀ ସର୍ବାଧିକ ପ୍ରକୋପ ରହିଛି। ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭୂସ୍ଖଳ ସହ କେତେକ ନଦୀର ଜଳସ୍ତର ବଢିଛି। ଲ୍ୟାଣ୍ତଫଲ୍ ସମୟରେ ୧୨୫-୧୩୫ ଓ ପବନ ଝଟକା ପ୍ରାୟ ୧୫୦ କିମି ଯାଏଁ ଥିଲା।
ଏହାପରେ,ପ୍ରକୋପ କମି ଅତି ଭୀଷଣରୁ ଭୀଷଣ ବାତ୍ୟା ରୂପ ନେଇଥିଲା। ସଂନ୍ଧ୍ୟା ବେଳକୁ ଏହା ବାତ୍ୟାରେ ପରିଣତ ହୋଇଥିବା ବେଳେ ପବନ ପ୍ରକୋପ ୮୦-୯୦ କିମି ଥିଲା। ଝଟକା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଥିଲା। ଆଉ କିଛି ଘଣ୍ଟା ଭିତରେ ଗଭୀର ବାତ୍ୟାର ରୂପ ନେଇଥିଲା। ସକାଳୁ ସକାଳୁ ଅବପାତରେ ପରିଣତ ହୋଇ ପରବର୍ତ୍ତୀ ସମୟରେ ଅବପାତର ରୂପ ନେବେ। ଆନ୍ଧ୍ରରୁ ମାଲକାନଗିରି ଆସିବା ଯେତିକି ସମୟ ନେବା କଥା, ତା ଠାରପ ଢେର୍ ଅଧିକ ସମୟ ନେଲା। ବୁଧବାର ବିଳମ୍ବିତ ରାତିରୁ ସକାଳ ଭିତରେ ଛତିଗଡ ନିକଟବର୍ତ୍ତୀ ମାଲକାନଗିରି ସମେତ ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇପାରେ। ପବନ ପ୍ରକୋପ ବି ରହିପାରେ। ଅର୍ଣ୍ଣବ କ୍ରମଶଃ ରୂପ ନେଇ ଆଜିଠାରୁ ଅବପାତର ରୂପ ନେଇପାରେ।
ଆଜିଠାରୁ ଛତିଶଗଡ ସଂଲଗ୍ନ ପଶ୍ଚିମ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାରେ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, ଆଜୁ ଅନେକ ସ୍ଥାନରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକପ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ଦେବଗଡ଼ରେ ପ୍ରବଳ ବର୍ଷା ସହ ୩୦ ରୁ ୪୦ ପବନ ବହିପାରେ। ୩୦ରୁ ବର୍ଷାର ପ୍ରକୋପ କମିଯିବ।