SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: ବୈତରଣୀ ନଦୀଗର୍ଭକୁ ଧସିଲା ପଥର ପ୍ୟାକିଙ୍ଗି ସୁରକ୍ଷାଵନ୍ଧ, ଆତଙ୍କିତ ୨୪ ଗାଁର ଲୋକେ

Odisha News: ୧୩କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀବନ୍ଧ ୧୩ମାସ ଗଲାନି। ବୈତରଣୀ ନଦୀଗର୍ଭକୁ ଧସିଲା ୧ଶହ ୫୦ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାଵନ୍ଧ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧାମରା ନିକଟରେ ଅଶାନ୍ତ ହୋଇପଡିଛି ସମୁଦ୍ର । ଧାମାରା ମୁହାଣରୁ ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ଉଚ୍ଚ ଜୁଆର ଢେଉ ମାଡି ଆସିବାରୁ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀ ଗର୍ଭକୁ ଧସିଯାଇଛି ୧ଶହ ୫୦ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାବନ୍ଧ

Written By Narmada Behera Edited By Narmada Behera
Published: Oct 30, 2026, 11:23 AM IST | Updated: Oct 30, 2026, 11:27 AM IST
Image Credit: Representative -Zee Odisha News
Join

 

Odisha News: ୧୩କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀବନ୍ଧ ୧୩ମାସ ଗଲାନି। ବୈତରଣୀ ନଦୀଗର୍ଭକୁ ଧସିଲା ୧ଶହ ୫୦ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାଵନ୍ଧ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧାମରା ନିକଟରେ ଅଶାନ୍ତ ହୋଇପଡିଛି ସମୁଦ୍ର । ଧାମାରା ମୁହାଣରୁ ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ଉଚ୍ଚ ଜୁଆର ଢେଉ ମାଡି ଆସିବାରୁ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀ ଗର୍ଭକୁ ଧସିଯାଇଛି ୧ଶହ ୫୦ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାବନ୍ଧ।

ଫଳରେ ଆତଙ୍କିତ ସୋଇପଡିଛନ୍ତି ନଦୀକୂଳିଆ ଗାଁ ସହ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତର ୨୪ ଗାଁ ର ଲୋକମାନେ। ସେହିପରି ଗତକାଲି ରାତିରୁ ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବଢିବା ସହ ଅନେକ ସ୍ଥାନରେ ନଦୀଵନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତାହାସହ ଗତ କିଛିଦିନ ଧରି ବୈତରଣୀ ନଦୀର ଆରଡି ମୁଁଆଘାଟ ନିକଟରେ ନଦୀବନ୍ଧ ଓ ଜେଟିର ଅତଡା ଖଣ୍ଡ ନଦୀକୁ ଖସିଵା ସହିତ ଆଜି ନଦୀକୂଳକୁ ଲାଗି କରିଥିବା ମା ଗଙ୍ଗାମାତାଙ୍କ ମନ୍ଦିର ସମ୍ପୁର୍ଣ୍ଣ ଭାବେ ଭାସିଯାଇଛି।

ALSO READ: Flood Situation In Odisha: ଗଞ୍ଜାମ ଓ ଗଜପତିରେ ସ୍ଥିତି ସଙ୍ଗୀନ,ବିପଦ ସଙ୍କେତ ଉପରେ ଏହିସବୁ ନଦୀ!

ସେହିପରି ସୁନ୍ଦରପୁର ଗାଁକୁ ଲାଗି ଥିବା ବୈତରଣୀ ନଦୀବନ୍ଧର ୩ଶହଫୁଟର ଫାଟ ସୃଷ୍ଟି ହେବା ସହିତ ୫ଫୁଟ ତଳକୁ ରହିଯାଇଥିଲା ମାଟିବନ୍ଧ। ଏପରି ଖବର ନନ୍ଦିଘୋଷଟିଭିରେ ପ୍ରଥମେ ଖବର ପ୍ରସାରିତ ହେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ପାଲ ଘୋଡ଼ା ଯାଇ ବାଲିବସ୍ତା ପଠାଯାଇଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES