Odisha Vigilance: ଭିଜିଲାନ୍ସ ଜାଲରେ କୋଟିପତି ଆଇଟିଆଇ ପ୍ରିନ୍ସପାଲ୍
Odisha Vigilance: ଭିଜିଲାନ୍ସ ଜାଲରେ କୋଟିପତି ଆଇଟିଆଇ ପ୍ରିନ୍ସପାଲ୍
Odisha vigilance: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆଇଟିଆଇ (Bolangir ITI Principal' ) ପ୍ରିନ୍ସପାଲ୍ ସୁରେଶ କୁମାର ଦଳ ବେହେରା। ଲାଞ୍ଜ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଏହାସହ ତାଙ୍କର ସମ୍ପତ୍ତି ମଧ୍ୟ ଖୋଳତାଡ୍ କରିବା ଆରମ୍ଭ କରିଛି। ଏକକାଳିନୀ ୩ଟି ସ୍ଥାନରେ ଚଢାଉ କରାଯାଇଥିଲା। ଯାଞ୍ଚ ବେଳେ ତାଙ୍କର ୨ ଟି କୋଠା ସହ ୧୧ ଟି ପ୍ଲଟ୍ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏବଂ ନଗଦ ୫ ଲକ୍ଷ ୧୭ ହଜାର ଟଙ୍କା ସହ ୨୬୩ ଗ୍ରାମ୍ ସୁନା ଏବଂ ଅଢଇ କେଜି ରୂପା ଠାବ ହୋଇଛି। କେବଳ ସେତିକି ନୁହେଁ, ଗୋଟିଏ ଦାମୀ କାର୍ ସହ ୩ଟି ବାଇକ୍ ବି ଭିଜିଲାନ୍ସ ହାତରେ ଲାଗିଛି।
ସୂଚନା ଅନୁସାରେ, ଆଇଟିଆଇରେ କାମ କରୁଥିବା ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କ ଚାକିରି ଜାରି ରଖିବା ଲାଗି ସହ ଦରମା ପ୍ରଦାନ ଲାଗି ୧ ଲକ୍ଷ ୧୫ ହଜାର ଟଙ୍କା ପ୍ରିନ୍ସପାଲ୍ ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଚାକିରିରୁ ବାହାର କରିବା ଲାଗି ଧମକ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ , ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସ ର ଦ୍ବାରସ୍ତ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ପ୍ରିନ୍ସପାଲ୍ ଙ୍କୁ ପ୍ରଥମ କିସ୍ତିରେ ୩୦ ହଜାର ଟଙ୍କା ଲାଂଚ ହେଇଥିଲେ। ଏହି ସମୟରେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ଠାରୁ ଟଙ୍କା ଜବତ୍ କରିଥିଲା। ପରେ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିଲା। ଚଢାଉ ସମୟରେ ଭିଜିଲାନ୍ସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଓ ସୁନା ଗହଣା ଲାଗିଛି। ଆଜି ଭିଜିଲାନ୍ସ କୋର୍ଟରେ ହାଜର ହୋଇପାରନ୍ତି।