Vigilance Raid: ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ AEE, ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ରେଡ୍
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍। ମୟୂରଭଞ୍ଜ ଜିଲ୍ଲା ବେତନଟୀ ସବଡିଭିଜନ AEE ଅରବିନ୍ଦ ମହାନ୍ତିଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଚଢାଉ ହୋଇଛି।
Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍। ମୟୂରଭଞ୍ଜ ଜିଲ୍ଲା ବେତନଟୀ ସବଡିଭିଜନ AEE ଅରବିନ୍ଦ ମହାନ୍ତିଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଚଢାଉ ହୋଇଛି। ୧୦ଟି ସ୍ଥାନରେ ରେଡ୍ ଜାରି ରହିଛି। ଏହି ଚଢାଉରେ ୫ ଜଣ ଡିଏସପି, ୮ ଜଣ ସବ୍-ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ୍ ଅଛନ୍ତି।
ସୂଚନା ଅନୁଯାୟୀ, ଅରବିନ୍ଦ ମହାନ୍ତିଙ୍କ ବାଲେଶ୍ବର ଅଙ୍ଗାରଗଡ଼ିଆରେ ଥିବା ତିନି ମହାଲ କୋଠା, ଜଳେଶ୍ବରରେ ଥିବା ପୈତୃକ କୋଠା, ବାଲେଶ୍ବର ବସନ୍ତପୁରରେ ଥିବା ଫାର୍ମ ହାଉସ୍ ,ବାମପଦାସ୍ଥିତ ଘର ସହ ଖୋର୍ଦ୍ଧା ବାଲିଅନ୍ତା ରେ ଥିବା ୨ ମହଲା କୋଠା ସହ ବେତନଟୀ ସ୍ଥିତ କାର୍ଯ୍ୟାଳୟ ଓ ଅଫିସ୍ ,ବାଲେଶ୍ୱର ବାମପଦାରେ ଜଣେ ସମ୍ପର୍କୀୟଙ୍କ ଘରେ, ଅଙ୍ଗାରଗଡ଼ିଆରେ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର ଓ ମୟୂରଭଞ୍ଜ ବୈଶିଙ୍ଗାରେ ଅନ୍ୟ ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି ଭିଜିଲାନ୍ସ। ତେବେ, ଚଢାଉ ବେଳେ ଭିଜିଲାନ୍ସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ନଗଦ ଟଙ୍କା ଓ ସୁନା ଅଳଙ୍କାର ମଧ୍ୟ ମିଳିଛି। ତେବେ, କେତେ ପରିମାଣର ସମ୍ପତ୍ତି ଏ ଯାଏଁ ହସ୍ତଗତ ହୋଇଛି। ସେନେଇ କୌଣସି ଅପଡେଟ୍ ଭିଜିଲାନ୍ସ ପକ୍ଷରୁ ମିଳିପାରି ନାହିଁ।