SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Government: କଲେଜ ଅଧ୍ୟକ୍ଷଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି! ମାସକୁ ମିଳିବ...

ରାଜ୍ୟର ୬୪୧ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଏହି ନୂଆ ବ୍ୟବସ୍ଥାରୁ ଲାଭ ପାଇବେ। ବିଶେଷକରି ନିଜ ଘରଠାରୁ ଦୂରରେ ଏବଂ ଦୁର୍ଗମ ଅଞ୍ଚଳରେ ଦାୟିତ୍ୱ ତୁଲାଉଥିବା ଅଧ୍ୟକ୍ଷମାନଙ୍କୁ ଏହା ଅଧିକ ଆର୍ଥିକ ସହାୟତା ଯୋଗାଇବ।

Written By Priyambada Rana Edited By Priyambada Rana
Published: Nov 04, 2026, 06:51 PM IST | Updated: Nov 04, 2026, 07:07 PM IST
Image Credit: Odisha Government: କଲେଜ ଅଧ୍ୟକ୍ଷଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି! ମାସକୁ ମିଳିବ...
Join

ଭୁବନେଶ୍ୱର: ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟସ୍ଥଳର ସ୍ଥାନ, ନିଜ ଜିଲ୍ଲାଠାରୁ ଦୂରତା ଏବଂ ପୋଷ୍ଟିଂ ଅଞ୍ଚଳକୁ ଆଧାର କରି ଅଧ୍ୟକ୍ଷମାନଙ୍କୁ ମାସକୁ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ।

ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୬୪୧ଟି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ କରିବେ।

ପୋଷ୍ଟିଂ ଅନୁସାରେ ମିଳିବ ପ୍ରୋତ୍ସାହନ ରାଶି:

ଅଧ୍ୟକ୍ଷମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳର ଅବସ୍ଥିତି ଓ ଘରଠାରୁ ଦୂରତା ଅନୁସାରେ ଭିନ୍ନ ଭିନ୍ନ ପରିମାଣର ଆର୍ଥିକ ପ୍ରୋତ୍ସାହନ ମିଳିବ। ଏହାର ବିବରଣୀ ନିମ୍ନରେ ଦିଆଯାଇଛି।

୧. ୫ ହଜାର ଟଙ୍କା: ନିଜ ଜିଲ୍ଲା କିମ୍ବା ଉନ୍ନତ ସହରାଞ୍ଚଳରେ ପୋଷ୍ଟିଂ ହୋଇଥିଲେ ମାସିକ ୫ ହଜାର ଟଙ୍କା ମିଳିବ।

୨. ୭ ହଜାର ଟଙ୍କା: ନିଜ ଜିଲ୍ଲା ବାହାରେ ପୋଷ୍ଟିଂ ହୋଇଥିଲେ ମାସକୁ ୭ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।

୩. ୯ ହଜାର ଟଙ୍କା: ନିଜ ଘରଠାରୁ ୩୦୦ କିଲୋମିଟର ଦୂରରେ ପୋଷ୍ଟିଂ ହୋଇଥିଲେ ମାସିକ ୯ ହଜାର ଟଙ୍କା ମିଳିବ।

୪. ୧୦ ହଜାର ଟଙ୍କା: ଦୂର ଓ ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ହୋଇଥିବା ଅଧ୍ୟକ୍ଷମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।

୬୪୧ କଲେଜର ଅଧ୍ୟକ୍ଷ ହେବେ ଉପକୃତ:

ରାଜ୍ୟର ୬୪୧ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଏହି ନୂଆ ବ୍ୟବସ୍ଥାରୁ ଲାଭ ପାଇବେ। ବିଶେଷକରି ନିଜ ଘରଠାରୁ ଦୂରରେ ଏବଂ ଦୁର୍ଗମ ଅଞ୍ଚଳରେ ଦାୟିତ୍ୱ ତୁଲାଉଥିବା ଅଧ୍ୟକ୍ଷମାନଙ୍କୁ ଏହା ଅଧିକ ଆର୍ଥିକ ସହାୟତା ଯୋଗାଇବ।

ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାଦ୍ୱାରା ମହାବିଦ୍ୟାଳୟଗୁଡ଼ିକର ପ୍ରଶାସନିକ ଦାୟିତ୍ୱ ତୁଲାଉଥିବା ଅଧ୍ୟକ୍ଷମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ମିଳିବ ବୋଲି ଆଶା କରାଯାଉଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES