Double Engine Government: ଓଡ଼ିଶାର ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଛନ୍ତି: ବିଜେଡି
ଦଳ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରେ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ କେବଳ ୫ ଲକ୍ଷ ଲୋକଙ୍କୁ ଆବାସ ଘର ଆବଣ୍ଟନ କରାଯାଇଛି। ଏହାକୁ ନେଇ ଦଳ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି।
ଭୁବନେଶ୍ୱର: ଓଡ଼ିଶାର ଆବାସ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛି ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଯୋଗ୍ୟ ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଥିବା ଦଳ ଅଭିଯୋଗ କରିଛି। ନିଜ ବିଫଳତା ଲୁଚାଇବା ପାଇଁ ଡବଲ ଇଞ୍ଜିନ ସରକାର ଆବାସ ଯୋଜନାକୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଥିବା ବିଜେଡି କହିଛି।
ଦଳ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରେ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ କେବଳ ୫ ଲକ୍ଷ ଲୋକଙ୍କୁ ଆବାସ ଘର ଆବଣ୍ଟନ କରାଯାଇଛି। ଏହାକୁ ନେଇ ଦଳ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି।
ବିଜେଡିର ଅଭିଯୋଗ ଅନୁଯାୟୀ, ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶରେ ଆବାସ ଗୃହ ଆବଣ୍ଟନକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ପ୍ରେସ୍ ବିଜ୍ଞପ୍ତିରେ ଦଳ ବିଭିନ୍ନ ରାଜ୍ୟର ଆବାସ ଯୋଜନା ସମ୍ପର୍କିତ ତଥ୍ୟ ଉଲ୍ଲେଖ କରି ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛି।
ଦଳର କହିବା ଅନୁସାରେ, ଆବାସ ଯୋଜନା ଗରିବ ଓ ଯୋଗ୍ୟ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଏହାକୁ ରାଜନୈତିକ ସ୍ୱାର୍ଥରେ ବ୍ୟବହାର କରିବା ଉଚିତ ନୁହେଁ। ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ଆବାସ ଯୋଗାଇଦେବା ସହ ଓଡ଼ିଶାକୁ ଅଧିକ ଆବାସ ଘର ଆବଣ୍ଟନ କରିବାକୁ ବିଜେଡି ଦାବି କରିଛି।