• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କ୍ରୀଡ଼ା
  • /ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ୨୦୩୫ ଯାଏଁ ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କଲା ICC

ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ୨୦୩୫ ଯାଏଁ ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କଲା ICC

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ହେଉଛି, ୨୦୨୯ ଚାମ୍ପିୟନ୍ସ ଟ୍ରଫି ଭାରତରେ ଆୟୋଜିତ ହେବ। ଅକ୍ଟୋବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।

Written ByPriyambada RanaEdited ByPriyambada Rana
Published: Nov 15, 2026, 09:00 PM IST|Updated: Nov 15, 2026, 09:16 PM IST
joinshare
ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ୨୦୩୫ ଯାଏଁ ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କଲା ICC
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Double Engine Government: ଓଡ଼ିଶାର ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଛନ୍ତି: ବିଜେଡି

    Double Engine Government: ଓଡ଼ିଶାର ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଛନ୍ତି: ବିଜେଡି

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ୨୦୩୫ ଯାଏଁ ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କଲା ICC

    4

    Panchuka: ପଞ୍ଚୁକ ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି, ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    5

    Cyclone: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ! ୧୬ରେ ବାତ୍ୟା, ୧୭ରେ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୩୫ ପର୍ଯ୍ୟନ୍ତ ପୁରୁଷ କ୍ରିକେଟ୍‌ର ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)। ୨୦୨୮ ଟି-୨୦ ବିଶ୍ୱକପ୍‌ରୁ ଆରମ୍ଭ କରି ୨୦୩୫ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଆଗାମୀ ବର୍ଷଗୁଡ଼ିକରେ କ୍ରିକେଟ୍‌ର ଅନେକ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ତାଲିକାରେ ଟି-୨୦ ବିଶ୍ୱକପ୍, ଦିନିକିଆ ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ (WTC) ଫାଇନାଲ୍ ସାମିଲ ରହିଛି।

    ୨୦୨୯ରେ ଭାରତରେ ଚାମ୍ପିୟନ୍ସ ଟ୍ରଫି:
    ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ହେଉଛି, ୨୦୨୯ ଚାମ୍ପିୟନ୍ସ ଟ୍ରଫି ଭାରତରେ ଆୟୋଜିତ ହେବ। ଅକ୍ଟୋବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।

    ଏହା ପୂର୍ବରୁ ୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଅକ୍ଟୋବର ୧୨ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ସେହିପରି ୨୦୩୦ ଟି-୨୦ ବିଶ୍ୱକପ୍‌ର ଆୟୋଜକ ହେବେ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ। ଜୁଲାଇ ୪ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଏହା ଖେଳାଯିବ।

     

    A@ICC) November 15, 2026

     

    ୨୦୩୧ରେ ଭାରତ-ବାଂଲାଦେଶରେ ଦିନିକିଆ ବିଶ୍ୱକପ୍:
    ୨୦୨୭ ଦିନିକିଆ ବିଶ୍ୱକପ୍ ପରେ ପରବର୍ତ୍ତୀ ବିଶ୍ୱକପ୍ ୨୦୩୧ରେ ଆୟୋଜିତ ହେବ। ଏହାର ମିଳିତ ଆୟୋଜକ ରହିବେ ଭାରତ ଓ ବାଂଲାଦେଶ। ଅକ୍ଟୋବର ୯ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।

    ଅନ୍ୟପଟେ, ୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆର ମିଳିତ ଆୟୋଜନରେ ଅକ୍ଟୋବର ୨ରୁ ନଭେମ୍ବର ୨୧ ମଧ୍ୟରେ ଖେଳାଯିବ।

    ୨୦୩୨ରୁ ୨୦୩୫ ଯାଏଁ ମଧ୍ୟ ରହିବ ବଡ଼ ଟୁର୍ଣ୍ଣାମେଣ୍ଟ:
    ICCର ଘୋଷଣା ଅନୁସାରେ, ୨୦୩୨ରେ ଟି-୨୦ ବିଶ୍ୱକପ୍, ୨୦୩୩ରେ WTC ଫାଇନାଲ୍ ଓ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ। ୨୦୩୪ରେ ପୁଣି ଟି-୨୦ ବିଶ୍ୱକପ୍ ଏବଂ ୨୦୩୫ରେ WTC ଫାଇନାଲ୍ ସହ ଦିନିକିଆ ବିଶ୍ୱକପ୍ ଖେଳାଯିବ। ତେବେ ଏହି କିଛି ଟୁର୍ଣ୍ଣାମେଣ୍ଟର ଆୟୋଜକ ଦେଶ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

    ବର୍ଷଟୁର୍ଣ୍ଣାମେଣ୍ଟଆୟୋଜକତାରିଖ
    ୨୦୨୮ଟି-୨୦ ବିଶ୍ୱକପ୍ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡଅକ୍ଟୋବର ୧୨–ନଭେମ୍ବର ୧୨
    ୨୦୨୯WTC ଫାଇନାଲ୍ଇଂଲଣ୍ଡଜୁନ୍ ୮–୧୨
    ୨୦୨୯ଚାମ୍ପିୟନ୍ସ ଟ୍ରଫିଭାରତଅକ୍ଟୋବର ୯–୨୮
    ୨୦୩୦ଟି-୨୦ ବିଶ୍ୱକପ୍ଇଂଲଣ୍ଡ, ଆୟର୍ଲାଣ୍ଡ, ସ୍କଟଲାଣ୍ଡଜୁଲାଇ ୪–ଅଗଷ୍ଟ ୪
    ୨୦୩୧WTC ଫାଇନାଲ୍ଇଂଲଣ୍ଡଜୁନ୍ ୧୨–୧୬
    ୨୦୩୧ଦିନିକିଆ ବିଶ୍ୱକପ୍ଭାରତ, ବାଂଲାଦେଶଅକ୍ଟୋବର ୯–ନଭେମ୍ବର ୨୩
    ୨୦୩୨ଟି-୨୦ ବିଶ୍ୱକପ୍ଆୟୋଜକ ନିର୍ଦ୍ଧାରିତ ହୋଇନାହିଁଅକ୍ଟୋବର ୧୪–ନଭେମ୍ବର ୧୪
    ୨୦୩୩WTC ଫାଇନାଲ୍ଆୟୋଜକ ନିର୍ଦ୍ଧାରିତ ହୋଇନାହିଁଜୁନ୍ ୯–୧୩
    ୨୦୩୩ଚାମ୍ପିୟନ୍ସ ଟ୍ରଫିଆୟୋଜକ ନିର୍ଦ୍ଧାରିତ ହୋଇନାହିଁଅକ୍ଟୋବର ୨–୨୩
    ୨୦୩୪ଟି-୨୦ ବିଶ୍ୱକପ୍ଆୟୋଜକ ନିର୍ଦ୍ଧାରିତ ହୋଇନାହିଁଜୁଲାଇ ୬–ଅଗଷ୍ଟ ୬
    ୨୦୩୫WTC ଫାଇନାଲ୍ଆୟୋଜକ ନିର୍ଦ୍ଧାରିତ ହୋଇନାହିଁଜୁନ୍ ୭–୧୧
    ୨୦୩୫ଦିନିକିଆ ବିଶ୍ୱକପ୍ଆୟୋଜକ ନିର୍ଦ୍ଧାରିତ ହୋଇନାହିଁଅକ୍ଟୋବର ୨–ନଭେମ୍ବର ୧୮

    ଏହି ଘୋଷଣା ସହ ଆଗାମୀ ଆଠ ବର୍ଷରୁ ଅଧିକ ସମୟ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ର ରୋଡମ୍ୟାପ୍ ସ୍ପଷ୍ଟ ହୋଇଛି। ବିଶେଷକରି ଭାରତରେ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍ ଆୟୋଜନ ହେବା ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଆକର୍ଷଣ ରହିବ।

    Add Zee News as a Preferred Source
    TAGS:
    Trending News