Odisha News: ମୁଖ୍ୟମନ୍ତ୍ରୀ କାହାର,ଏବିଭିପି ର ନା ଓଡିଶାର?ଚିନ୍ମୟ ସାହୁ ଓ ଇପ୍ସିତା ସାହୁଙ୍କ କଡ଼ା ଅଭିଯୋଗ
Odisha News: ଏବିଭିପିର ପରାମର୍ଶରେ ଚାଲିଛି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଏବିଭିପିର ମୁଖ୍ୟମନ୍ତ୍ରୀ? ଏଭଳି ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି।
Odisha News: ଏବିଭିପିର ପରାମର୍ଶରେ ଚାଲିଛି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଏବିଭିପିର ମୁଖ୍ୟମନ୍ତ୍ରୀ? ଏଭଳି ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପଦବୀ ଏକ ସାମ୍ବିଧାନିକ ଓ ସମ୍ମାନଜନକ ପଦବୀ। କିନ୍ତୁ ମୋହନ ଚରଣ ମାଝୀ ବାରମ୍ବାର ଏହି ପଦର ଗାରିମା କ୍ଷୁର୍ଣ୍ଣ କରୁଛନ୍ତି। ଏବିଭିପିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନ କାମ କରୁଥିବା ସେ ଅଭିଯୋଗ ଆଣିଛନ୍ତି।
ଇପ୍ସିତା ଆହୁରି କହିଛନ୍ତି, ଏବିଭିପି ନେତାମାନେ ନିଜକୁ ବିଜେପିର ଅଂଶ ନୁହେଁ ବୋଲି କହୁଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କଣ, ତାହା ସ୍ପଷ୍ଟ କରନ୍ତୁ। ଯେଉଁଠି ଏବିଭିପି ହାରିବାର ଆଶଙ୍କା ଥିଲା, ସେଠାରେ ନିର୍ବାଚନ ବଦଳରେ ଚୟନ ପ୍ରକ୍ରିୟା କରାଯାଇଥିଲା। ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ ବିଜୟୀ ହୋଇଥିବା ଅନେକ କଲେଜରେ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ କରାଯାଉନାହିଁ। ଛାତ୍ର ଓ ଯୁବପିଢ଼ି ବିଜେପି ସରକାରକୁ ପ୍ରତ୍ୟାଖ୍ୟାନ କରି ବିଜେଡିକୁ ସମର୍ଥନ କରିଥିବା ସେ ଦାବି କରିଛନ୍ତି।
ସେହିପରି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଏବିଭିପିର ରାଜ୍ୟସ୍ତରୀୟ ଛାତ୍ର ନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଏବିଭିପିର ସବୁଜ ସଙ୍କେତ ମିଳିବା ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହୋଇଥିଲା। ନିର୍ବାଚନ ପରେ ଏବିଭିପିର ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସରକାରୀ କାର୍ଯ୍ୟକ୍ରମରେ ଏବିଭିପି ସହ ଯୋଡ଼ି ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ। ଏପରିକି ରମାଦେବୀ ବିଶ୍ୱବିଦ୍ୟାଳୟରେ ଏବିଭିପିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କରି ଚାପ ପ୍ରୟୋଗ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ମ୍ୟାଚ୍ ଫିକ୍ସିଂ ସତ୍ତ୍ୱେ ବିଜୁ ଛାତ୍ର ଜନତା ଦଳ ୬୦ ପ୍ରତିଶତରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜୟୀ ହୋଇଥିବା ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପଦର ମର୍ଯ୍ୟାଦା ଭୁଲି ଏବିଭିପି ପାଇଁ କାମ କରୁଥିବାରୁ ନୈତିକତା ଦୃଷ୍ଟିରୁ ପଦ ଛାଡ଼ି ଏବିଭିପିର ଦାୟିତ୍ୱ ନେବାକୁ ଚିନ୍ମୟ କଟାକ୍ଷ କରିଛନ୍ତି।