SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Assembly: ବିଧାନସଭାରେ ହଙ୍ଗାମା! ବନ୍ୟା ଓ କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା

ସୂଚନା ଅନୁସାରେ, ବନ୍ୟା ପରିସ୍ଥିତିର ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବିଜୁ ଜନତା ଦଳ (BJD)ର ବିଧାୟକମାନେ ଗୃହରେ ହୋହଲ୍ଲା କରିଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ଓ ରିଲିଫ୍ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଥିଲା ବିରୋଧୀ ଦଳ।

Written By Priyambada Rana Edited By Priyambada Rana
Published: Nov 18, 2026, 18:38 IST | Updated: Nov 18, 2026, 18:40 IST
Image Credit: Odisha Assembly: ବିଧାନସଭାରେ ହଙ୍ଗାମା! ବନ୍ୟା ଓ କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା
Join

Odisha Assembly: ଓଡ଼ିଶା ବିଧାନସଭାରେ ପୁଣି ଦେଖିବାକୁ ମିଳିଛି ହଟ୍ଟଗୋଳ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହ ଭିତରେ ପ୍ରତିବାଦ କରିବାରୁ ବିଧାନସଭା କାର୍ଯ୍ୟ ଠପ୍ ହୋଇପଡ଼ିଥିଲା। ଶେଷରେ ହଟ୍ଟଗୋଳ ଯୋଗୁଁ ଗୃହକୁ ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ମୁଲତବି ରଖାଯାଇଛି।

ସୂଚନା ଅନୁସାରେ, ବନ୍ୟା ପରିସ୍ଥିତିର ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବିଜୁ ଜନତା ଦଳ (BJD)ର ବିଧାୟକମାନେ ଗୃହରେ ହୋହଲ୍ଲା କରିଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ଓ ରିଲିଫ୍ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଥିଲା ବିରୋଧୀ ଦଳ।

ସେହିପରି କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହ ଭିତରେ ପ୍ରତିବାଦ କରିଥିଲେ। କୋଟିଆର ସ୍ଥିତି ଓ ଏହା ସହ ଜଡ଼ିତ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବନ୍ୟା ମୁକାବିଲା ଓ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଲଗାତାର ପ୍ରତିବାଦ ଯୋଗୁଁ ଗୃହର ସ୍ୱାଭାବିକ କାର୍ଯ୍ୟ ଚାଲିପାରିନଥିଲା। ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ବିଧାନସଭାରେ ବିରୋଧୀଙ୍କ ଏହି ଆଭିମୁଖ୍ୟ ଯୋଗୁଁ ଆଗାମୀ ଅଧିବେଶନରେ ବନ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗ ଆହୁରି ଜୋରଦାର ହେବାର ସମ୍ଭାବନା ରହିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES