SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: ଗଣେଶ ମେଢ ଭସାଣୀ ବେଳେ ଅଘଟଣ!DJର ଶଦ୍ଧରେ ଭୁଶୁଡିଲା ବିଲ୍ଡିଂର ଛାତ,ଜଣେ ମୃତ ୧୪ରୁ ଅଧିକ ଆହତ

Odisha News: ବରଯାତ୍ରୀ ପାଇଁ ଡିଜେ ହେଉ କି କୌଣସି ଭସାଣୀ ବେଳର ଜିଡେ। ଏହା ଏବେ କାଳ ସାଜୁଛି, ଆଉ ନେଇଛି ଜୀବନ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗଣେଶ ପୂଜା ଭସାଣୀ ବେଳେ।

Written By Narmada Behera Edited By Narmada Behera
Published: Sep 27, 2026, 09:22 AM IST | Updated: Sep 27, 2026, 09:24 AM IST
Image Credit: ଗଣେଶ ମେଢ ଭସାଣୀ ବେଳେ ଅଘଟଣ!DJର ଶଦ୍ଧରେ ଭୁଶୁଡିଲା ବିଲ୍ଡିଂର ଛାତ,ଜଣେ ମୃତ ୧୪ରୁ ଅଧିକ ଆହତ
Join

Odisha News: ବରଯାତ୍ରୀ ପାଇଁ ଡିଜେ ହେଉ କି କୌଣସି ଭସାଣୀ ବେଳର ଜିଡେ। ଏହା ଏବେ କାଳ ସାଜୁଛି, ଆଉ ନେଇଛି ଜୀବନ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗଣେଶ ପୂଜା ଭସାଣୀ ବେଳେ। ଡିଜେ ସାଉଣ୍ତ  ଓ ଭାଇବ୍ରେସନ୍ ରେ ଏକ ଘରୋଇ ବ୍ୟାଙ୍କ୍ କୋଠାର ତାଜା ଭୁଶୁଡି ପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣଙ୍କୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଟଣୀରେ ଚାଲିଥିଲା ଗଣେଶ ମେଢ ଭସାଣ ଉତ୍ସବ। ଏହାକୁ ଦେଖିବା ପାଇଁ ଶହ ଶହ ଲୋକେ ରାସ୍ତା କଡରେ ଛିଡା ହୋଇଥିଲେ। ଭସାଣୀ ଉତ୍ସବ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ମେଢ ଅତିକ୍ରମ କରୁଥିଲା ଏହାପରେ ହଠାକ୍ ପୋଷ୍ଟ ଅଫିସ୍ ଛକରେ ଥିବା ଏକ ଘରୋଇ ବ୍ୟାଙ୍କ୍ ର ୨ ମହଲା କୋଠାର ତାଜା ଡିଜେ ସାଉଣ୍ତ ରେ ଭାଙ୍ଗି ଯାଇଥିଲା।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଟଣୀରେ ଗଣେଶ ମେଢ଼ ଭସାଣ ଉତ୍ସବ ଚାଲିଥିଲା । ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ମେଢ଼ ଅତିକ୍ରମ କରୁଥିଲା । ପୋଷ୍ଟ ଅଫିସ୍ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୨ ମହଲା କୋଠାର ତାଜା ହଠାତ୍ ଡିଜେ ଶବ୍ଦରେ ଭାଙ୍ଗି ଯାଇଥିଲା । ସେଠୁ କୋଠା ତଳେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡିଥିଲା ଭଙ୍ଗା ତାଜା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୪ ରୁ ଅଧିକ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। 

 

ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି  ଭଗ୍ନାବଶେଷ ତଳୁ  ଆହତଙ୍କୁ ବାହାର କରିଥିଲେ।  ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲ୍ ରେ ଭର୍ତ୍ତୀ କରାଯାଇଥିବା ବେଳେ ପରେ ଏମ୍ସକୁ ପଠାଯାଇଥିଲା।  ମୃତକ ଜଣକ ହରିରାଜପୁରର ହୋଇଥିବା ସୂଚନା ମିଳିଛି। ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ , ଭସାଣୀ ବେଳେ ଡିଜେକୁ ଅନୁମତି ନଥିବା ସତ୍ତ୍ବେ କାହିଁକି ବାଜିଥିଲା। ଏଥିପାଇଁ ଦାୟୀ କିଏ? ପୂଜା କମିଟି ନା ଜିଲ୍ଲା ପ୍ରଶାସନ ?
 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES