Bus Fare Hike: ଯାତ୍ରୀଙ୍କୁ ଝଟକା ! ବଢିଲା ବସ୍ ଭଡା
ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୧୮ ପଇସାକୁ ବୃଦ୍ଧି ପାଇଥିବା ସମୟରେ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୨୪ ପଇସାକୁ ବଢିଛି ।
Published: Nov 12, 2026, 10:14 PM IST
| Updated: Nov 13, 2026, 10:49 AM IST
Bus Fare Hike: ବସ୍ ରେ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ଝଟକା ଦେବା ପରି ଖବର ଆସିଛି । କାରଣ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୧୮ ପଇସା ହୋଇଥିବା ସମୟରେ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୨୪ ହୋଇଛି । ସେମି ଡିଲକ୍ସ ୧ ଟଙ୍କା ୩୦ ପଇସା, ଡିଲକ୍ସ ୧ ଟଙ୍କା ୪୧ ପଇସା, ଏସି ଡିଲକ୍ସ ୧ ଟଙ୍କା ୯୯ ପଇସା, ସୁପର ପ୍ରିମିୟମ ୩ ଟଙ୍କା ୨୧ ପଇସା ହୋଇଛି । ସ୍ଲିପର ଏସି କୋଚ୍ ବସ୍ ଭଡ଼ା କିମି ପିଛା ୪ ଟଙ୍କା ୬୧ ପଇସା ହୋଇଛି।
Also Read- ଅପରେସନ୍ କଳା ପାଣି: ହ୍ୟାଣ୍ଡପମ୍ପରୁ ବାହାରୁଛି 'ବିଷ' ! ୨୦ଟି ଗାଁରେ ବ୍ୟାପୁଛି ରୋଗ