SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Airlift Operation:ଗଞ୍ଜାମରେ ସ୍ଥିତି ସଙ୍ଗୀନ, ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ; ମୁଖ୍ୟଶାସନ ସଚିବ

Airlift Operation: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବାତ୍ୟା ଅର୍ଣ୍ଣବର ପରବର୍ତ୍ତୀ ସ୍ଥିତି ନେଇ ବୈଠକ ଅନୁଷ୍ଠିତ ହୋଇଛି।

Written By Narmada Behera Edited By Narmada Behera
Published: Oct 29, 2026, 02:02 PM IST | Updated: Oct 29, 2026, 02:04 PM IST
Image Credit: ସୌଜନ୍ୟ-ସୋସିଆଲ ମିଡିଆ
Join

Airlift Operation: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବାତ୍ୟା ଅର୍ଣ୍ଣବର  ପରବର୍ତ୍ତୀ ସ୍ଥିତି ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ, ଏସଆରିସି ରାଜେସ୍ ପ୍ରଭାକର ପାଟିଲ୍ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ୧୨୦ ଜଣଙ୍କୁ ଏୟାର ଲିଫ୍ଟ କରାଯିବ। ୪ଟି ସ୍ଥାନରେ ୧୨୦ ପ୍ରଭାବିତ ଙ୍କୁ ଏୟାର ଲିଫ୍ଟ କରାଯିବ। ଏୟାର ଲିଫ୍ଟ ନେଇ ଗୃହ ମନ୍ତ୍ରଣାଳୟ ସହ କଥା ହେଇଛୁ। କୋଷ୍ଟଗାର୍ଡ଼ ହେଲିକପ୍ଟରରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ସେପଟେ,ଗଜପତି ଜିଲ୍ଲାରେ ବର୍ଷା ଯୋଗୁଁ ଆଉ ୨ ଦିନ ସ୍କୁଲ୍ କୁ ଛୁଟି ଘୋଷଣା କରାଯାଇଛି। ଅର୍ଥାତ୍ ୩୧ ଯାଏଁ ସ୍କୁଲ୍ ଛୁଟି ରହିବ। ବାତ୍ୟା ଯୋଗୁଁ ଦଶହରା ଛୁଟି ପରେ ଜିଲ୍ଲାରେ କୌଣସି ସ୍କୁଲ୍ ଖୋଲିନି। ଅନ୍ୟପଟେ, ରେଲଓ୍ବେ ଟ୍ରାକ୍ ରେ ପାଣି ଯୋଗୁଁ ୯ଟି ଟ୍ରେନ୍ ବାତିଲ୍ ହେବା ସହ ୧୪ ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ ହୋଇଛି।  

ALSO READ: Low Pressure:'ଅର୍ଣ୍ଣବ'ପରେ ଆସୁଛି ଆଉ ଏକ ଲଘୁଚାପ! ପୁଣି ବର୍ଷିବ

ନଜର ପକାନ୍ତୁ କେଉଁ ସବୁ ଟ୍ରେନ୍ ହୋଇଛି ବାତିଲ୍
-ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ, ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ,ଭୁବନେଶ୍ବର ନିଉ-ସିକନ୍ଦରାବାଦ ବିଶାଖା, ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଓ ହାୱଡ଼ା-ସିକନ୍ଦରାବାଦ ଫଲକନାମା ଏବଂ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଆସନ୍ତାକାଲି ଯାଏଁ ବାତିଲ ହୋଇଛି। ଏବଂ ଶ୍ରୀକାକୁଲମରେ ରେଲଓ୍ବେ ବ୍ରିଜ୍ ରେ ପାଣି  ହେବାରୁ ଟ୍ରେନ୍ ଚଳାଚଳରେ ସମସ୍ୟା ଦେଖାଦେଇଛି। ଏନେଇ ରେଳ ବିଭାଗ ସହ ଯୋଗାଯୋଗରେ ରହିଛୁ ଏବଂ ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES