SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Update: ମଧ୍ୟ ରାତିରେ ୟାନମରେ ଲ୍ୟାଣ୍ତଫଲ୍ କଲା ବାତ୍ୟା 'ଅର୍ଣ୍ଣବ', ପବନର ବେଗ ଥିଲା ୧୨୫ ରୁ ୧୩୫ କିମି...

Cyclone Update: ଅତୀଭିଷଣ ବାତ୍ୟା ରୂପ ନେଇ ପ୍ରବଳ ବେଗରେ ମାଡି଼ ଆସିଥିବା ବାତ୍ୟା ଅର୍ଣ୍ଣବ ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ବେଳେ ଆନ୍ଧ୍ରପ୍ରଦେଶର ୟାନମ୍ ଠାରେ ଲ୍ୟାଣ୍ତଫଲ୍ କରିଛି। ଯେଉଁ ଗତିରେ ଅର୍ଣ୍ଣବ ଆଗକୁ ମାଡିଥିଲା, ସେହି ଗତିକୁ ଅଧିକ ତ୍ରୀବ କରି ସ୍ଥଳଭାଗ ମୁହାଁଇଥିଲା।

Written By Narmada Behera Edited By Narmada Behera
Published: Oct 28, 2026, 07:09 AM IST | Updated: Oct 28, 2026, 07:11 AM IST
Image Credit: ମଧ୍ୟ ରାତିରେ ୟାନମରେ ଲ୍ୟାଣ୍ତଫଲ୍ କଲା ବାତ୍ୟା 'ଅର୍ଣ୍ଣବ',
Join

Cyclone Update: ଅତୀଭିଷଣ  ବାତ୍ୟା ରୂପ ନେଇ ପ୍ରବଳ ବେଗରେ ମାଡି଼ ଆସିଥିବା ବାତ୍ୟା ଅର୍ଣ୍ଣବ ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ବେଳେ ଆନ୍ଧ୍ରପ୍ରଦେଶର ୟାନମ୍ ଠାରେ ଲ୍ୟାଣ୍ତଫଲ୍ କରିଛି।  ଯେଉଁ ଗତିରେ ଅର୍ଣ୍ଣବ ଆଗକୁ  ମାଡିଥିଲା, ସେହି ଗତିକୁ  ଅଧିକ ତ୍ରୀବ କରି ସ୍ଥଳଭାଗ ମୁହାଁଇଥିଲା। ଶେଷରେ ଦୁର୍ବଳ ହୋଇ ୨୮ ତାରିଖ ପୂର୍ବହ୍ନ ପରିବର୍ତ୍ତେ ୨୭ ତାରିଖ ରାତି ପ୍ରାୟ ୧ଟା ୩୦ ବେଳେ ଏହାର   ଲ୍ୟାଣ୍ତଫଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା।  ଲ୍ୟାଣ୍ତଫଲ୍ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା  । ଏହି ସମୟରେ ପବନର ବେଗ  ୧୨୫ ରୁ ୧୩୫ କିମିଥିଲା।  

ମଙ୍ଗଳବାର ଅପରାହ୍ନ ୨ଟା ସୁଧା ଅର୍ଣ୍ଣବ ଯେଉଁ ବଳ ଗୋଟାଇଥିଲା ସନ୍ଧ୍ୟା ବେଳକୁ  ଗତି ବଢାଇ ସେହି ବଳ ହରାଇ ଦୁର୍ବଳ ହୋଇପଡିଥିଲା।  ତେବେ,ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ  ପ୍ରବଳ  ପବନ ହୋଇଥିଲା ବେଳେ ଓଡି଼ଶା ଆନ୍ଧ୍ର  ଉପକୂଳବର୍ତ୍ତୀ ଅଞ୍ଚଳରେ  ପ୍ରବଳ ବର୍ଷା ହୋଇଛି।  ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟା ଅର୍ଣ୍ଣବ  ଉପକୂଳ ଆଡ଼କୁ ମଙ୍ଗଳବାର  ମାଡି ଆସିଥିଲା। ସେହିଦିନ ପାଣିପାଗ ବିଭାଗ ସୂଚନା ଜାରି କରି କହିଥିଲା ଯେ,  ବାତ୍ୟା ଗତ ୨୪ ଘଣ୍ଟାରେ ୧୮ କିମି ବେଗରେ ଆଗକୁ ବଢିଥିଲା।

 

 

୨୮ ତାରିଖରେ ବାତ୍ୟା 'ଅର୍ଣ୍ଣବ' ସ୍ଥଳ ଭାଗ ଛୁଇଁବ ବୋଲି ଯେଉଁ ଆକଳନ କରାଯାଇଥିଲା। ତାହା ସତ ହେଲା କିନ୍ତୁ ଆଗକୁ ବଢିବା କାରଣରୁ ତାରିଖ ପୂର୍ବାହ୍ନ ପରିବର୍ତ୍ତେ ଭୋର୍ ୨ଟା ୪ ମିନିଟ୍ ସମୟ ମଧ୍ୟରେ ଲ୍ୟାଣ୍ତଫଲ୍ କରିଗଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକ ଡ଼. ମନୋରମା ମହାନ୍ତି କହିଥିଲେ ଯେ, ଭୋର ୨ଟାରୁ ୪ ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ଅତିକ୍ରମ କରିବ। ୩ -୪ ଘଣ୍ଟା ପୂ୍ର୍ବରୁ ଲ୍ୟାଣ୍ତଫଲ୍ କରିବ। ଲ୍ୟାଣ୍ତଫଲ୍ ବେଳେ ୧୨୫ ରୁ ୧୩୫  କିମି ବେଗରେ ପବନ ହେବ।  ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସଂନ୍ଧ୍ୟାରେ ବାତ୍ୟାର ବାହ୍ୟ ବଳୟ ଛୁଇଁଥିଲା।


ଓଡି଼ଶାରେ ୬୦ କିମି ବେଗରେ ପବନ ସହ ବର୍ଷା ଜାରି ରହିଥିଲା। ପାଣିପାଗ ବିଜ୍ଞାନୀ ଉମାଶଙ୍କର କହିବା ଅନୁସାରେ, ଦିନ ୩ଟା ସମୟରେ ଆଖି ସମ୍ପୁର୍ଣ୍ଣ ଦୃଶ୍ୟମାନ ହେଉଥିବା ବେଳେ ରାତି ୧୦ଟା ସମୟରେ ବାତ୍ୟା ଶକ୍ତିଶାଳୀ ବାହ୍ୟ ବଳୟ ସହ ଜଡ଼ିତ ମେଘ ସମୁହ ସ୍ଥଳଭାଗ ସହ ପ୍ରତିକ୍ରିୟା  ହେତୁ ବାତ୍ୟା ଦ୍ରୃତଗତିରେ  ଦୁର୍ବଳ ହୋଇଥିଲା।  ଘଣ୍ଟାକୁ୧୮ କିମି ବେଗରେ  ଆଗକୁ ବଢି ଅର୍ଣ୍ଣିବ  ମଙ୍ଗଳବାର ରାତି ସୁଧା ବିଶାଖାପାଟନମ୍ ଠାରୁ ୧୭୦ କିମି , କାକିନାଡା ଠାରୁ ୧୪୦ କିମି ଏବଂ ଗୋପାଳପୁର ଠାରୁ ୩୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES