SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Arnab:ଅତି ଭୀଷଣ ବାତ୍ୟା ରୂପ ନେଲା'ଅର୍ଣ୍ଣବ',ପ୍ରଭାବିତ ହେବ ଏହିସବୁ ଜିଲ୍ଲା!

Cyclone Arnab: ବାତ୍ୟା 'ଅର୍ଣ୍ଣବ'ପଶ୍ଚିମ କେନ୍ଦ୍ରୀୟ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

Written By Narmada Behera Edited By Narmada Behera
Published: Oct 27, 2026, 07:47 AM IST | Updated: Oct 27, 2026, 07:50 AM IST
Image Credit: ଅତି ଭୀଷଣ ବାତ୍ୟା ରୂପ ନେଲା'ଅର୍ଣ୍ଣବ',ପ୍ରଭାବିତ ହେବ ଏହିସବୁ ଜିଲ୍ଲା!
Join

Cyclone Arnab: ବାତ୍ୟା 'ଅର୍ଣ୍ଣବ'ପଶ୍ଚିମ କେନ୍ଦ୍ରୀୟ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ  ଗତି କରୁଛି। ଘଣ୍ଟାକୁ ୧୭ କିମି ବେଗରେ  ଏହା ଗତି କରୁଥିବା ବେଳେ  ସୋମବାର ସଂନ୍ଧ୍ୟା  ସୁଦ୍ଧା ଗୋପାଳପୁରର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୪୯୦ କିମି ଦୂରରେ ରହିଥିବା ବେଳେ  ବିଶାଖାପାଟଣାର ପୂର୍ବ -ଦକ୍ଷିଣପୂର୍ବ  ଦିଗରେ ୪୯୦ କିମି ଦୂରରେ ରହିଛି। ସେହିପରି, କାକିନାଡାର ପୂର୍ବ-ଦକ୍ଷିଣପୂର୍ବର ୫୬୦ କିମି ଏବଂ ମଚ୍ଛଲିପଟ୍ଟନମ୍ ର ପୂର୍ବରେ ୬୬୦ କିମି ଦୂରରେ ରହିଥିବା ବେଳେ ବାପଟାଲା ପୂର୍ବରେ ୭୩୦ କିମି ଦୂରରେ ରହିଛି।  ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅତୀ ଭିଷଣ ବାତ୍ୟାରେ ପରିଣତ ହୋଇଛି। ୨୭ ତାରିଖ ଅର୍ଥାତ୍ ଆଜି ସଂନ୍ଧ୍ୟା  ଏହି ବାତ୍ୟା  ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ  ପୁଣି ଉତ୍ତର ମୁହାଁ ହେବ।  ବାପଟାଲା ଏବଂ  ବିଖାଶାପାଟଣା ମଝିରେ  ଆନ୍ଧ୍ର ପ୍ରଦେଶ  ୟାନମ୍ ଉପକୂଳ ଦେଇ  ଅତିକ୍ରମ କରିବ।  ୟାନମ୍ ନିକଟ ବର୍ତ୍ତୀ  ଅଞ୍ଚଳରେ  ଏହା ଅତି ଭୀଷଣ ରୂପ ନେବ। ସେହି ସମୟରେ ପବନର ବେଗ ୨୮ ତାରିଖ ପୂର୍ବାହ୍ନ ବେଳକୁ  ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର  ଏବଂ ଝଟକା ଘଣ୍ଟାପ୍ରତି ୧୪୦ ରହିବ। ଭୁବନେଶ୍ବର ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ,  ଗଭୀର ଅବପାତଟି ସୋମବାର ସକାଳେ ୫ଟା ୩୦ ମିନିଟ୍ ସମୟରେ ବାତ୍ୟା ଅର୍ଣ୍ଣବରେ ପରିଣତ ହୋଇଥିଲା।  ପରେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ  ଗତି କରିଥିଲା। ବଙ୍ଗୋପାସଗର ପୂର୍ବ କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା  ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ  ବାତ୍ୟା ସୋମବାର ରହିଥିଲା।  ପାଣିପାଗ ବିଭାଗର ସୂଚନା ଅନୁସାରେ,ସୋମବାର ମଧ୍ୟରାତ୍ରୀ ସୁଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପାସାଗର ଉପରେ  ଏହା ଅଧିକ ଘନୀଭୂତ ହେବ।  ଫଳରେ  ଏକ ଭୀଷଣ ବାତ୍ୟାର ରୂପ ନେବ। ଏବଂ ଆଜି (ମଙ୍ଗଳବାର) ସେହି ସମାନ ଅଞ୍ଚଳରେ ଅତୀ ଭୀଷଣ ବାତ୍ୟାର ରୂପ ନେବ।

 

 

 

 

ଅର୍ଣ୍ଣବ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ତାରିଖ (ବୁଧବାର) ପୂର୍ବାହ୍ନ ସୁଧା  ବାପାଟଲା ନିକଟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିବ।  ଏହିସମୟରେ ପବନର ବେଗ ୧୧୫ ରୁ ୧୨୫ ରହିବ।  ବାତ୍ୟାର ପ୍ରଭାବ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶରେ ରହିବ।  କିନ୍ତୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଝଡବର୍ଷା ସହ ପବନ ହେବ। ଆଜି ସନ୍ଧ୍ୟାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ୨୮ ତାରିଖରେ  ଅତି ପ୍ରବଳ  ବର୍ଷା ହେବ।  ଲ୍ୟାଣ୍ତଫଲ୍ ପରେ  ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର,ନୂଆପଡା, ଗଞ୍ଜାମ,ଗଜପତି, ରାୟଗଡା, ଜିଲ୍ଲା ଅଧିକ ପ୍ରଭାବିତ ହେବ।

ସେପଟେ, ସୋମବାର ସନ୍ଧ୍ୟାରୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆଜିଠାରୁ ବର୍ଷାର ବିସ୍ତୁତି ବଢିବ।  ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଂଜ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା,ରାୟଗଡ଼ା, କୋରାପୁଟ୍, ଗଜପତି, ଗଂଜାମ ଓ ପୁରୀ। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବ।  ଏହାସହ ବାଲେଶ୍ବର,ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,ଜଗତସିଂହପୁର, କଟକ, କେନ୍ଦୁଝର, ବୌଦ୍ଧ,ନୂଆପଡା, ବଲାଙ୍ଗୀର,କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର,ଖୋର୍ଧା, ନୟାଗଡ ଜିଲ୍ଲାକୁ ଘଣ୍ଟାପ୍ରତି ପବନ ୩୦ ରୁ ୪୦ କିମି ବେଗରେ ବହିବା ସହ ୟେଲୋ ଆର୍ଲଟ ଜାରି ହୋଇଛି। ୨୮ ରେ ସାରା ରାଜ୍ୟରେ ଭୀଷଣ ବର୍ଷା ହେବା ସହ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି ହୋଇଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକ ମନୋରମା ମହାନ୍ତି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES