Cyclone Update: ଆନ୍ଧ୍ରରେ ତାଣ୍ତବ ରଚିଲା 'ଅର୍ଣ୍ଣିବ',ଓଡ଼ିଶାର ଏହିସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
Cyclone Update: ଆଗୁଆ ମାଡି଼ ଆସିଲା ଅର୍ଣ୍ଣିବ। ଆନ୍ଧ୍ରରେ ରଚିଲା ତାଣ୍ତବ। ଅତି ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର ରାତିରେ କାକିନାଡାର ଦକ୍ଷିଣରେ କଲା ଲ୍ୟାଣ୍ତଫଲ୍। ସ୍ଥଳଭାଗ ଛୁଇଁଥିବା ବେଳେ ପବନ ପିଟୁଥିଲା। ପବନର ବେଗ ୧୨୫ ରୁ ୧୩୫ କିମି ଯାଏଁ ଥିଲା। ଅତି ପ୍ରବଳ ବର୍ଷା ବି ସଜାଡିଛି। ମୋଡ ମକଚି ଦେଇଛି ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ । ଫଳରେ ବହୁ କ୍ଷୟକ୍ଷତି ହେବା ସହ ବଡ଼ ବଡ଼ ଗଛ ପଡି ରାସ୍ତା ବନ୍ଦ ହୋଇଯାଇଛି। ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି।
Cyclone Update: ଆଗୁଆ ମାଡି଼ ଆସିଲା ଅର୍ଣ୍ଣିବ। ଆନ୍ଧ୍ରରେ ରଚିଲା ତାଣ୍ତବ। ଅତି ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର ରାତିରେ କାକିନାଡାର ଦକ୍ଷିଣରେ କଲା ଲ୍ୟାଣ୍ତଫଲ୍। ସ୍ଥଳଭାଗ ଛୁଇଁଥିବା ବେଳେ ପବନ ପିଟୁଥିଲା। ପବନର ବେଗ ୧୨୫ ରୁ ୧୩୫ କିମି ଯାଏଁ ଥିଲା। ଅତି ପ୍ରବଳ ବର୍ଷା ବି ସଜାଡିଛି। ମୋଡ ମକଚି ଦେଇଛି ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ । ଫଳରେ ବହୁ କ୍ଷୟକ୍ଷତି ହେବା ସହ ବଡ଼ ବଡ଼ ଗଛ ପଡି ରାସ୍ତା ବନ୍ଦ ହୋଇଯାଇଛି। ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି।
ଆଇଏମଡି଼ ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହାଯାଇଛି ଯେ, ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। କାକିନାଡ଼ା ନିକଟ ୟାନମ୍ ପାଖରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ହୋଇଥିବା ବେଳେ'ଅର୍ଣ୍ଣବ' ଧିରେ ଧିରେ ସ୍ଥଳଭାଗ ଅତିକ୍ରମ କରୁଛି । ଘଣ୍ଟା ପ୍ରତି ମାତ୍ର ୩ କିମି ବେଗରେ ଅଗ୍ରସର ହେଉଛି। ଆଉ ୨ ରୁ ୩ ଘଣ୍ଟା ଲାଗିବ ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ପବନର ବେଗ ୧୨୫ରୁ ୧୩୫ କିମି ରହିବ। ଗତିର ଦିଗ ପରିବର୍ତ୍ତନ ହେତୁ ଲ୍ୟାଣ୍ତଫଲ୍ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅନୁମାନ କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆନ୍ଧ୍ରରେ କୋପ ଦେଖାଇବା ପରେ ବାତ୍ୟା ଓଡ଼ିଶାରେ ପଶିବ। ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଦେଇ ଛତିଶଗଡ଼ ଆଡ଼କୁ ଯିବ। ବାତ୍ୟାର ପ୍ରଭାବ ଓଡ଼ିଶାରେ କେତେକ ଜିଲ୍ଲାରେ ପଡ଼ିପାରେ। ଏ-ନେଇ ମାଥିଲିରେ ବର୍ଷା ହେବ ବୋଲି କୁହାଯାଇଥିଲା। କିନ୍ତୁ ଚିତ୍ରକୋଣ୍ତାରେ ସର୍ବାଧିକ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ। ସିଧା ମାଡ ନ ହେଲେ ବି ଦକ୍ଷିଣ ଓଡ଼ିଶାରେ ୬୦ ରୁ ୭୦ କିମି ବେଗରେ ପବନ ଓ ଝଟକା ପବନ ୮୦ କିମି ପର୍ଯ୍ୟନ୍ତ ରହିପାରେ। ଦିକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲା ଗୁଡିକରେ ଆଜି ଓ ଆସନ୍ତାକାଲି ବର୍ଷା , ପବନ ହୋଇପାରେ। ଏବଂ ଭୁସ୍ଖଳନର ବି ଆଶଙ୍କା ରହିଛି।
ALSO READ: Cyclone Update: ମଧ୍ୟ ରାତିରେ ୟାନମରେ ଲ୍ୟାଣ୍ତଫଲ୍ କଲା ବାତ୍ୟା 'ଅର୍ଣ୍ଣବ', ପବନର ବେଗ ଥିଲା ୧୨୫ ରୁ ୧୩୫ କିମି...
ପାଣିପାଗ ବିଭାଗର ସୂଚନା ଅନୁସାର, ଗଜପତି, ଗଂଜାମ, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ପବନ ୬୦-୭୦ କିମି ରହିପାରେ।ପବନର ଝଟକା ୮୦ କିମି ପର୍ଯ୍ୟନ୍ତ ଯାଇପାରେ। ଲ୍ୟାଣ୍ତଫଲ୍ ପକ୍ରିୟା ଜାରି ରହିଥିବା ବେଳେ ସାମ୍ଭାବ୍ୟ ଗତିପଥ ବୁଧବାର ରାତି ଯାଏଁ ପବନ କୋପ ରହିବ।ମଙ୍ଗଳବାର ଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ଆଜି( ବୁଧବାର) ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା,ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର। ଏବଂବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନୟାଗଡ଼ ଜିଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣି ଜାରି ହୋଇଛି। ଏହି ସମୟରେ ୬୦ କିମି ପର୍ଯ୍ୟନ୍ତ ପବନ ବହିପାରେ। ସେପଟେ, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର , ମୟୂରଭଞ୍ଜ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୫୦ କିମି ବେଗରେ ପବନ ବହିପାରେ।
ସେହିପରି ଆସନ୍ତାକାଲି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ। ବିଶେଷକରି କିଛି ଜିଲ୍ଲାକୁ ପ୍ରବଳ ବର୍ଷା ସହ ୬୦ କିମି ବେଗରେ ପବନ ବହିବା ନେଇ ଅରେଂଜ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ବରଗଡ଼ ଓ ସୁନ୍ଦରଗଡ଼। ଏବଂ ଆଉ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, ସୁବର୍ଣ୍ଣପୁର,ସମ୍ବଲପୁର, ଦେବଗଡ଼, କେନ୍ଦୁଝର ,ବଲାଙ୍ଗୀର ଓ ନୂଆପଡ଼ା । ୫୦ କିମି ବେଗରେ ପବନ ବହିବା ବୋଲି ବିଭାଗ ଆକଳନ କରିଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି , ମତ୍ସ୍ୟଜୀବୀଙ୍କୁ ୨୯ ତାରିଖ ଯାଏଁ ସମୁଦ୍ର ବାରଣ କରାଯାଇଛି।