SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone: ପୁଣି ବାତ୍ୟା ଭୟ! କେଉଁଠି କରିବ ଲ୍ୟାଣ୍ତଫଲ୍ ଓଡ଼ିଶା ନା ଆନ୍ଧ୍ର?

Cyclone: ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ଆସିପାରେ। ଆସନ୍ତା ୨୭ ରାତି କିମ୍ବା ୨୮ ସକାଳୁ ପଶିପାରେ ଆନ୍ଧ୍ର ଉପକୂଳରେ। ସେତେବେଳେ ମାଡ଼ ହୋଇପାରେ ୧୫୦ କିଲୋମିଟର ବେଗରେ ପବନ। ଏଭଳି ଭୟାନକ ଆକଳନ ଦେଖାଇଛନ୍ତି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍।

Written By Narmada Behera Edited By Narmada Behera
Published: Oct 23, 2026, 07:21 AM IST | Updated: Oct 23, 2026, 07:24 AM IST
Image Credit: Cyclone: ପୁଣି ବାତ୍ୟା ଭୟ! କେଉଁଠି କରିବ ଲ୍ୟାଣ୍ତଫଲ୍ ଓଡ଼ିଶା ନା ଆନ୍ଧ୍ର?
Join

Cyclone: ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ଆସିପାରେ। ଆସନ୍ତା ୨୭ ରାତି କିମ୍ବା ୨୮ ସକାଳୁ  ପଶିପାରେ ଆନ୍ଧ୍ର ଉପକୂଳରେ।  ସେତେବେଳେ ମାଡ଼ ହୋଇପାରେ ୧୫୦ କିଲୋମିଟର ବେଗରେ ପବନ। ଏଭଳି ଭୟାନକ ଆକଳନ ଦେଖାଇଛନ୍ତି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍।  ପ୍ରମୁଖ ପାଣିପାଗ ମଡେଲ୍ ଇସିଏମଡବ୍ଲୁଏଫ୍ ଏବଂ ଜିଏଫଏସ ପକ୍ଷରୁ  ଜାରି କରାଯାଇଥିବା  ତାଜା ପୂର୍ବାନୁମାନରେ ସାମ୍ଭାବ୍ୟ ବାତ୍ୟା ଆନ୍ଧ୍ର  ଉପକୂଳରେ ମାଡ଼ ହେବା   ସମ୍ଭାବନା ରହିଛି। ସିଧା ମାଡ଼ ନ ହେଲେ ବି ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି। ବିଶେଷକରି, ଦକ୍ଷିଣ ଓଡ଼ିଶା , ଉପକୂଳବର୍ତ୍ତୀ  ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା ହୋଇପାରେ। ଇତିମଧ୍ୟରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ସାମ୍ଭାବ୍ୟ  ସଙ୍କେତ ଦେଇଛି। ଆଇଏମଡ଼ି ବୁଲେଟିନ୍ ରେ  ଜାରି କରିଛି।  

ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ରହିଛି।  ଏହା ପଶ୍ଚିମ -ଉତ୍ତର ପଶ୍ଚିମ ରେ ଗତି କରି, ୨୩ ତାରିଖ ଲଘୁଚାପ ରୂପ ନେବ। ଆଗକୁ ଅଧିକ ଘନୀଭୂତ ହୋଇପାରେ। ଦୁଇ ସପ୍ତାହ ପାଇଁ ଆଇଏମଡ଼ି  ଜାରି କରିଥିବା  ବିସ୍ତାରିତ ପୂର୍ବାନୁମାନ ଅନୁସାରେ, ୨୫ ତାରିଖ ସକାଳ ସୁଧା ଏହା ଅବପାତ ହେବ।  ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି  ପରବର୍ତ୍ତୀ  ୩ଦିନ ଭିତରେ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରେ। ୨୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୭୦-୮୦ କିମି ବେଗରେ ପବନ ବହିପାରେ। ଝଟକା ପବନ ୯୦ କିମି ପର୍ଯ୍ୟନ୍ତ  ଛୁଇଁପାରେ।  ଆଇଏମଡିର ପୂର୍ବାନୁମାନରେ ବାତ୍ୟା ଓ ସାଇକ୍ଲୋନ୍ ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ। କିନ୍ତୁ ପୂର୍ବାନୁମାନର ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ସାମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।  କାରଣ ଘଣ୍ଟାପ୍ରତି ୬୨ କିମି ରୁ ଅଧିକ ପବନ ହେଲେ ତାହା ବାତ୍ୟା ଶ୍ରେଣୀଭୁକ୍ତ ହୋଇଥାଏ। ୮୮ କିମିରୁ ୧୧୭ କିମି ପବନ ହେଲେ ତାହା ଭୀଷଣ ବାତ୍ୟା କୁହାଯାଏ। ୧୧୮ କିମିରୁ ୧୬୫ କିମି ବହିଲେ  ଏହାକୁ ଅତି ଭୀଷଣ ବାତ୍ୟା କୁହାଯିବ। ଆଇଏମଡି଼ ବିସ୍ତାରିତ ସୂଚନା ଅନୁସାରେ,ସାମ୍ଭାବ୍ୟ ସିଷ୍ଟମ୍ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶାକେ ୨୬ରୁ ୨୮ ଏବଂ ଆନ୍ଧ୍ରରେ ୨୮ ବେଳକୁ ପ୍ରବଳ ବର୍ଷା ହୋଇପାରେ। ଆଜିଠାରୁ ସମୁଦ୍ର ଅଶାନ୍ତ ରହିବ। ତେବେ, ୩୧ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢିପାରେ।

 

 

ଇସିଏମଡବ୍ଲୁଏଫ୍ , ଆକଳନ କରିଛି ୨୮ ତାରିଖ ସକାଳେ ଆନ୍ଧ୍ରର କାକିନାଡା ତଳକୁ ସାମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିପାରେ। ଜିଏଫ୍ଏସ୍ ପୂର୍ବାନୁମାନ ହେଲା ଶିକାକୁଲମ୍ ଓ ଗୋପାଳପୁର୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ତଫଲ୍ ସମୟରେ ୧୫୦ କିମି ବେଗରେ ପବନ ବହିପାରେ।ସିଏସିସି ମଡେଲ୍ ଅନୁସାରେ, ଦକ୍ଷିଣ ଓଡ଼ିଶାର ଗୋପାଳପୁର ପାଖରେ ସାମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁପାରେ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୩ ରେ ଲଘୁଚାପ ,୨୪ ରେ ସୁଧା ଅବପାତ ଓ ୨୫ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ।  ତ୍ବରିତ ଗତିରେ ଏହା ଶକ୍ତିଶାଳୀ ହେବ। ୨୭ ତାରିଖ ସକାଳ ସମୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।ସେତେବେଳେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୨୦ ରୁ ୧୪୫ କିମି ପର୍ଯ୍ୟନ୍ତ ପବନ ପିଟିପାରେ  ୨୮ ତାରିଖ ବେଳକୁ ଏହା ଆନ୍ଧ୍ରକୁ ଛୁଇଁପାରେ।  ଯଦି ବିଶାଖାପାଟଣା ପାଖାପାଖି ଲ୍ୟାଣ୍ତଫଲ୍ ହୁଏ, ତେବେ ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି। ସେପଟେ,ରାଜ୍ୟସ୍ବମନ୍ତ୍ରୀ କହିଛନ୍ତି ଏଯାଏଁ ବାତ୍ୟା ଚିତ୍ର ସ୍ପଷ୍ଟ ହୋଇନାହିଁ। ପରିସ୍ଥିତି ଉପରେ ନଜର ରଖାଯାଇଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES