Top 10 News Today: ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଲା ବାତ୍ୟା, ତେଲକୋଇରେ ବସ୍ ଦୁର୍ଘଟଣା ଓ ଅନ୍ୟ ଖବର
Top 10 News Today: ସକାଳୁ ପଢନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Top 10 News Today
Headlines 01- ଭୀଷଣ ବାତ୍ୟା'ମୁରାସୁ' ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଛି । ବାତ୍ୟାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବା ପରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପର ଦେଇ ଗତି କରିବା ପରେ 'ମୁରାସୁ' ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ବ୍ୟୁନେଲୋର ଏବଂ ନରସାପୁର ମଧ୍ୟରେ ଥିବା ଓଙ୍ଗୋଲର ଦକ୍ଷିଣରେ ସ୍ଥଳଭାଗ ଛୁଇଁଥିଲା।
Headlines 02- ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଆଉ ଏକ ବଡ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଆଣିଛନ୍ତି ନିଲମ୍ବିତ ବାଲେଶ୍ୱର ଜେଲର ପ୍ରଦୀପ୍ତ ମହାଳିକ । ଜଣେ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବାକୁ ତାଙ୍କୁ ଜେଲ୍ ଡିଜି ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଜେଲ୍ ଡିଜିଙ୍କ କଥାରେ ସେ ରାଜି ନହେବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ୍ତ । ଚିଠିରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି ।
Headlines 03- PMAY ଯୋଜନାରେ ଅନିୟମିତତା ଅଭିଯୋଗରେ ADO ନିଲମ୍ବିତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ୍ ଖଟଖଟିଆ ପଞ୍ଚାୟତର ADO ସରୋଜ କୁମାର ମହାକୁଡ଼ଙ୍କୁ ନିଲମ୍ବିତ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆବାସ ହିତାଧିକାରୀଙ୍କ ଘରର ଫଟୋ ଜାଲିଆତି କରି ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି ।
Headlines 04- ବନ୍ୟା ସହାୟତା ନ ମିଳିବା ପ୍ରତିବାଦରେ ଏନ୍ଏଚ୍ ୫୯ ଆସିକା ନଳବଣ୍ଟା ଠାରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ନଳବଣ୍ଟା ଗ୍ରାମକୁ ବନ୍ୟା ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଆସିକାରୁ ବ୍ରହ୍ମପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ରାସ୍ତାରେ ଗାଡି ମଟର ଅଟକି ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
Headlines 05- ଗଛରେ ଏକ ବସ୍ ପିଟି ହେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୧୨ଜଣ ଆହତ ହୋଇଛନ୍ତି । ତେଲକୋଇ ଖୁଣ୍ଟାପଡ଼ା ଥାନା କୁକ୍ ନିକଟରେ ଭାରସାମ୍ୟ ହରାଇବା କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେନ୍ଦୁଝର ଯାଉଥିବା ବେଳେ ଚକା ଫାଟଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
Headlines 06- ମାଲକାନଗିରି ଜିଲ୍ଲାରେ ବାଘ ଆତଙ୍କ କାରଣରୁ ଭୟର ବାତାବରଣ ଦେଖିବାକୁ ମିଳିଛି । ମୋଟୁ ରେଞ୍ଜରେ ବାଘର ଚଳପ୍ରଚଳ ନେଇ ସତର୍କତା ଜାରି ହୋଇଛି । ରେଡିଓ କଲାର ସିଗନାଲରୁ ସୂଚନା ମିଳିଛି । ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ସଚେତନ କରାଇଛି ବନବିଭାଗ ।
Headlines 07- ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ସେ ଓ ଚାଙ୍କ ସହଯୋଗୀ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ଆସିଛି । ଅଭିଯୋଗକୁ ଅସ୍ବୀକାର କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ।
Headlines 08- ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଏପରି ଆତଙ୍କରାଜ ଦେଖିବାକୁ ମିଳିଛି । ଜଣେ ଘରୋଇ ମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ନିର୍ଧୂମ ମାଡ଼ ମାରିଥିବା ଏବଂ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ୮ରୁ ଅଧିକ ଦୁର୍ବୃତ୍ତ ଘଟଣାରେ ସାମିଲ୍ ଥିବା କୁହାଯାଉଛି । ସିସିଟିଭି ଯାଞ୍ଚ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
Headlines 09- ଅହମ୍ମଦାବାଦର ଥଲତେଜ ସ୍ଥିତ ମ୍ୟାଗ୍ନେଟ୍ କର୍ପୋରେଟ୍ ପାର୍କ (IT Park)ରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
Headlines 10- ବନ୍ଦ ହେଲା ହୀରାକୁଦ ଜଳ ଭଣ୍ଡାରର ଦୁଇଟି ଗେଟ୍ । ଏବେ ତିନୋଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ବାମ ପଟର ୨ଟି ଓ ଡାହାଣ ପଟର ଗୋଟିଏ ଗେଟ୍ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୨୯ ଘନଫୁଟ ରହିଛି ।