SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Murasu 2026: ବଙ୍ଗୋପସାଗରରେ ଭୟଙ୍କର ବାତ୍ୟା ‘ମୁରାସୁ’! ୨ରୁ ୪ ନଭେମ୍ବର ଯାଏଁ ସମୁଦ୍ରକୁ ଯିବା ମନା

ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ବର ୨ ତାରିଖ ରାତି ପ୍ରାୟ ୧୧ଟା ୩୦ରୁ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

Written By Priyambada Rana Edited By Priyambada Rana
Published: Nov 01, 2026, 06:22 PM IST | Updated: Nov 01, 2026, 06:26 PM IST
Image Credit: Cyclone Murasu 2026: ବଙ୍ଗୋପସାଗରରେ ଭୟଙ୍କର ବାତ୍ୟା ‘ମୁରାସୁ’! ୨ରୁ ୪ ନଭେମ୍ବର ଯାଏଁ ସମୁଦ୍ରକୁ ଯିବା ମନା
Join

Cyclone Murasu 2026: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ମୁରାସୁ’ରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD), ଭୁବନେଶ୍ୱର ପକ୍ଷରୁ ନଭେମ୍ବର ୧ ତାରିଖରେ ଜାରି ସୂଚନା ଅନୁଯାୟୀ, ଏହି ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ନଭେମ୍ବର ୨ ତାରିଖ ସକାଳ ସୁଦ୍ଧା ଏହା ଅତି ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ଆଶଙ୍କା ରହିଛି।

ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା:
ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ବର ୨ ତାରିଖ ରାତି ପ୍ରାୟ ୧୧ଟା ୩୦ରୁ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଓଡ଼ିଶାରେ ପ୍ରବଳ ପବନ ଓ ବଜ୍ରପାତ ଆଶଙ୍କା:
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଅଶାନ୍ତ ରହିବାର ଆଶଙ୍କା ରହିଛି।

ନଭେମ୍ବର ୨ ତାରିଖ ସନ୍ଧ୍ୟାରୁ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ଝଟକାରେ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ନଭେମ୍ବର ୩ ତାରିଖ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ୫୦ରୁ ୬୦ କିଲୋମିଟର ଏବଂ ଝଟକାରେ ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ନଭେମ୍ବର ୩ ତାରିଖ ରାତିରୁ ୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ପବନର ବେଗ ଧୀରେ ଧୀରେ କମିବାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ କଡ଼ା ସତର୍କତା:
ବାତ୍ୟାର ପ୍ରଭାବରେ ନଭେମ୍ବର ୨ ତାରିଖ ସନ୍ଧ୍ୟାରୁ ୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅବସ୍ଥା ରଫ୍‌ରୁ ଭେରି ରଫ୍‌ ରହିବାର ଆଶଙ୍କା ରହିଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ନଭେମ୍ବର ୨ ତାରିଖ ସନ୍ଧ୍ୟାରୁ ୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଉପକୂଳଠାରୁ ଦୂର ସମୁଦ୍ର ଅଞ୍ଚଳକୁ ମାଛ ଧରିବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

କେତେକ ଜିଲ୍ଲାରେ ବଜ୍ରପାତ ଓ ଝଟକା ପବନ ଆଶଙ୍କା:
ପାଣିପାଗ ବିଭାଗର ନଭେମ୍ବର ୫ ତାରିଖ ପାଇଁ ଜାରି ମାନଚିତ୍ରରେ ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ଝଟକା ପବନର ସମ୍ଭାବନା ଦର୍ଶାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ରହିଛି।

ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ
ବାତ୍ୟାଜନିତ ପାଣିପାଗ ପରିବର୍ତ୍ତନକୁ ନଜରରେ ରଖି ସାଧାରଣ ଲୋକଙ୍କୁ ପାଣିପାଗ ବିଭାଗର ନିୟମିତ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି। ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳ ଓ ଜଳାଶୟ ନିକଟରେ ରହିବାରୁ ଦୂରେଇ ରୁହନ୍ତୁ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES