SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone News: ୨୬ରୁ ପ୍ରବଳ ବର୍ଷା, ୨୭ ତାରିଖ ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରି କହିଛନ୍ତି ଯେ, ଅକ୍ଟୋବର ୨୬ରୁ ବର୍ଷା ହେବ ଏବଂ ୨୭ ତାରିଖ ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 23, 2026, 08:05 PM IST | Updated: Oct 23, 2026, 08:14 PM IST
Image Credit: Cyclone News
Join

Cyclone News: ୨୬ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା। ଏନେଇ ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ଅବପାତ ହୋବ ଏବଂ ଅକ୍ଟୋବର ୨୫ ତାରିଖରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୬ରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ୨୩ ଅକ୍ଟୋବରରେ ପୂର୍ବ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜ ସମେତ ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି ୩୫-୪୫ କିଲୋମିଟର ବେଗରେ ପବନ ବହିବା ସହ ଏହା ଝଟକା ପବନ ଭାବେ ୫୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୪ ଅକ୍ଟୋବରରେ ଏହି ପବନର ବେଗ ଆହୁରି ବୃଦ୍ଧି ପାଇ ଘଣ୍ଟାପ୍ରତି ୪୫-୫୫ କିଲୋମିଟର ହେବ ଏବଂ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ୨୫ ଅକ୍ଟୋବରରେ ପୂର୍ବ-କେନ୍ଦ୍ରୀୟ, ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜ ସମେତ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ହେବ ଏବଂ ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଅଛି। ୨୬ ଅକ୍ଟୋବର ସକାଳ ସମୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଆହୁରି ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦-୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ଅତିକ୍ରମ କରି ତୋଫାନୀ ରୂପ ନେଇପାରେ। ୨୮ ଅକ୍ଟୋବର ପର୍ଯ୍ୟନ୍ତ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବା କାରଣରୁ ପବନର ବେଗ ୨୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କ୍ରମାଗତ ଭାବେ ବୃଦ୍ଧି ପାଇବ। ୨୭ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହେବ ଏବଂ ଝଟକା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଏହା ପରବର୍ତ୍ତୀ ସମୟରେ ଧୀରେ ଧୀରେ ବୃଦ୍ଧି ପାଇବ।

ସମୁଦ୍ରର ସ୍ଥିତି
୨୩ ଅକ୍ଟୋବରରେ ପୂର୍ବ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସମୁଦ୍ର ସ୍ଥିତି ସାଧାରଣରୁ ଅଶାନ୍ତ ରହିବାର ସମ୍ଭାବନା ଅଛି। ୨୪ ଅକ୍ଟୋବରରେ ମଧ୍ୟ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ହେବାର ସମ୍ଭାବନା ରହିଛି। ୨୫ ଅକ୍ଟୋବରରେ ମଧ୍ୟ ବଙ୍ଗୋପସାଗରରେ ସମୁଦ୍ରର ସ୍ଥିତି ଅତି ଅଶାନ୍ତରୁ ଭୀଷଣ ଅଶାନ୍ତ ରହିବ। ୨୬ ସକାଳରୁ ୨୮ ଅକ୍ଟୋବର ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ରର ସ୍ଥିତି ଭୀଷଣ ଅଶାନ୍ତରୁ ଅତି ଭୀଷଣ ଅଶାନ୍ତ ରହିବ। ୨୭ ରୁ ୨୮ ଅକ୍ଟୋବର ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ସମୁଦ୍ର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବ।

ମତ୍ସ୍ୟଜୀବୀମାନଙ୍କ ପାଇଁ ଚେତାବନୀ:
ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନଙ୍କୁ ୨୪ ଅକ୍ଟୋବର ୨୦୨୬ ସକାଳ ସୁଦ୍ଧା ଉପକୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।

ମତ୍ସ୍ୟଜୀବୀମାନଙ୍କୁ ନିମ୍ନଲିଖିତ ସମୟ ଓ ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
୨୩ ଅକ୍ଟୋବର ସନ୍ଧ୍ୟାରୁ ୨୬ ଅକ୍ଟୋବର: ପୂର୍ବ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର। ୨୬ ରୁ ୨୮ ଅକ୍ଟୋବର ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର। ୨୭ ରୁ ୨୮ ଅକ୍ଟୋବର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରି କହିଛନ୍ତି ଯେ, ଅକ୍ଟୋବର ୨୬ରୁ ବର୍ଷା ହେବ ଏବଂ ୨୭ ତାରିଖ ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଅବପାତ କେଉଁଠି ଲ୍ୟାଣ୍ଡଫଲ୍‌ କରିବ ସେନେଇ IMD ସ୍ପଷ୍ଟ କରିନାହିଁ । ଆକଳନ ଅନୁସାରେ କାକିନାଡ଼ା-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଦେଇ ଝାଡ଼ଖଣ୍ଡ ଯିବ । ତେଣୁ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାଲି ଛୁଟି ଥିଲେ ବି ସମସ୍ତେ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗଦେବେ । କାଲି ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ରିଲିଫ୍ ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ କହିଛୁ ଏବଂ ଓଡ୍ରାଫ୍ ଓ NDRF ଟିମ୍ ସଜାଗ ଅଛନ୍ତି । ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ତେଣୁ ଆଦୌ ବିଚଳିତ ହୁଅନ୍ତୁନି ବୋଲି  ରାଜସ୍ବ ମନ୍ତ୍ରୀ କହିଛନ୍ତି ।

 

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES