Flight Service: ଭୁବନେଶ୍ବରରୁ ଦୁବାଇ ପୁଣି ବିମାନ ସେବା ହେବ ଆରମ୍ଭ, ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍
Flight Service: ଭୁବନେଶ୍ବରରୁ ଦୁବାଇ ପୁଣି ବିମାନ ସେବା ହେବ ଆରମ୍ଭ, ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍
Flight Service: ରାଜ୍ୟ ସରକାର ଭୁବନେଶ୍ବରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପୁନରାରମ୍ଭ କରିବା ପାଇଁ ଆନୁଷ୍ଠାନିକ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ବିମାନ ନିର୍ଦ୍ଦେଶାଳୟ ପକ୍ଷରୁ ଏୟାରଲାଇନ୍ସ ଅପରେଟରଙ୍କୁ ନିବିଦା ବା ଟେଣ୍ତର ଆହ୍ବାନ୍ କରାଯାଇଛି।
ଏହି ସେବା ୨୦୨୩ ମସିହା ମେ୧୫ ତାରିଖରେ ଆରମ୍ଭ ହୋଇଥିଲା। ଏବଂ ସପ୍ତାହକପ ତିନିଥର (ସୋମବାର, ବୁଧବାର, ଶୁକ୍ରାବାର) ପରିଚାଳିତ ହେଉଥିଲା। ପଶ୍ଚିମ ଏସିଆରେ ଉତ୍ତେଜନା ପରେ ୨୦୨୬ ମାର୍ଚ୍ଚରେ ଏହି ସେବା ସ୍ଥଗିତ ରଖାଯାଇଥିଲା। ଟେଣ୍ତର ଅନୁଯାୟୀ, ମନୋନୀତ ଏୟାରଲାଇନ୍ସ ଅତି କମ୍ ରେ ୧୮୦ ଆସନ ବିଶିଷ୍ଟ ବିମାନ ବ୍ୟବହାର କରିବାକୁ ପଡିବ। ରାଜ୍ୟ ସରକାରଙ୍କ ସହାୟତା ବା ସବସିଡି ଓ୍ବାର୍କଫ୍ରେମ୍ ରେ ଏହିସେବା ପରିଚାଳିତ ହେବ। ସପ୍ତାହରେ ଅତି କମ୍ ରେ ତିନୋଟି ଫ୍ଲାଇଟ୍ ପରିଚାଳନା କରିବା ବାଧ୍ୟତାମୂଳକ ।
ALSO READ: Kumar Purnima 2026: କୁମାର ପୂର୍ଣ୍ଣିମାରେ ପଡି଼ଛି ଦୁର୍ଲଭ ଯୋଗ! ଚମକିବ ୩ରାଶିଙ୍କ ଭାଗ୍ୟ
ALSO READ: PM Modi: ଆଜି ଓଡ଼ିଶା ଆସୁଛନ୍ତି ମୋଦୀ, ଭାରତୀୟ ରିସର୍ଭ ବ୍ୟାଙ୍କ ଡାଟା ସେଣ୍ଟର କରିବେ ଉଦଘାଟନ
ମନୋନୀତ ଅପରେଟର ରୁଟ୍ ର ସମସ୍ତ ଅପରେସନାଲ୍, ରେଗୁଲେଟାରୀ, ବ୍ୟବସାୟିକ ଓ ସୁରକ୍ଷା ଦାୟିତ୍ବ ନେବେ। ଡିଜିସିଏ, ବିସ୍ଏଏସ୍, ଏଏଆଇ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ନିୟମାବଳୀ ଅନୁସରଣ କରି ସୁରକ୍ଷିତ , ବିଶ୍ବସନୀୟ ଓ ଯାତ୍ରୀ କୈନ୍ଦ୍ରିକ ସେବା ପ୍ରଦାନ କରିବାକୁ ନିବିଦାରେ ସ୍ପଷ୍ଟ କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭୁବନେଶ୍ବର -ଦୁବାଇ-ଭୁବନେଶ୍ବର -ରୁଟ୍ ରେ ଏହି ସେବା ପରିଚାଳିତ ହେବ। ନିବିଦା ପ୍ରକ୍ରିୟା ଅନୁଯାୟୀ, ଆଇଆରଏଫସି ଡକ୍ୟୁମେଣ୍ଟ ଡାଉନଲୋଡ୍ ଓ ବିଡ୍ ଦାଖଲ ପାଇଁ ସମୟସୀମା ନିର୍ଦ୍ଦାରିତ କରାଯାଇଛି। ପ୍ରି-ବିଡ୍ ମିଟିଂଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇସାରିଛି। ଏହି ସେବା ଆରମ୍ଭ ପୁନାଃରମ୍ଭ ହେଲେ ବ୍ୟବସାୟିକ ପର୍ଯ୍ୟଟନ ଏବଂ ବିଦେଶ ଯାତ୍ରାରେ ସୁବିଧାମିଳିବ ବୋଲି ଆଶା କରାଯାଉଛି।
ସେପଟେ,ଭୁବନେଶ୍ବରରୁ ଝାରଖଣ୍ତର ରାଜଧାନୀ ରାଞ୍ଜିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଆସନ୍ତା ୨୬ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଶୀତକାଳିନ ବିମାନ ସୁଚୀରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ବର -ରାଞ୍ଚି ନୂଆ ରୁଟ୍ ରେ ବିମାନ ପ୍ରତି-ବୁଧବାର ଚାଲିବ। ବିମାନ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରି ରାଞ୍ଜିରେ ଅପରାହ୍ନ ୩ଟା ୨୦ ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏହି ବିମାନ ଚଳାଚଳ ଦ୍ବାରା ଦୁଇ ରାଜ୍ୟର ଯାତ୍ରୀମାନେ ଉପକୃତ ହେବେ।