Diwali Accidents: ବାଣ ଫୁଟାଇବା ବେଳେ ବଡ଼ ଅଘଟଣ, ହସ୍ପିଟାଲରେ ଆହତଙ୍କ ଭିଡ଼
ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ କାହାର ହାତରେ ଗୁରୁତର ଆଘାତ ଲାଗିଛି ତ ଆଉ କାହାର ଗୋଡ଼ରେ। ଅନ୍ୟ କେତେକଙ୍କ ଶରୀରରେ ବାଣ ଫୁଟି ଆଘାତ ଲାଗିଛି। ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ କରାଯାଇଛି।
Diwali Accidents: ଦୀପାବଳିର ଖୁସି ଭିତରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର। ବାଣ ଫୁଟାଇବା ବେଳେ କେଉଁଠି ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି ତ ଆଉ କେଉଁଠି ଦୀପ ନିଆଁରେ ଜଳି ଯାଇଛନ୍ତି ଯୁବତୀ। ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ନୟାଗଡ଼ରୁ ଏଭଳି ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି।
ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ କାହାର ହାତରେ ଗୁରୁତର ଆଘାତ ଲାଗିଛି ତ ଆଉ କାହାର ଗୋଡ଼ରେ। ଅନ୍ୟ କେତେକଙ୍କ ଶରୀରରେ ବାଣ ଫୁଟି ଆଘାତ ଲାଗିଛି। ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ କରାଯାଇଛି।
ସେହିପରି ବାଲେଶ୍ୱର ଜିଲ୍ଲା ସୋରରେ ମଧ୍ୟ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି। ପୌରପାଳିକା ଅଞ୍ଚଳ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ବାଣ ବିସ୍ଫୋରଣରେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି। ଅଧିକାଂଶଙ୍କ ହାତରେ ବାଣ ଫୁଟି ଆଘାତ ଲାଗିଛି। ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।
ଅନ୍ୟପଟେ ନୟାଗଡ଼ରୁ ଆସିଛି ଆଉ ଏକ ଚିନ୍ତାଜନକ ଖବର। ରାଜ ବଗିଚା ସାହିରେ ଦୀପ ନିଆଁରେ ଜଣେ ଯୁବତୀ ଜଳି ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୟାଗଡ଼ରେ ଚିକିତ୍ସା କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସେପଟେ କଟକ ଏସସିବି ମେଡିକାଲରେ ମଧ୍ୟ ବାଣ ଜନିତ ଦୁର୍ଘଟଣାରେ ୪୦ରୁ ଅଧିକ ଆହତ ଭର୍ତ୍ତି ହୋଇଛନ୍ତି। ଦୀପାବଳି ପାଳନ ବେଳେ ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ବେଳେ ଉତ୍ସବର ଖୁସି ମଧ୍ୟରେ ସୁରକ୍ଷା ପ୍ରତି ସଚେତନ ରହିବାର ଆବଶ୍ୟକତା ପୁଣି ଥରେ ସାମ୍ନାକୁ ଆସିଛି।