SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: କପ୍ତିପଦାରେ ED ଚଢ଼ାଉ, ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ ଓ ଅନ୍ୟ ଖବର

Top 10 News Today: ସକାଳୁ ପଢନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 04, 2026, 10:00 AM IST | Updated: Nov 04, 2026, 10:00 AM IST
Image Credit: Top 10 News Today
Join

Top 10 News Today

Headlines 01- ଉଦଳା କପ୍ତିପଦାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ ଚଢ଼ାଉ କରିଛି । ବିଶୋଳ ଗାଁରେ EDର ୩ ଜଣିଆ ଟିମ୍‌ ସହ ୨ ବ୍ୟାଙ୍କ ଅଧିକାରୀ ଓ ପୋଲିସ୍‌ ପହଞ୍ଚିଛନ୍ତି । କୋଲକାତାର ଟ୍ରେଡିଂ କମ୍ପାନୀ ଓଡ଼ିଶା ମୁଖ୍ୟ ଈଶ୍ୱର ବିନ୍ଧାଣୀଙ୍କ ଘରେ ରେଡ୍‌ କରାଯାଇଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ, କଟକ, ଭୁବନେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ଠକେଇ ହୋଇଥିବା ସୂଚନା ମିଳିଛି ।

Headlines 02- ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ ଘଟିଛି । ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ଟ୍ରେନ୍ ଉଡ଼ାଇବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି । କାଲି ରାତି ପ୍ରାୟ ୯ଟା ୪୫ରେ ୫୦ ଜିବି ଗାଁ ନିକଟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ରେଳ ଧାରଣା ତଳେ ଥିବା ୨ ସିମେଣ୍ଟ ସ୍ଲିପର କ୍ଷତିଗ୍ରସ୍ତ ହୋଇଛି । ରେଳବାଇ ଅଧିକାରୀ ଓ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Headlines 03- ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପକ୍ଷରୁ ବିଶେଷ ସୂଚନା ଜାରି କରାଯାଇଛି । ଆଜି ଅର୍ଥାତ ୪ ନଭେମ୍ୱର ବୁଧବାର କାର୍ତ୍ତିକ କୃଷ୍ଣ ଦଶମୀ ତିଥି ଅବସରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Headlines 04- କନ୍ଧମାଳ ଗଞ୍ଜାମ ସୀମାନ୍ତ ଗିଡିପାବାଲିରେ ଚାଲିଥିବା ଉଦ୍ଧାର କାମ ସ୍ଥଗିତ ହୋଇଛି । ଅପରେସନ ସ୍ଥଗିତ ନେଇ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି । ପ୍ରଭାବିତ ଲୋକଙ୍କ ମାନସିକ ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନିକ ନିଷ୍ପତ୍ତି ନିଆଯାଇଛି । ମାଟି ଓ ପଥର ଧସିବା ଆଶଙ୍କାରେ ଉଦ୍ଧାରକାରୀ ଦଳଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

Headlines 05- ରାଜ୍ୟରେ ସ୍ଥାପନ ହେବାକୁ ଯାଉଛି ଆଉ ୨୯୦ଟି ଇଭି ଚାର୍ଜିଂ ଷ୍ଟେସନ୍ । PM E-DRIVE ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରସ୍ତାବ ଦାଖଲ କରାଯାଇଛି । ଓଡ଼ିଶାର ୧୩ଟି ପ୍ରମୁଖ ସହରରେ ହେବ EV ଚାର୍ଜିଂ ଷ୍ଟେସନ୍ । ବିଶେଷ କରି
ପର୍ଯ୍ୟଟନ ବିଭାଗର ୬୮ଟି ପ୍ରମୁଖ ସ୍ଥାନକୁ ସାମିଲ କରାଯାଇଛି ।

Headlines 06- ଆଜି ଗଂଜାମ ବନ୍ୟାଞ୍ଚଳ ବୁଲିବେ ୮ ଜଣିଆ କେନ୍ଦ୍ରୀୟ ଟିମ୍ । ପୁରୁଷୋତ୍ତମପୁରରୁ ପ୍ରଥମେ ଆରମ୍ଭ କ୍ଷୟକ୍ଷତି ଆକଳନ କରିବେ । ଜିଲ୍ଲାର ବନ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳ ପରିଦର୍ଶନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ସହ ଗୃହ ମନ୍ତ୍ରାଳୟ ଅଧିକାରୀଙ୍କ ଆଲୋଚନା ହୋଇପାରେ । ‘ଅର୍ଣ୍ଣବ’ ପ୍ରଭାବରେ ବର୍ଷା ପରବର୍ତ୍ତୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

Headlines 07- ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରୁ ବାହାରିଛି ଏକ ମଲା ବେଙ୍ଗ । ଲେଡିଜ୍ ହଷ୍ଟେଲ-୭ ରାତି ଖାଇବା ଚିଲି ସୋୟାବିନ୍‌ରୁ ବେଙ୍ଗ ବାହାରିଛି । ଛାତ୍ରୀ ନିବାସରେ ଜଣ୍ଡିସ୍‌ ଓ ଖାଦ୍ୟରେ ବେଙ୍ଗ ବାହାରିବାକୁ ନେଇ ଆତଙ୍କ ଖେଳିଯାଇଛି ।

Headlines 08- ଆଜି ଡାକ୍ତର ଅଶୋକ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଅନ୍ତିମ ବିଦାୟ । ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ହେବା ନେଇ ସୂଚନା ମିଳିଛି । ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ରାତିରେ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଶେଷ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ।

Headlines 09- ଆଲୋକର ପର୍ବ ଦୀପାବଳିରେ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନକୁ ଦ୍ୱିଗୁଣିତ କରିବା ପାଇଁ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ ଦେଖନ୍ତୁ  ବର୍ଷର ବହୁ ପ୍ରତୀକ୍ଷିତ ସସ୍‌ପେନ୍ସ ଥ୍ରିଲର ଚଳଚ୍ଚିତ୍ର ‘ଛକି ଶୂନ’ର । ଆସନ୍ତା ୮ ନଭେମ୍ବର, ରବିବାର ସନ୍ଧ୍ୟା ୫:୩୦ ରେ  ଦୀପାବଳି ଅବସରରେ ଏହି ଚଳଚ୍ଚିତ୍ରଟି ଟେଲିକାଷ୍ଟ ହେବ। ଚଳଚ୍ଚିତ୍ରରେ ଅନୁଭବ ନିଜେ ଗାଇଥିବା 'ବାଳୁଙ୍ଗା ଟୋକା' ଗୀତ ବହୁତ ଲୋକପ୍ରିୟ ହୋଇଥିଲା ।

Headlines 10- ଆଜିଠାରୁ କାଲି ସକାଳ ୮ଟା୩୦ ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିପାରେ ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES