SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Low Pressure: ପାରାଦୀପ ମାଛଧରା ବନ୍ଦରକୁ ଫେରିଲେ ସମସ୍ତ ବୋଟ୍ ଓ ଡଙ୍ଗା, ୪ ନଭେମ୍ବର ଯାଏଁ ସମୁଦ୍ରକୁ ଯିବା ମନା

ପାରାଦୀପ ମାଛଧରା ବନ୍ଦରରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ସମସ୍ତ ବୋଟ୍ ଓ ଡଙ୍ଗା ମାଲିକଙ୍କ ସମେତ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଥିଲା। ଏହାସହ ଶଷଣ୍ଢକୁଦ ଓ ନୂଆବଜାର ଅଞ୍ଚଳରେ ମଧ୍ୟ ବୋଟ୍ ମାଲିକ, ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀଙ୍କୁ ଏନେଇ ଅବଗତ କରାଯାଇଛି।

Reported By Narayan Behera Written By Narayan Behera
Published: Nov 02, 2026, 06:35 PM IST | Updated: Nov 02, 2026, 07:23 PM IST
Image Credit: Low Pressure: ପାରାଦୀପ ମାଛଧରା ବନ୍ଦରକୁ ଫେରିଲେ ସମସ୍ତ ବୋଟ୍ ଓ ଡଙ୍ଗା, ୪ ନଭେମ୍ବର ଯାଏଁ ସମୁଦ୍ରକୁ ଯିବା ମନା
Join

Low Pressure: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ଏବଂ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ମଧ୍ୟରେ ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ସମସ୍ତ ବୋଟ୍ ଓ ଡଙ୍ଗା ପାରାଦୀପ ମାଛଧରା ବନ୍ଦରକୁ ଫେରିଆସିଛନ୍ତି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିଆସିଛନ୍ତି।

ପାରାଦୀପ ମାଛଧରା ବନ୍ଦରରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ସମସ୍ତ ବୋଟ୍ ଓ ଡଙ୍ଗା ମାଲିକଙ୍କ ସମେତ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଥିଲା। ଏହାସହ ଶଷଣ୍ଢକୁଦ ଓ ନୂଆବଜାର ଅଞ୍ଚଳରେ ମଧ୍ୟ ବୋଟ୍ ମାଲିକ, ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀଙ୍କୁ ଏନେଇ ଅବଗତ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଅବପାତର ରୂପ ନେଇପାରେ। ଏହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବାର ମଧ୍ୟ ଆଶଙ୍କା ରହିଛି। ଏହାର ପ୍ରଭାବରେ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଝଡ଼ପବନ ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟରରୁ ବଢ଼ି ୮୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ଥିବା ସତର୍କ କରାଯାଇଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମାଛ ଧରିବାକୁ ନଯିବା ପାଇଁ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଏବେ ବି ସମୁଦ୍ର ମଧ୍ୟରେ ରହିଛନ୍ତି, ସେମାନେ ଯଥାଶୀଘ୍ର ସୁରକ୍ଷିତ ଭାବେ କୂଳକୁ ଫେରିଆସିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଧନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ମତ୍ସ୍ୟ ବିଭାଗ ଏହି ସତର୍କତା ଜାରି କରିଛି। ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ନଜରରେ ରଖି ମତ୍ସ୍ୟଜୀବୀମାନେ ସରକାରୀ ନିର୍ଦ୍ଦେଶ ଓ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ପାଳନ କରିବା ଜରୁରୀ।

Add Zee News as a Preferred Source
TAGS:

About the Author

Narayan Behera
Read More

ZEENEWS TRENDING STORIES