Flood Situation In Odisha: ଗଞ୍ଜାମ ଓ ଗଜପତିରେ ସ୍ଥିତି ସଙ୍ଗୀନ,ବିପଦ ସଙ୍କେତ ଉପରେ ଏହିସବୁ ନଦୀ!
Flood Situation In Odisha: ବାତ୍ୟା 'ଅର୍ଣ୍ଣବ' ଗଲା ପରେ ସ୍ଥିତି ସଙ୍ଗୀନ୍ ହୋଇ ପଡିଛି। ଦକ୍ଷିଣ ଓଡ଼ିଶାରେ ସ୍ଥିତି ଗମ୍ଭୀର ରହିଛି। ବିଶେଷକରି,ଗଜପତି ଓ ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଗଂଜାମ ଜିଲ୍ଲା ସ୍ଥିତ ଘୋଡାହାଡ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ କୁରୁଲା ନିକଟରେ ବିପଦ ସଙ୍କେତ ବହୁ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି।
Flood Situation In Odisha: ବାତ୍ୟା 'ଅର୍ଣ୍ଣବ' ଗଲା ପରେ ସ୍ଥିତି ସଙ୍ଗୀନ୍ ହୋଇ ପଡିଛି। ଦକ୍ଷିଣ ଓଡ଼ିଶାରେ ସ୍ଥିତି ଗମ୍ଭୀର ରହିଛି। ବିଶେଷକରି,ଗଜପତି ଓ ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଗଂଜାମ ଜିଲ୍ଲା ସ୍ଥିତ ଘୋଡାହାଡ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ କୁରୁଲା ନିକଟରେ ବିପଦ ସଙ୍କେତ ବହୁ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ବିଶେଷକରି, ବିପଦ ସଙ୍କେତ ୩୨.୮୪ ମିଟର ଥିବା ବେଳେ ଏବେ ଜଳସ୍ତର ୩୪.୦୮ ମିଟର ରହିଛି। ସେହିପରି, ଜିଲ୍ଲାରେ ଥିବା ଋଷିକୁଲ୍ୟା ପୁରୁଷୋତ୍ତମପୁର ନିକଟରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।
ବିପଦ ସଙ୍କେତ ୧୬.୮୩୫ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୨୮୦ ମିଟର ରହିଛି। ସେହିପରି ଜଳେଶ୍ବରରେ ବି ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ବସ୍ତାର ମଥାନି ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଏ-ବେ ଜଳସ୍ତର ୬.୫୮ ମିଟର ରହିଛି। ସେହିପରି ପୋଲସରାରେ ବି ବନ୍ୟା ପାଣି ବିଭିନ୍ନ ଅଞ୍ଚଳ ଛାରଖାର କରିଦେଇଛି। ଫଳରେ ଲୋକଙ୍କ ଘରେ ପାଣି ପଶି ଯାଇଛି । ଯୁଆଡେ ଚାହିଁବ ସିଆଡେ ପାଣି ଦେଖିବାକୁ ମିଳୁଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ବାତ୍ୟା ଅର୍ଣ୍ଣବ ପରେ ରାଜ୍ୟରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ବନ୍ୟା ଭୟ ହଟିଥିବା ବେଳେ ଏ-ବେ ଲୋକଙ୍କ ଦୁଃଖ ଆହୁରି ବଢିଯାଇଛି। ରାସ୍ତାଘାଟରେ ବନ୍ୟା ପାଣି ଚାଲୁଛି। ସେପଟେ, ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ବୁଲି ଦେଖିବେ। ସାଙ୍ଗରେ ରାଜସ୍ବ ମନ୍ତ୍ରୀ ଉପସ୍ଥିତ ରହିବେ।