Flood Update: ଗଂଜାମ ଜିଲ୍ଲାର ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ- ରାଜସ୍ୱ ମନ୍ତ୍ରୀ
ଗଞ୍ଜାମ ବନ୍ୟା ପ୍ରଭାବିତ ଲୋକଙ୍କ ପାଖ ରିଲିଫ୍ ପହଞ୍ଚାଇବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Flood Update: ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ପ୍ରତିକ୍ରିୟା ରଖିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ ପୂର୍ବରୁ SRC କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ ରାଜସ୍ୱ ମନ୍ତ୍ରୀ । ପ୍ରତିକ୍ରିୟାରେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ୪୩ ହଜାରରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି ।
ଗଞ୍ଜାମ ବନ୍ୟା ପ୍ରଭାବିତ ଲୋକଙ୍କ ପାଖ ରିଲିଫ୍ ପହଞ୍ଚାଇବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ଆକାଶ ମାର୍ଗରୁ ରିଲିଫ୍ ଦେବା ବ୍ୟବସ୍ଥା କରାଯାଇଛି । ବୋଟ୍ ମାଧ୍ୟମରେ ରନ୍ଧା ଖାଦ୍ୟ ଦେବା ବ୍ୟବସ୍ଥା କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ମୋଟ୍ ୨୧ଟି ସ୍ଥାନରେ ଏୟାର୍ ଡ୍ରପିଂ ହେବ । ହିଞ୍ଜିଳିକାଟୁର ୩ଟି ସ୍ଥାନରେ ଏୟାର୍ ଡ୍ରପିଂ କରାଯିବ । ପୁରଷୋତ୍ତମପୁର, ଶେରଗଡ଼, ଧରାକୋଟ, ଆସିକା, ଭଂଜନଗର ପୌରାଞ୍ଚଳ, ବେଲଗୁଣ୍ଠା ଓ ଚିକିଟିରେ ମଧ୍ୟ ଏୟାର୍ ଡ୍ରପିଂ କରାଯିବ । ମାଲକାନଗିରି ବଦଳରେ ଗଂଜାମ ଓ ଗଜପତି ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।
Also Read- ଜଳେଶ୍ୱରରେ ଘଟଣାରେ ବିଜେପି ସରକାରଙ୍କ ଉପରେ ବର୍ଷିଲା ବିଜେଡି