SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Vigilance Raid: ମନରେଗା ମଜୁରି ପାଇଁ ଲାଞ୍ଚ ଦାବି ପଡ଼ିଲା ମହଙ୍ଗା, ପୂର୍ବତନ GRSଙ୍କୁ ୩ ବର୍ଷ ଜେଲ୍

ସୂଚନା ଅନୁସାରେ, ସନ୍ତନୁ ନାଗ ବାଲସି ଗ୍ରାମ ପଞ୍ଚାୟତରେ GRS ଭାବେ କାର୍ଯ୍ୟରତ ଥିବା ସମୟରେ ମନରେଗା (MGNREGS) ଯୋଜନାର ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ହିତାଧିକାରୀଙ୍କ ଜମିରେ ଚାଲିଥିବା ଜମି ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଷ୍ଟର ରୋଲ୍‌ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ମଜୁରି ଟଙ୍କା ଅନଲାଇନ୍‌ ମାଧ୍ୟମରେ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

Written By Priyambada Rana Edited By Priyambada Rana
Published: Nov 04, 2026, 08:10 PM IST | Updated: Nov 04, 2026, 08:16 PM IST
Image Credit: Vigilance Raid: ମନରେଗା ମଜୁରି ପାଇଁ ଲାଞ୍ଚ ଦାବି ପଡ଼ିଲା ମହଙ୍ଗା, ପୂର୍ବତନ GRSଙ୍କୁ ୩ ବର୍ଷ ଜେଲ୍
Join

କଳାହାଣ୍ଡି: ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଲାଞ୍ଚ ମାମଲାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ସନ୍ତନୁ ନାଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ କୋର୍ଟ। ୨୦୨୬ ନଭେମ୍ବର ୪ ତାରିଖରେ ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୩ ବର୍ଷ ସରଳ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ, ସନ୍ତନୁ ନାଗ ବାଲସି ଗ୍ରାମ ପଞ୍ଚାୟତରେ GRS ଭାବେ କାର୍ଯ୍ୟରତ ଥିବା ସମୟରେ ମନରେଗା (MGNREGS) ଯୋଜନାର ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ହିତାଧିକାରୀଙ୍କ ଜମିରେ ଚାଲିଥିବା ଜମି ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଷ୍ଟର ରୋଲ୍‌ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ମଜୁରି ଟଙ୍କା ଅନଲାଇନ୍‌ ମାଧ୍ୟମରେ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ସନ୍ତନୁ ନାଗଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ସଂଶୋଧିତ ଧାରା ୭ ଅନୁଯାୟୀ ମାମଲା ରୁଜୁ କରି ଚାର୍ଜସିଟ୍‌ ଦାଖଲ କରିଥିଲା। ମାମଲାର ବିଚାର ପରେ ଅଦାଲତ ତାଙ୍କୁ ଦୋଷୀ ଘୋଷଣା କରି ୩ ବର୍ଷ ସରଳ କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସନ୍ତନୁ ନାଗଙ୍କୁ ପୂର୍ବରୁ ଚାକିରିରୁ ବହିଷ୍କାର କରାଯାଇଥିଲା। ମନରେଗା ଭଳି ଜନକଲ୍ୟାଣକାରୀ ଯୋଜନାରେ ଶ୍ରମିକଙ୍କ ମଜୁରି ସମ୍ପର୍କିତ କାର୍ଯ୍ୟ ପାଇଁ ଲାଞ୍ଚ ଦାବି ଘଟଣାରେ ଏହି ଦଣ୍ଡାଦେଶ ଦୁର୍ନୀତି ବିରୋଧୀ ଅଭିଯାନକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES