SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Jajpur Fire Incident: ଯାଜପୁରରେ ହୃଦୟବିଦାରକ ଅଗ୍ନିକାଣ୍ଡ, ୪ ଜଣଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ସେକ୍ ନିଜାମୁଦ୍ଦିନଙ୍କ ଘରେ ହଠାତ୍ ନିଆଁ ଲାଗିଯିବାରୁ ଚାହୁଁଚାହୁଁ ୪ ବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ଘର ଭିତରେ ଥିବା ଦୁଇ ମହିଳା ଓ ଦୁଇ ଶିଶୁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

Written By Priyambada Rana Edited By Priyambada Rana
Published: Nov 08, 2026, 09:00 AM IST | Updated: Nov 08, 2026, 09:15 AM IST
Image Credit: Jajpur Fire Incident: ଯାଜପୁରରେ ହୃଦୟବିଦାରକ ଅଗ୍ନିକାଣ୍ଡ, ୪ ଜଣଙ୍କ ମୃତ୍ୟୁ
Join

Jajpur Fire Incident: ଯାଜପୁର ଜିଲ୍ଲାରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଅଗ୍ନିକାଣ୍ଡ। ଘର ଭିତରେ ନିଆଁ ଲାଗି ଦୁଇ ମହିଳା ଓ ଦୁଇ ଶିଶୁଙ୍କ ସମେତ ୪ ଜଣଙ୍କର ଜୀବନ ଯାଇଛି। ଏହି ଘଟଣା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସେକ୍ ମହଲା ଗାଁରେ ଘଟିଛି। ମୃତକମାନେ ସେକ୍ ନିଜାମୁଦ୍ଦିନଙ୍କ ପରିବାରର ସଦସ୍ୟ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସେକ୍ ନିଜାମୁଦ୍ଦିନଙ୍କ ଘରେ ହଠାତ୍ ନିଆଁ ଲାଗିଯିବାରୁ ଚାହୁଁଚାହୁଁ ୪ ବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ଘର ଭିତରେ ଥିବା ଦୁଇ ମହିଳା ଓ ଦୁଇ ଶିଶୁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

ଏହି ଘଟଣାରେ ପରିବାରର ଜଣେ ୨୨ ବର୍ଷୀୟ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ବାଲିଚନ୍ଦ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମର୍ମନ୍ତୁଦ ଘଟଣା ପରେ ସେକ୍ ମହଲା ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES