Puri Sea Beach Accident: ପୁରୀ ସମୁଦ୍ରରେ ଅଘଟଣ! ଗାଧୋଇବା ବେଳେ ବୁଡ଼ିଗଲେ ୪ ଜଣ
ସୂଚନା ଅନୁସାରେ, ସମୁଦ୍ରରେ ୪ ଜଣ ବୁଡ଼ିଯାଉଥିବା ଖବର ପାଇ ଲାଇଫଗାର୍ଡମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅନ୍ୟ ୨ ଜଣଙ୍କ ପତ୍ତା ନମିଳିବାରୁ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
ପୁରୀ: ପୁରୀ ସମୁଦ୍ର କୂଳରେ ଅଘଟଣ। ସମୁଦ୍ରରେ ବୁଡ଼ିଗଲେ ୪ ଜଣ। ତେବେ ଲାଇଫଗାର୍ଡଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ସମସ୍ତ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ସମୁଦ୍ର କୂଳରେ ଉପସ୍ଥିତ ଲାଇଫଗାର୍ଡ ଓ ଉଦ୍ଧାରକାରୀ ଦଳ ତତ୍ପର ହୋଇଉଠିଥିଲେ।
ସୂଚନା ଅନୁସାରେ, ସମୁଦ୍ରରେ ୪ ଜଣ ବୁଡ଼ିଯାଉଥିବା ଖବର ପାଇ ଲାଇଫଗାର୍ଡମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅନ୍ୟ ୨ ଜଣଙ୍କ ପତ୍ତା ନମିଳିବାରୁ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
ପରବର୍ତ୍ତୀ ସମୟରେ ଜଣଙ୍କୁ ପୁରୀ ହୋଟେଲ ନିକଟରୁ ଏବଂ ଅନ୍ୟ ଜଣଙ୍କୁ ନୀଳାଦ୍ରି ବିଚ୍ ନିକଟରୁ ଠାବ କରାଯାଇଥିଲା। ଏହାପରେ ସମସ୍ତ ୪ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି।
ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମୁଦ୍ରରେ ଗାଧୋଇବା ସମୟରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ଲାଇଫଗାର୍ଡଙ୍କ ନିର୍ଦ୍ଦେଶ ମାନିବା ଜରୁରୀ।