SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Bhubaneswar Crime: ଭୁବନେଶ୍ୱରରେ ଆତଙ୍କ! ବମିଖାଲରେ ଯୁବକଙ୍କୁ ଗୁଳିମାଡ଼, ହସ୍ପିଟାଲରେ ମୃତ୍ୟୁ

ମୃତ ଯୁବକ ହଳଦୀପଡ଼ିଆ ଅଞ୍ଚଳର ବାସିନ୍ଦା। ସେ ନିଜର ଚାରିଜଣ ସାଙ୍ଗଙ୍କ ସହ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ। ଏହି ସମୟରେ ବମିଖାଲ ନିକଟରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଏହାପରେ ଯୁବକଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡ଼ିଛି।

Written By Priyambada Rana Edited By Priyambada Rana
Published: Nov 07, 2026, 07:39 AM IST | Updated: Nov 07, 2026, 07:41 AM IST
Image Credit: Bhubaneswar Crime: ଭୁବନେଶ୍ୱରରେ ଆତଙ୍କ! ବମିଖାଲରେ ଯୁବକଙ୍କୁ ଗୁଳିମାଡ଼, ହସ୍ପିଟାଲରେ ମୃତ୍ୟୁ
Join

Bhubaneswar Crime: ରାଜଧାନୀ ଭୁବନେଶ୍ୱରରେ ପୁଣି ଗୁଳିକାଣ୍ଡ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାତି ପ୍ରାୟ ୩ଟା ସମୟରେ ବମିଖାଲ ସରକାରୀ ବନ୍ଧୁକ ଦୋକାନ ସମ୍ମୁଖରେ ଏହି ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଯୁବକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମୃତ ଯୁବକ ହଳଦୀପଡ଼ିଆ ଅଞ୍ଚଳର ବାସିନ୍ଦା। ସେ ନିଜର ଚାରିଜଣ ସାଙ୍ଗଙ୍କ ସହ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ। ଏହି ସମୟରେ ବମିଖାଲ ନିକଟରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଏହାପରେ ଯୁବକଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡ଼ିଛି।

ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୋଲିସ ପହଞ୍ଚି ଗୁରୁତର ଯୁବକଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ରାଜଧାନୀର ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା, ଏଥିରେ କେତେଜଣ ଦୁର୍ବୃତ୍ତ ସାମିଲ ଥିଲେ ଏବଂ ଏହା ପଛରେ କୌଣସି ପୂର୍ବ ଶତ୍ରୁତା ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କ ନଜର।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES